ସେନା ପ୍ରତ୍ୟାହାର ପାଇଁ ଭାରତ-ଚୀନ୍‌ କଥାବାର୍ତ୍ତା‌ ଜାରି, ଏପ୍ରିଲ-ମେ’ ପରର ନିର୍ମାଣ ଭାଙ୍ଗିବେ ଦୁଇ ରାଷ୍ଟ୍ର

Advertisment
ସେନା ପ୍ରତ୍ୟାହାର ପାଇଁ ଭାରତ-ଚୀନ୍‌ କଥାବାର୍ତ୍ତା‌ ଜାରି, ଏପ୍ରିଲ-ମେ’ ପରର ନିର୍ମାଣ ଭାଙ୍ଗିବେ ଦୁଇ ରାଷ୍ଟ୍ର

Image Courtesy of Hindustan Times

ନୂଆଦିଲ୍ଲୀ: ବିବାଦୀୟ ଅଞ୍ଚଳରୁ ସେନା ପ୍ରତ୍ୟାହାର ପ୍ରସଙ୍ଗରେ ଭାରତ ଏବଂ ଚୀନ୍‌ ମଧ୍ୟରେ କଥାବାର୍ତ୍ତା ଜାରି ରହିଛି। ତେବେ ସେନା ପ୍ରତ୍ୟାହାର ଯୋଜନା ଅନ୍ତର୍ଗତ ଉଭୟ ଭାରତ ଏବଂ ଚୀନ୍‌ ଚଳିତ ଏପ୍ରିଲ-ମେ’ ପରେ ତଥା ସୀମା ବିବାଦ ପରେ ପାଙ୍ଗଙ୍ଗ୍‌ ଲେକ୍‌‌ରେ ଯେଉଁ ନୂଆ ନିର୍ମାଣ କରିଛନ୍ତି ତାକୁ ଉଭୟ ପକ୍ଷ ଭାଙ୍ଗିବେ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ଫିଙ୍ଗର୍‌ ୪ ଏବଂ ଫିଙ୍ଗର୍‌ ୮ ମଧ୍ୟରେ ଉଭୟ ଭାରତ ଏବଂ ଚୀନ୍‌ ପକ୍ଷରୁ ଆଗକୁ କୌଣସି ପାଟ୍ରୋଲିଂ ହେବନାହିଁ। ଅନ୍ୟପକ୍ଷେ ଦେପସାଙ୍ଗ୍‌ ପ୍ରସଙ୍ଗରେ ୨ ରାଷ୍ଟ୍ର ମଧ୍ୟରେ ପୃଥକ୍‌ ଭାବେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଦେପ୍‌ସାଙ୍ଗରେ ଚୀନ୍‌ ଭାରତୀୟ ସେନାର କିଛି ପାଟ୍ରୋଲିଂ ପଏଣ୍ଟ୍‌କୁ ବ୍ଲକ୍‌ କରି ରଖିଥିବା ବେଳେ ଭାରତୀୟ ସେନାର ଅନ୍ୟ କିଛି ପାଟ୍ରୋଲିଂ ପଏଣ୍ଟ୍‌ରୁ ଚୀନ୍‌ ସମ୍ପୂର୍ଣ୍ଣ ଭାବେ ଏହାର ସେନା ପ୍ରତ୍ୟାହାର କରିନାହିଁ। ପ୍ରଥମ ପର୍ଯ୍ୟାୟ ସେନା ପ୍ରତ୍ୟାହାର କାର୍ଯ୍ୟକ୍ରମ ଖୁବ୍‌ ଶୀଘ୍ର ସମ୍ପନ୍ନ ହେବ ବୋଲି କୁହାଯାଉଛି। ପୂର୍ବ ଲଦାଖ୍‌ ସେକ୍ଟର୍‌ରୁ ଉଭୟ ଭାରତ ଏବଂ ଚୀନ୍‌ ପର୍ଯ୍ୟାୟ କ୍ରମେ ସେନା ପ୍ରତ୍ୟାହାର କରିବା ସଂକ୍ରାନ୍ତରେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ନିର୍ଦ୍ଧାରିତ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ସେନା ପ୍ରତ୍ୟାହାର ସମ୍ଭବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe