ଫେବୃଆରି ୨୭ରେ ଭାରତ-ପାକ୍‌ ମିସାଇଲ ଯୁଦ୍ଧ ହେଉ ହେଉ ଏମିତି ଅଟିକି ଯାଇଥିଲା…

Advertisment
ଫେବୃଆରି ୨୭ରେ ଭାରତ-ପାକ୍‌ ମିସାଇଲ ଯୁଦ୍ଧ ହେଉ ହେଉ ଏମିତି ଅଟିକି ଯାଇଥିଲା…

Zero Hedge

ନୂଆଦିଲ୍ଲୀ: ଫେବୃଆରି ୨୭ ତାରିଖ ଦିନ ଭାରତ ଓ ପାକିସ୍ତାନ ମଧ୍ୟରେ ମିସାଇଲ୍‌ ଯୁଦ୍ଧ ଆରମ୍ଭ ହେଉ ହେଉ ରହିଯାଇଥିବା ଜଣାପଡ଼ିଛି। ଭାରତୀୟ ଲଢ଼ୁଆ ପାଇଲଟ୍‌ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ପାକିସ୍ତାନ ଧରିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଉ ଭାରତର ଅନ୍ତର୍ଜାତୀୟ ଗୁଇନ୍ଦା ସଂସ୍ଥା ର’ ସଚିବ ଅନୀଲ୍‌ ଧସମାନା ତାଙ୍କର ପାକିସ୍ତାନୀ ପ୍ରତିପକ୍ଷ ଆଇଏସ୍‌ଆଇର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଅସୀମ୍‌ ମୁନିରଙ୍କୁ ଭାରତୀୟ ଆକ୍ରମଣ ସଂପର୍କରେ ସୂଚିତ କରି ଦେଇଥିଲେ। ମାତ୍ର ଏହାପରେ ଆମେରିକା ଓ ସାଉଦୀ ଆରବର ମଧ୍ୟସ୍ଥତା ଯୋଗୁଁ ଆକ୍ରମଣ-ପ୍ରତିଆକ୍ରମଣକୁ ଏଡାଇ ଦିଆଯାଇ ପାରିଥିଲା।

ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ଓ ବିଦେଶ ମନ୍ତ୍ରାଳୟର ଭିତିରି ସୂତ୍ର ଅନୁସାରେ, ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ୍‌ ପାକିସ୍ତାନୀ ସେନା ଦ୍ୱାରା ବନ୍ଦୀ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନାର ମୁଖ୍ୟଙ୍କୁ ଜଣାଇ ଦେଇଥିଲେ କି ପାକିସ୍ତାନକୁ ଏହା କଡା ଶବ୍ଦରେ ଜଣାଇ ଦିଆଯାଉ କି ଅଭିନନ୍ଦନଙ୍କର ଯେପରି କୌଣସି କ୍ଷତି ନ ହୁଏ। ଏଥି ସହ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଲାଗି ସବୁଜ ସଂକେତ ମଧ୍ୟ ଦେଇଥିଲେ।

publive-image Indian Defence Update

ଏହାପରେ ରାଜସ୍ତାନ୍‌ ସୀମାରେ ଭାରତ ପକ୍ଷରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯିବା ଲାଗି ଉଦ୍ଦିଷ୍ଟ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ ଲାଗି ପ୍ରସ୍ତୁତ କରାଯାଇଥିଲା। ପାକିସ୍ତାନ ମଧ୍ୟ ଏହାର ମୁକାବିଲା ଲାଗି ପ୍ରସ୍ତୁତି କରିଥିଲା। ଏପରିକି ପାକିସ୍ତାନର ଇସ୍‌ଲାମାବାଦ୍‌ ,ଲାହୋର୍‌ ଓ କରାଚୀର କେତେକ ଅଞ୍ଚଳରେ ବ୍ଲାକ୍‌ଆଉଟ୍‌ କରାଯାଇଥିଲା।

ତେବେ ଅନ୍ୟପଟେ ଭାରତର ପ୍ରତିରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ୍‌ ତାଙ୍କର ଆମେରିକୀୟ ପ୍ରତିପକ୍ଷ ଜନ ବୋଲଟନ୍‌ଙ୍କ ସହ ହଟ୍‌ ଲାଇନ୍‌ରେ ଆଲୋଚନା କରି ଭାରତ ମିସାଇଲ୍‌ ଆକ୍ରମଣ ଲାଗି ପ୍ରସ୍ତୁତ ବୋଲି ସୂଚନା ଦେଇଥିଲେ। ଏହାପରେ ଆମେରିକା ଯୁଦ୍ଧ ଏଡାଇବା ଲାଗି ପାକିସ୍ତାନ ଉପରେ ଚାପ ପକାଇବା ସହ ବର୍ତ୍ତମାନ୍‌ଙ୍କୁ ଛାଡ଼ିବା ଲାଗି ରାଜି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe