ଦୁର୍ଘଟଣାଗ୍ରସ୍ତ ହେବା ପରେ ୫୦୦ଫୁଟ ତଳେ ପ୍ରବାହିତ ନଦୀରେ ପଡ଼ିଲା ବସ୍‌; ୨୭ଯାତ୍ରୀ ମୃତ

ଦୁର୍ଘଟଣାଗ୍ରସ୍ତ ହେବା ପରେ ୫୦୦ଫୁଟ ତଳେ ପ୍ରବାହିତ  ନଦୀରେ ପଡ଼ିଲା ବସ୍‌; ୨୭ଯାତ୍ରୀ ମୃତ

China Plus

ପାଲେମ୍ବାଙ୍ଗ୍‌: ଇଣ୍ଡୋନେସିଆର ଦକ୍ଷିଣ ସୁମାତ୍ରା ପ୍ରଦେଶ ଅନ୍ତର୍ଗତ ଉପାନ୍ତ ପଗାର ଆଲମ୍‌ ଅଞ୍ଚଳରେ ଏକ ବସ୍‌ ରାସ୍ତାରେ ଲାଗିଥିବା କଂକ୍ରିଟ୍‌ରେ ପିଟି ହୋଇ ୫୦୦ ଫୁଟ ତଳେ ପ୍ରବାହିତ ହେଉଥିବା ନଦୀରେ ଖସି ପଡିଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୨୭ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ।

ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ୧୨୦ଜଣ ଉଦ୍ଧାକାରୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଓ ମୃତକଙ୍କ ପରିଚୟ ଜାଣି ସେମାନଙ୍କ ପରିବାରଲୋକଙ୍କୁ ଯୋଗଯୋଗ କରିବା ପାଇଁ ପୁଲିସ ଚେଷ୍ଟା ଚଳାଇଛି।

publive-image BBC

ସ୍ଥାନୀୟ ପୁଲିସ ମୁଖ୍ୟ ଡୋଲି ଗୁମରା ମଙ୍ଗବାର ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇ କହିଛନ୍ତି, ଦୁର୍ଘଟଣାଗ୍ରସ୍ତ ବସ୍‌ରେ ୫୦ଜଣ ଯାତ୍ରୀ ଥିଲେ। ୫୦୦ଫୁଟ ତଳକୁ ଖସିବା ପୂର୍ବରୁ ବସ୍‌ଟି ରାସ୍ତାରେ ଲାଗିଥିବା କଂକ୍ରିଟ୍‌ରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ବସ୍‌ଟି ବେଙ୍ଗାଲୁରୁର ପାଲେମ୍ବାଙ୍ଗ ଯାଉଥିଲା। ପୁଲିସ ଏହି ଦୁର୍ଘଟଣା ନେଇ ଯାଞ୍ଚ ଆରମ୍ଭ କରି ଦେଇଛି। ଘଟଣା ଘଟିଥିବା ସ୍ଥାନ ଦେଇ ଯାଉଥିବା ରାସ୍ତାକୁ ପୁଲିସ ବନ୍ଦ କରି ଦେଇଛି। ସେହିପରି କିଛି ଲୋକ ନଦୀରେ ଭାସି ଯାଇ ନିଖୋଜ ଥିବା ବି ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe