Madhyamam English
ଵାସିଂଟନ: ସମ୍ପ୍ରତି ଭାରତ ଓ ଆମେରିକା ମଧ୍ୟରେ ରହିଥିବା ସହଭାଗିତା ଏକବିଂଶ ଶତାବ୍ଦୀ ପାଇଁ ସେମାନଙ୍କ ସମ୍ପର୍କର ପରିଭାଷା ବଦଳାଇ ଦେଇଛି ବୋଲି ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ଜୋ ବାଇଡେନ୍ କହିଛନ୍ତି। ତେବେ ଏହି ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାକୁ ସେ ଯୋଜନା କରିଛନ୍ତି ବୋଲି କହିଛନ୍ତି। ଦୁଇ ଦେଶର ଦ୍ବିପାକ୍ଷିକ ବାଣିଜ୍ୟ କାରବାରର ଅଧିକ ସୁଯୋଗ ରହିଛି ବୋଲି ୭୭ ବର୍ଷୀୟ ବାଇଡେନ୍ କହିଛନ୍ତି। ଉପରାଷ୍ଟ୍ରପତି ଥିଲା ସମୟରେ ସେ ଯେବେ ଭାରତ ଆସିଥିଲେ, ସେତେବେଳେ ସେ ଦୁଇ ଦେଶ ଭିତରେ ୫୦,୦୦୦ କୋଟି ଡଲାରର ବାଣିଜ୍ୟ କାରବାର ପାଇଁ ଲକ୍ଷ୍ୟ ରଖିଥିବା ବେଳେ ବର୍ତ୍ତମାନ ତାହା ୧୫,୦୦୦ କୋଟିରୁ ଅଳ୍ପ ଅଧିକ ହୋଇଛି। ଏହି ଦ୍ବିପାକ୍ଷିକ ସମ୍ପର୍କକୁ ସେ ଓ ଉପରାଷ୍ଟ୍ରପତି ନିର୍ବାଚିତ କମଳା ହାରିସ ସମ୍ମାନ ଦିଅନ୍ତି ଏବଂ ତାଙ୍କ ବିଦେଶ ନୀତିର ଏହା କେନ୍ଦ୍ରରେ ରହିବ ବୋଲି ବାଇଡେନ୍ କହିଛନ୍ତି।
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍ ଏବଂ ଉପ ରାଷ୍ଟ୍ରପତି ଭାବେ କମଳା ହାରିସ ବିଜୟୀ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବାଇଡେନ୍ ଉପରାଷ୍ଟ୍ରପତି ଥିବା ସମୟରୁ ଭାରତ-ଆମେରିକା ସଂପର୍କକୁ ସୁଦୃଢ଼ କରିବା ପାଇଁ ଗୁରୁତ୍ବପୂର୍ଣ୍ଣ ଯୋଗଦାନ କରିଛନ୍ତି। ଭାରତ ଆମେରିକା ସଂପର୍କକୁ ଆଉ ଏକ ନୂଆ ପର୍ଯ୍ୟାୟକୁ ନେବା ପାଇଁ ମୁଁ ବାଇଡେନ୍ଙ୍କ ସହ ଘନିଷ୍ଠ ଭାବେ କାମ କରିବାକୁ ଆଗ୍ରହୀ ବୋଲି ମୋଦୀ କହିଛନ୍ତି । ସେହିଭଳି ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଶୁଭେଚ୍ଛା ଜଣାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଅନ୍ୟ ଏକ ଟ୍ବିଟ୍ କରି କହିଛନ୍ତି କମଳାଙ୍କ ଅପାର ସଫଳତା ସମସ୍ତ ଭାରତୀୟ-ଆମେରିକୀୟଙ୍କ ପାଇଁ ଗର୍ବର ବିଷୟ। କମଳାଙ୍କ ସହଯୋଗରେ ଭାରତ-ଆମେରିକା ସଂପର୍କ ଅଧିକ ସୁଦୃଢ଼ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି।
Follow Us