ଭାରତ-ଚୀନ୍‌ ସୀମା ବିବାଦ: ସୈନ୍ୟ ପ୍ରତ୍ୟାହାର ପାଇଁ କଥାବାର୍ତ୍ତା ଆରମ୍ଭ

Advertisment
ଏଲଏସିରେ ପୁଣି ସୈନ୍ୟ ଠୁଳ କରିଚାଲିଛି ଚୀନ, ଚିନ୍ତା ପ୍ରକଟ କଲା ଭାରତ

Image Courtesy of Zee News

ନୂଆଦିଲ୍ଲୀ : ପୁର୍ବ ଲଦାଖ୍‌ ସ୍ଥିତ ଏଲ୍‌ଏସି ସୀମା ବିବାଦର ସମାଧାନ ପାଇଁ ଭାରତ ଏବଂ ଚୀନ୍‌ ଆଜି ପୁଣିଥରେ କୂଟନୈତିକ କଥାବାର୍ତ୍ତା ଆରମ୍ଭ କରିଛନ୍ତି। ଭାରତ ଏବଂ ଚୀନ୍‌ ଖୁବ୍‌ ଶୀଘ୍ର ଏଲ୍‌ଏସିରୁ ସୈନ୍ୟ ପ୍ରତ୍ୟାହାର ଦିଗରେ କାର୍ଯ୍ୟ ଜାରି ରଖିବାକୁ ରାଜି ହୋଇଛନ୍ତି। ଉଭୟ କୂଟନୈତିକ ଏବଂ ସାମରିକ ସ୍ତରରେ ବୁଝାମଣା ପାଇଁ ଦୁଇ ରାଷ୍ଟ୍ର ରାଜି ହୋଇଛନ୍ତି ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଭାରତ-ଚୀନ୍‌ ସୀମା ପ୍ରସଙ୍ଗରେ ଡବ୍ଲ୍ୟୁଏମ୍‌ସିସି ତଥା ସମନ୍ବୟ ଏବଂ ସହଯୋଗ ରକ୍ଷା କରିବାର କାର୍ଯ୍ୟଶୈଳୀ ଅଧୀନରେ ଏଦିଗରେ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି। ବରିଷ୍ଠ ନେତାଙ୍କ ଦ୍ବାରା ପ୍ରଦତ୍ତ ପରାମର୍ଶ ଅନୁଯାୟୀ ଏବଂ ଦୁଇ ରାଷ୍ଟ୍ରର ବିଦେଶ ମନ୍ତ୍ରୀ ଓ ସ୍ବତନ୍ତ୍ର ପ୍ରତିନିଧିଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଆଧାରରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଉଲ୍ଲେଖଯୋଗ୍ୟ ଗତ ଅକ୍ଟୋବର ୧୨ ଏବଂ ନ‌ଭେମ୍ବର ୬ ତାରିଖରେ ଦୁଇ ରାଷ୍ଟ୍ର ମଧ୍ୟରେ ସପ୍ତମ ଏବଂ ‌ଅଷ୍ଟମ ରାଉଣ୍ଡ୍‌ ବରିଷ୍ଠ କମାଣ୍ଡର ସ୍ତରୀୟ କଥାବାର୍ତ୍ତା ହୋଇଥିଲା। ସୀମା ବିବାଦର ସମାଧାନ ପାଇଁ ଭାରତ ଏବଂ ଚୀନ୍‌ ଗତ କିଛି ମାସ ଧରି କୂଟନୈତିକ ଏବଂ ସାମରିକ କଥାବାର୍ତ୍ତା ଜାରି ରଖିଛନ୍ତି। ପୂର୍ବ ଲଦାଖ୍‌ର ବିଭିନ୍ନ ପାର୍ବତ୍ୟାଞ୍ଚଳରେ ଭାରତୀୟ ସେନାବାହିନୀର ପ୍ରାୟ ୫୦ ହଜାର ସୈନିକ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe