ଭାରତ ଓ ଇସ୍ରାଏଲ ମଧ୍ୟରେ ଦ୍ୱିପାକ୍ଷିକ ବନ୍ଧୁତା କ୍ଷେତ୍ରରେ ଆଜି ଏକ ନୂତନ ସୂର୍ଯ୍ୟୋଦୟ ଘଟିଲା: ନେତନ୍ୟାହୁ

Advertisment

ଉଭୟ ଦେଶ ମଧ୍ୟରେ ୯ଟି ଚୁକ୍ତି ସ୍ୱାକ୍ଷରିତ

ଉଭୟ ଦେଶ ମଧ୍ୟରେ ୯ଟି ଚୁକ୍ତି ସ୍ୱାକ୍ଷରିତ

ଭାରତ ଓ ଇସ୍ରାଏଲ ମଧ୍ୟରେ ଦ୍ୱିପାକ୍ଷିକ ବନ୍ଧୁତା କ୍ଷେତ୍ରରେ ଆଜି ଏକ ନୂତନ ସୂର୍ଯ୍ୟୋଦୟ ଘଟିଲା: ନେତନ୍ୟାହୁ

zeenews

ନୂଆଦିଲ୍ଲୀ: ଭାରତ ଓ ଇସ୍ରାଏଲ ମଧ୍ୟରେ ଦ୍ୱିପାକ୍ଷିକ ବନ୍ଧୁତା କ୍ଷେତ୍ରରେ ଆଜି ଏକ ନୂତନ ସୂର୍ଯ୍ୟୋଦୟ ହେବା ସହ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି ବୋଲି ଉଭୟ ଦେଶର ପ୍ରଧାନମନ୍ତ୍ରୀ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସଂପ୍ରତି ଏକ ଛଅ ଦିନିଆ ଭାରତ ଗସ୍ତରେ ଆସିଥିବା ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଆଜି ପୂର୍ବହ୍ନରେ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍‌ଠାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ଅଂଶଗ୍ରହଣ କରିବା ପରେ ଉଭୟ ନେତା ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଦ୍ୱିପାକ୍ଷିକ ଆଲୋଚନା ବେଶ ଫଳପ୍ରଦ ହୋଇଛି ବୋଲି ଉଭୟ ନେତା ସ୍ୱୀକାର କରିବା ସହ ଉଭୟ ଦେଶ ମଧ୍ୟରେ ବନ୍ଧୁତା କ୍ଷେତ୍ରରେ ଏକ ଏକ ନୂତନ ସୂର୍ଯ୍ୟୋଦୟ ହୋଇଛି ବୋଲି କହିଛନ୍ତି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ। ଏଥିସହ ଉଭୟ ଦେଶ ମଧ୍ୟରେ ବନ୍ଧୁତାକୁ ଏକ ନୂଆ ସୋପାନରେ ପହଞ୍ଚାଇବା ପାଇଁ ସେ ସବୁ ମତେ ଉଦ୍ଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନେତନ୍ୟାହୁ।

ଆଜିର ଦ୍ୱିପାକ୍ଷିକ ଆଲୋଚନା କାଳରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ୯ଟି ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ଜଣାପଡ଼ିଛି। ସ୍ୱାକ୍ଷରିତ ହୋଇଥିବା ଚୁକ୍ତିଗୁଡ଼ିକ ମଧ୍ୟରେ ଚଲଚ୍ଚିତ୍ର ଠାରୁ ଆରମ୍ଭ କରି ଔଷଧ, କୃଷି, ସାମରିକ ଆଦି ବିଭିନ୍ନ କ୍ଷେତ୍ର ରହିଛି।

ଆଜିର ଦ୍ୱିପାକ୍ଷିକ ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମେକ୍‌ ଇଣ୍ଡିଆ’ ପ୍ରକଳ୍ପରେ ସାମିଲ୍‌ ହୋଇ ଏହାର ଫାଇଦା ଉଠାଇବାକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟୁହୁଙ୍କୁ ଆହ୍ଵାନ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe