ଭାରତ-ଚୀନ ସୀମା ବିବାଦ : ବାୟୁସେନାର ଘନ ଘନ ବିମାନ ଉଡ଼ାଣ

ଭାରତ-ଚୀନ ସୀମା ବିବାଦ : ବାୟୁସେନାର ଘନ ଘନ ବିମାନ ଉଡ଼ାଣ

The Statesman

ଲେହ :ଚୀନ ସେନାର ଅତିକ୍ରମଣ ଉଦ୍ୟମକୁ ପଣ୍ଡ କରି ପାଙ୍ଗଙ୍ଗ୍ ସୋ ହ୍ରଦର ଉଭୟ ଉତ୍ତର ଓ ଦକ୍ଷିଣ ପାର୍ଶ୍ବରେ ଗୁରୁତ୍ବପୂର୍ଣ୍ଣ ପର୍ବତ ଶିଖର ଗୁଡ଼ିକୁ ଭାରତୀୟ ସେନାର ବୀର ଯବାନମାନେ ନିଜ କବ୍‌ଜାକୁ ନେଇଛନ୍ତି। ମୋଲଡୋଠାରେ କ୍ୟାମ୍ପ ପକାଇଥିବା ଚୀନ ସେନାର ଯବାନଙ୍କ ଉପରେ ସେହିସବୁ ପର୍ବତ ଶିଖରରୁ ଭାରତୀୟ ଯବାନମାନେ ତୀକ୍ଷ୍‌ଣ ନଜର ରଖିଛନ୍ତି। ଚୀନ ସେନାଙ୍କୁ ଆଗୁଆ ଘାଟିରେ ଜଗିଥିବା ଭାରତୀୟ ସେନାଙ୍କ ମନୋବଳ ବଢ଼ାଇବା ପାଇଁ ଆଜି ସକାଳୁ ଭାରତୀୟ ବାୟୁସେନାର ବିମାନ ଘନ ଘନ ଉଡ଼ାଣ ଏଲ୍‌ଏସିରେ କରୁଛି। ପ୍ରତି କିଛି ଘଣ୍ଟାର ବ୍ୟବଧାନରେ ବାୟୁସେନାର ଲଢ଼ୁଆ ବିମାନ ଆକାଶ ମାର୍ଗରେ ଉଡ଼ୁଥିବା ଦେଖିବାକୁ ମିଳିଛି। ଆକାଶମାର୍ଗରୁ ଏଲ୍‌ଏସି ସମେତ ପାଙ୍ଗଙ୍ଗ ସୋ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ନିରୀକ୍ଷଣ ବଢ଼ାଇ ଦେଇଛି। ସୀମାରେ ସେନାବାହିନୀକୁ ‌ରାସ୍ତା ମରାମତି ଓ ସଫେଇ କାମରେ ବର୍ଡର ରୋଡ୍ ଅର୍ଗାନାଇଜେସନର କର୍ମଚାରୀ ପୂରା ସହାୟତା ଯୋଗାଉଛନ୍ତି। କଥାବାର୍ତ୍ତା ମାଧ୍ୟମରେ ଭାରତ ସୀମାରେ ଦେଖାଦେଇଥିବା ଏହି ବିବାଦର ସମାଧାନ ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ବକୁ ସୁରକ୍ଷା ଦେବା ପାଇଁ ସଂକଳ୍ପବଦ୍ଧ ରହିଛି। କୂଟନୈତିକ ସ୍ତରରେ ଆଲୋଚନା ବ୍ୟତୀତ ପ୍ରତିଦିନ ଚୁସୁଲଠାରେ ଜେନେରାଲ ଓ ‌ବ୍ରିଗେଡିୟର ସ୍ତରୀୟ ଆଲୋଚନା ଚାଲିଛି। ମସ୍କୋଠାରେ ନିକଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କ ଚୀନ ପ୍ରତିପକ୍ଷଙ୍କ ସହିତ ଏହା ଉପରେ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe