ଭାରତ-ଚୀନ୍‌ କମାଣ୍ଡରସ୍ତରୀୟ ଆଲୋଚନା

ଭାରତ-ଚୀନ୍‌ କମାଣ୍ଡରସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ଗତ କିଛି ମାସ ହେଲା ଦେଖାଦେଇଥିବା ଉତ୍ତେଜନାକୁ ହ୍ରାସ କରିବା ଲାଗି ସାମରିକ ସ୍ତରରେ ଆଲୋଚନା ଚାଲିଛି। ଦୀର୍ଘ ଦୁଇ ମାସରୁ ଅଧିକ ସମୟ ପରେ ଆଜି ଦୁଇ ଦେଶ ମଧ୍ୟରେ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି) ନିକଟ ଚୀନ ପାର୍ଶ୍ବରେ ମୋ‌ଲ୍‌ଡୋଠାରେ ଏହି ଆଲୋଚନା ହୋଇଛି। ଏହା ତ୍ରୟୋଦଶ ପର୍ଯ୍ୟାୟ ଆଲୋଚନା। ସକାଳ ୧୦ଟା ୩୦ ମିନିଟରେ ଏହି ଆଲୋଚନା ଆରମ୍ଭ ହୋଇଛି। ଭାରତ ପକ୍ଷରୁ ସେନାର ଲେହସ୍ଥିତ ୧୪ କର୍ପସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ପି ଜି କେ ମେନନ ଆଲୋଚନାର ନେତୃତ୍ବ ନେଇଥିଲେ। ଦୁଇ ଦେଶର ସେନା ମଧ୍ୟରେ ସାମଗ୍ରିକ ଭାବେ ଉତ୍ତେଜନା ହ୍ରାସ କରିବା ସହିତ ହଟ୍ ସ୍ପ୍ରିଙ୍ଗ୍‌ସର ପାଟ୍ରୋଲିଂ ପଏଣ୍ଟ ୧୫ରୁ ତୃତୀୟ ପର୍ଯ୍ୟାୟରେ ପରସ୍ପରଠାରୁ ଦୂରେଇ ରହିବା ପାଇଁ ଏହି ବୈଠକ ହୋଇଛି। ଦୁଇ ସେନା ମଧ୍ୟରେ ଯେଭଳି ଏପରି ଘଟଣା ଆଉ ନଘଟିବ ତାହାକୁ ନିଶ୍ଚିତ କରିବା ଲାଗି ପାଟ୍ରୋଲିଂର ନୂଆ ପ୍ରୋଟୋକଲ ପ୍ରସ୍ତୁତି ନିମନ୍ତେ ରାଜି ହୋଇଥିଲେ।

ଦୁଇ ଦେଶ ମଧ୍ୟରେ ଗତବର୍ଷ ମେ ମାସରୁ ଉତ୍ତେଜନା ସାମ୍ନାକୁ ଆସିଛି। ଏହି ଉତ୍ତେଜନାକୁ ହ୍ରାସ କରିବା ଲାଗି ଦୁଇ ଦେଶ ରାଜନୈତିକ, କୂଟନୈତିକ ଏବଂ ସାମରିକ ସ୍ତରରେ ଏକାଧିକ ପର୍ଯ୍ୟାୟ ଆଲୋଚନା କରିଛନ୍ତି। ଫଳରେ ଦୁଇ ସେନା ଗତ ଫେବ୍ରୁଆରିରେ ପାଙ୍ଗଙ୍ଗ୍ ସୋ ଏବଂ ଅଗଷ୍ଟରେ ଗୋଗ୍ରା ଏରିଆରୁ ପାଟ୍ରୋଲିଂ ପଏଣ୍ଟ ୧୭ରୁ ଦୂରରେ ରହିବା ସଫଳ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe