ଭାରତ-ଚୀନ୍‌ ସୀମା ବିବାଦ, ଆରମ୍ଭ ହେବ ରାଫେଲ୍‌ ମୁତୟନ

Advertisment

୨୨ରେ ବରିଷ୍ଠ ବାୟୁସେନା ଅଧିକାରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ

୨୨ରେ ବରିଷ୍ଠ ବାୟୁସେନା ଅଧିକାରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ

ଭାରତ-ଚୀନ୍‌ ସୀମା ବିବାଦ, ଆରମ୍ଭ ହେବ ରାଫେଲ୍‌ ମୁତୟନ

Zee News

ନୂଆଦିଲ୍ଲୀ: ଭାରତ-ଚୀନ୍‌ ସୀମା ବିବାଦ ଭିତରେ ଏବେ ଭାରତ ଏଲ୍‌ଏସି ସୁରକ୍ଷା ରଣନୀତିରେ ବ୍ୟାପକ ପରିବର୍ତ୍ତନ କରିବାକୁ ଯାଉଛି। ଫ୍ରାନ୍ସଠାରୁ ମିଳିଥିବା ରାଫେଲ୍‌ ଯୁଦ୍ଧ ବିମାନର ଦ୍ରୁତ ମୁତୟନ ପାଇଁ ବାୟୁସେନା ଶୀର୍ଷ ଅଧିକାରୀମାନେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଗଲ୍‌ୱାନ୍‌ ଘାଟିରେ ସଂଘର୍ଷ ପରେ ର‌ାଫେଲ୍‌ ଯୁଦ୍ଧ ବିମାନ କ୍ରୟ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି। ସୀମାକୁ ନେଇ କୌଣସି ସାଲିସ କରାଯିବ ନାହିଁ କି କଥାବାର୍ତ୍ତା କରାଯିବନି ବୋଲି ଭାରତ ଚୀନ୍‌କୁ ରୋକ୍‌ଠୋକ୍‌ ଶୁଣାଇ ଦେଇଛି।

ଭାରତୀୟ ବାୟୁ ସେନାର ଶୀର୍ଷ ଅଧିକାରୀମାନଙ୍କର ଆସନ୍ତା ସପ୍ତାହରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅଛି। ବୈଠକରେ ଭାରତ-ଚୀନ୍‌ ସୀମା ବିବାଦ ପ୍ରସଙ୍ଗ ଫୋକସ୍‌ରେ ରହିଛି। ବାୟୁସେନା ମୁଖ୍ୟ ଆର୍‌କେଏସ୍‌ ଭଦୋରିଆଙ୍କ ନେତୃତ୍ବରେ ଶୀର୍ଷ କମାଣ୍ଡରମାନେ ଆସନ୍ତା ଜୁଲାଇ ୨୨ ତାରିଖରେ ହେବାକୁ ଥିବା ୨ ଦିନିଆ କନଫରେନ୍ସରେ ଯୋଗ ଦେବେ। ବୈଠକରେ ସୁରକ୍ଷା ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗ‌ରେ ଆଲୋଚନା କରାଯିବ। ଭଦୋରିଆଙ୍କ ସହ ମୋଟ୍‌ ୭ ଜଣ କମାଣ୍ଡର ଇନ୍‌ ଚିଫ୍‌ ଏହି ବୈଠକ‌ରେ ଯୋଗ ଦେବେ। ବ‌ାୟୁସେନା‌ ଏହାର ଅତ୍ୟାଧୁନିକ ବିମାନ ତଥା ମିରାଜ୍‌-୨୦୦୦, ସୁଖୋଇ-୩୦ ଏବଂ ମିଗ୍-୨୯ ଆଗୁଆ ଘାଟିରେ ମୁତୟନ କରିଛି। ଉପରୋକ୍ତ ବିମାନଗୁଡ଼ିକ ଉଭୟ ଦିନ ଏବଂ ରାତି ସମୟରେ ସୀମାରେ ପହରା ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe