ଭାରତ-ଚୀନ୍‌ କମାଣ୍ଡରସ୍ତରୀୟ ଆଲୋଚନା: ପୂର୍ବ ଲଦାଖରେ ଲକ୍ଷାଧିକ ସେନା ମୁହାଁମୁହିଁ

Advertisment
ଭାରତ-ଚୀନ୍‌ କମାଣ୍ଡରସ୍ତରୀୟ ଆଲୋଚନା: ପୂର୍ବ ଲଦାଖରେ ଲକ୍ଷାଧିକ ସେନା ମୁହାଁମୁହିଁ

ନୂଆଦିଲ୍ଲୀ : ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ମୁତୟନ ଦୁଇ ଦେଶର ସେନା ମଧ୍ୟରେ ଥିବା ଉତ୍ତେଜନାକୁ ହ୍ରାସ କରିବା ପାଇଁ ଦୀର୍ଘଦିନ ପରେ ଭାରତ ଓ ଚୀନ ମଧ୍ୟରେ କମାଣ୍ଡରସ୍ତରୀୟ ବୈଠକ ‌ରବିବାର ଦିନ ହୋଇଛି। ଉକ୍ତ ୧୬ଶ ପର୍ଯ୍ୟାୟ ଆଲୋଚନା ଚୁସୁଲ-ମୋଲଡୋ ସୀମା ମିଶିଥିବା ସ୍ଥାନରେ ଭାରତ ପଟେ ହୋଇଛି। ଏବେ ଉଭୟ ଦେଶ ତୀବ୍ର ଉତ୍ତେଜନା ସ୍ଥିତିରୁ ଦୂରେଇ ରହିଥିଲେ ମଧ୍ୟ ଦୁଇ ଦେଶ ପକ୍ଷରୁ ପ୍ରତ୍ୟେକେ ୬୦ ହଜାର ଲେଖାଏଁ ସେନା ଠୁଳ କରିଛନ୍ତି। ଲକ୍ଷାଧିକ ସେନା ମୁହାଁମୁହିଁ ସ୍ଥିତିରେ ଥିବାରୁ କେତେବେଳେ କିଛି ବି ଘଟିପାରେ। ଏଥିସହିତ ଲଦାଖ ଅଞ୍ଚଳରେ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ମଧ୍ୟ ମୁତୟନ କରାଯାଇଛି। ଦୁଇ ଦେଶ ମଧ୍ୟରେ ଥିବା ମତପାର୍ଥ୍ୟକ ବାବଦରେ ବିସ୍ତୃତ ଆଲୋଚନା ଚାଲିଥିବା ବେଳେ ଏହାର ପରିଣାମ ଉପରେ ସମସ୍ତଙ୍କର ନଜର ରହିଛି। ଏଲଏସିରେ ଥିବା ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଦୁଇ ଦେଶର ସେନା ମଧ୍ୟରେ ଉତ୍ତେଜନାକୁ କିଭଳି ଆହୁରି କମ୍ କରାଯାଇ ପାରିବ ତାହା ଉପରେ ଆଜିର ବୈଠକରେ ଆଲୋଚନା ହୋଇଛି ବୋଲି ଜଣେ ଅଧିକାରୀ ନିଜର ନାମ ଗୋପନ ରଖି ସୂଚନା ଦେଇଛନ୍ତି।

ଗଲୱାନ ଉପତ୍ୟକା, ପାଙ୍ଗଙ୍ଗ ସୋ ଏବଂ ଗୋଗ୍ରା-ହଟ୍ ସ୍ପ୍ରିଙ୍ଗ ଅଞ୍ଚଳରେ ଦୁଇ ଦେଶର ସେନା ନିଜ ସ୍ଥିତି ସୁଦୃଢ଼ କରିଛନ୍ତି। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନୋ ଫ୍ଲାଏ ଜୋନକୁ ଉଲ୍ଲଂଘନ କରି ଚୀନର ଜେ-୧୦ ଲଢ଼ୁଆ ବିମାନ ପ୍ରବେଶ କରିଆସିଥିଲା ଏବଂ ସଂଘର୍ଷ ଅଞ୍ଚଳରେ ଉଡ଼ୁଥିଲା। ଏହି ପ୍ରସଙ୍ଗ ଭାରତ ବୈଠକରେ ଉଠାଇଛି। ଲଢ଼ୁଆ ବିମାନକୁ ଭାରତୀୟ ରାଡାର ଚିହ୍ନଟ କରିଥିଲା। ଏଥିସହିତ ଭାରତ ପକ୍ଷରୁ ଉକ୍ତ ବିମାନକୁ ଘଉଡ଼ାଇ ଦିଆଯାଇଥିଲା। ଲଦାଖରେ ଏଲଏସିରେ ୧୦ କିମି ଦୀର୍ଘ ନୋ ଫ୍ଲାଏ ଜୋନ୍‌ ଅଞ୍ଚଳକୁ ଚୀନର ବାୟୁସେନା ସମ୍ମାନ ଦେବା ଉପରେ ‌ଭାରତ ବୈଠକରେ ଗୁରୁତ୍ବାରୋପ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe