ନମାଜ ପାଠ କରୁଥିବା ବେଳେ ପିଲାଙ୍କ ଉପରେ ଭଶୁଡ଼ି ପଡ଼ିଲା ସ୍କୁଲ ଛାତ; ଚାପି ହୋଇଯାଇଛନ୍ତି ଅନେକ ଛାତ୍ର

ଇଣ୍ଡୋନେସିଆର ଏକ ଇସଲାମିକ୍ ସ୍କୁଲର ନିର୍ମାଣଧୀନ କୋଠା ଭୁଶୁଡ଼ି ପଡ଼ିବାରୁ ଭଗ୍ନାବଶେଷ ତଳେ ଅତି କମରେ ୬୫ ଜଣ ଛାତ୍ର ଫସି ରହିଥିବା ଆଶଙ୍କା କରାଯାଉଛି। ଅଧିକାଂଶ ଛାତ୍ରଙ୍କ ବୟସ ୧୨ ରୁ ୧୭ ବର୍ଷ ମଧ୍ୟରେ ଥିବା ଜଣାପଡିଛି।

New Project (40)

ନୂଆଦିଲ୍ଲୀ: ଇଣ୍ଡୋନେସିଆର ଏକ ଇସଲାମିକ୍ ସ୍କୁଲର କୋଠା ହଠାତ ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାର ଖବର ସାମ୍ନାକୁ ଆସିବା ପରେ ପିଲାଙ୍କ ଅଭିଭାବକ ଓ ସମ୍ପର୍କୀୟମାନେ ବିଚଳିତ ହୋଇ ସେମାନଙ୍କ ପିଲାଙ୍କୁ ଖୋଜିବା ପାଇଁ ସ୍କୁଲ ଓ ହସ୍ପିଟାଲ ପରିସରରେ ପ୍ରବଳ ଭିଡ଼ ଜମାଇଛନ୍ତି। 

ଘଟଣାସ୍ଥଳରେ ପହଞ୍ଚିଥିବା ଅଧିକାରୀମାନଙ୍କ ସୂତ୍ରରୁ ପ୍ରକାଶ, ସ୍କୁଲର ନିର୍ମାଣାଧୀନ କୋଠାଟି ସୋମବାର ଛାତ୍ରମାନେ ନମାଜ ପାଠ କରୁଥିବା ବେଳେ ହଠାତ ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ଜଣେ ଛାତ୍ରର ମୃତ୍ୟୁ ହୋଇଥିବା ବେଳେ ଅନେକ ପିଲା ଏଥିରେ ଆହତ ହୋଇଥିବା ଜଣାପଡ଼ିଛି। 

ସ୍କୁଲର ନିର୍ମାଣଧୀନ କୋଠା ଭୁଶୁଡ଼ି ପଡ଼ିବାରୁ ଭଗ୍ନାବଶେଷ ତଳେ ଅତି କମରେ ୬୫ ଜଣ ଛାତ୍ର ଫସି ରହିଥିବା ଆଶଙ୍କା କରାଯାଉଛି। ଅଧିକାଂଶ ଛାତ୍ରଙ୍କ ବୟସ ୧୨ ରୁ ୧୭ ବର୍ଷ ମଧ୍ୟରେ ଥିବା ଜଣାପଡିଛି।

କମାଣ୍ଡ ପୋଷ୍ଟରେ ଥିବା ଏକ ନୋଟିସ୍ ବୋର୍ଡ ଅନୁଯାୟୀ, ୬୫ ଜଣ ଛାତ୍ରଙ୍କ ଏଯାଏଁ ପତ୍ତା ମିଳୁନାହିଁ। ଅନେକ ଅଭିଭାବକ ସେମାନଙ୍କ ପିଲାଙ୍କ ନାମ ନିଖୋଜ ତାଲିକାରେ ଥିବା ଦେଖି ଧୈର୍ଯ୍ୟହରା ହୋଇପଡ଼ିଛନ୍ତି।

ଉଦ୍ଧାର କର୍ମୀ ଓ ପୁଲିସ ରାତିସାରା ଅଭିଯାନ ଜାରି ରଖିଥିବା ବେଳେ ଏପର୍ଯ୍ୟନ୍ତ ମାତ୍ର ଆଠ ଜଣ ଆହତ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାରକାରୀ ଦଳ ଭଗ୍ନାବଶେଷ ତଳେ ଫସି ରହିଥିବା ଛାତ୍ରମାନଙ୍କୁ ବଞ୍ଚାଇବା ପାଇଁ ଅକ୍ସିଜେନ୍ ସିଲିଣ୍ଡର ଏବଂ ପାଣି ବୋତଲ ଯୋଗାଇବା ପାଇଁ କାମ କରୁଛନ୍ତି।  ଉଦ୍ଧାର କାର୍ଯ୍ୟ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ରହିଛି। କାରଣ ଭୁଶୁଡ଼ି ପଡ଼ିଥିବା କୋଠାର ଭାରି କଂକ୍ରିଟ୍ ସ୍ଲାବ୍ ଏବଂ କିଛି ଅସ୍ଥିର ଅଂଶ ରହିଛି। ଯାହା ଯେକୌଣସି ସମୟରେ ଭୁଶୁଡ଼ି ପଡ଼ିପାରେ । ଏହା ଚାପି ହୋଇ ରହିଥିବା ଛାତ୍ରମାନଙ୍କ ଜୀବନକୁ ବିପଦରେ ପକାଇପାରେ।"

ସ୍କୁଲରେ ଘଟିଥିବା ଏହି ଦୁର୍ଘଟଣାକୁ ନେଇ ବିଶେଷଜ୍ଞମାନେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘  ଏପରି କୋଠାଗୁଡ଼ିକ ପ୍ରାୟତଃ ନିର୍ମାଣ ମାନଦଣ୍ଡର ଅବହେଳା ଏବଂ ରକ୍ଷଣାବେକ୍ଷଣ ଅଭାବରୁ ଭୁଶୁଡ଼ି ପଡ଼ିଥାଏ। ଏପରି ‌କୋଠାଗୁଡ଼ିକର ଯାଞ୍ଚ ନିହାତି ଆବଶ୍ୟକ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe