ଭୂମିକମ୍ପରେ ଥରି ଉଠିଲା ପୃଥିବୀ, କିନ୍ତୁ ନମାଜ ପଢ଼ି ଚାଲିଥିଲେ ମୌଲବୀ ! ଦେଖନ୍ତୁ କିପରି ଥିଲା ଦୃଶ୍ୟ

Advertisment
ଭୂମିକମ୍ପରେ ଥରି ଉଠିଲା ପୃଥିବୀ, କିନ୍ତୁ ନମାଜ ପଢ଼ି ଚାଲିଥିଲେ ମୌଲବୀ ! ଦେଖନ୍ତୁ କିପରି ଥିଲା ଦୃଶ୍ୟ

www.thenews.com.pk

ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ଗତ ରବିବାର ହୋଇଥିବା ଭୂମିକମ୍ପରେ ପାଖାପାଖି ୧୦୦ରୁ ଊର୍ଦ୍ଧ୍ୱଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଥିଲେ । ତେବେ ଭୂମିକମ୍ପ ସମୟର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ମସ୍‌ଜିଦ୍‌ର ମୌଲବୀଙ୍କୁ ନମାଜ ପଢ଼ୁଥିବାର ଦେଖା ଯାଇଛି । ଭୂମିକମ୍ପ ସମୟରେ ମସ୍‌ଜିଦ୍‌ ଖୁବ୍‌ ଜୋରରେ ହଲିବାକୁ ଲାଗିଥିଲେ ମଧ୍ୟ ମସ୍‌ଜିଦ୍‌ର ମୌଲବୀ କୁଆଡ଼େ ନ ଯାଇ ପୂର୍ବ ପରି ଠିଆ ହୋଇ ନମାଜ ପଢ଼ୁଥିବାର ଦେଖା ଯାଇଛି । ଏକ କାନ୍ଥକୁ ସାହାର କରି ସେ ପୂରା ନମାଜ ଶେଷ କରିଥିଲେ । ତାଙ୍କ ପଛରେ ବସିଥିବା ଲୋକମାନେ ଦୌଡ଼ି ବାହାରକୁ ଚାଲି ଯାଇଥିବା ବେଳେ କିଛି ମୌଲବୀ ପଛ ପଟେ ଆସି ଠିଆ ହୋଇଥିଲେ। କିନ୍ତୁ ମୌଲବୀ କୁଆଡ଼େ ନ ଯାଇ ନାମଜ ପଢ଼ି ଚାଲିଥିଲେ ।

ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଚର୍ଚ୍ଚାର ବିଷୟ ପାଲଟିଛି । ମୌଲବୀଙ୍କ ସାହାସକୁ ସମସ୍ତେ ପ୍ରଶଂସା କରିଥିବା ଦେଖା ଯାଇଛି । ସୂଚନା ମୁତାବକ, ଏହା ପ୍ରଥମ ନୁହେଁ ଜୁଲାଇ ୨୯ରେ ମଧ୍ୟ ଇଣ୍ଡୋନେସିଆରେ ଜବରଦସ୍ତ ଭୂମିକମ୍ପ ହୋଇଥିଲା । ଯେଉଁଥିରେ ୧୬ଜଣ ଲୋକ ମୃତ୍ୟୁବରଣ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe