ସମୁଦ୍ରକୁ ଖସିପଡ଼ିଛି ଇଣ୍ଡୋନେସିଆର ବୋଇଂ ବିମାନ ! କ୍ରୁ ସଦସ୍ୟଙ୍କୁ ମିଶାଇ ବିମାନରେ ଥିଲେ ୬୨ଯାତ୍ରୀ

Advertisment
ସମୁଦ୍ରକୁ ଖସିପଡ଼ିଛି ଇଣ୍ଡୋନେସିଆର ବୋଇଂ ବିମାନ ! କ୍ରୁ ସଦସ୍ୟଙ୍କୁ ମିଶାଇ ବିମାନରେ ଥିଲେ ୬୨ଯାତ୍ରୀ

indiatoday

ନୂଆଦିଲ୍ଲୀ: ଉଡ଼ାଣ କରିବାର ମାତ୍ର ୪ମିନିଟ ପରେ ଇଣ୍ଡୋନେସିଆର ଶ୍ରୀୱିଜୟ ବିମାନ ନିଖୋଜ ହୋଇଯାଇଥିବା ଜଣାପଡ଼ିଥିଲା। ୪ ମିନିଟ ପରେ ପାଇଲଟଙ୍କ ସହ ଏୟାର ଟ୍ରାଫିକ କଂଟ୍ରୋଲର ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ବିମାନକୁ ଖୋଜିବା ଆରମ୍ଭ କରାଯାଇଥିଲା। ଏବେ ବିମାନଟି ସମୁଦ୍ରକୁ ଖସି ପଡ଼ିଥିବା ସନ୍ଦେହ କରୁଛନ୍ତି ଇଣ୍ଡୋନେସିଆର ପରିବହନ ମନ୍ତ୍ରୀ। ସେ କହିଛନ୍ତି ଯେ, ବିମାନ ମଧ୍ୟରେ କ୍ରୁ ସଦସ୍ୟଙ୍କୁ ମିଶାଇ ୬୨ଜଣ ଯାତ୍ରୀ ଥିଲେ। ଉଡ଼ାଣ ପରେ ବିମାନଟି ସମୁଦ୍ରକୁ ଖସିପଡ଼ିଥିବା ସନ୍ଦେହ କରାଯାଉଛି। ତେବେ ଏପର୍ଯ୍ୟନ୍ତ ବିମାନର କୌଣସି ପତ୍ତା ମିଳିପାରି ନାହିଁ।

ସୂଚନା ମୁତାବକ, ଜାକର୍ତ୍ତାରୁ ପଣ୍ଟିଆନାକକୁ  ଉଡ଼ାଣ ଆରମ୍ଭ କରିବାର ୪ ମିନିଟ ପରେ ଇଣ୍ଡୋନେସିଆର ଶ୍ରୀୱିଜୟ ବିମାନ ( ବୋଇଙ୍ଗ ୭୩୭-୫୨୪) ଏୟାର ଟ୍ରାଫିକ କଂଟ୍ରୋଲ ସହିତ ଯୋଗାଯୋଗ ହରାଇଥିଲା। ଶେଷ ଥର ପାଇଁ ମଧ୍ୟାହ୍ଣ ୨ଟା ୪୦ରେ ବିମାନ ସହ ଯୋଗଯୋଗ ହୋଇଥିଲା। ଏହା ପରଠାରୁ ବିମାନ ସହ ଯୋଗାଯୋଗ କରିପାରିନଥିଲା କଣ୍ଟ୍ରୋଲ ରୁମ। ବିମାନର ନିଖୋଜ ନେଇ ଇଣ୍ଡୋନେସିଆର  ଉଦ୍ଧାରକାରୀ ସଂସ୍ଥା ଏବଂ ଜାତୀୟ ପରିବହନ ସୁରକ୍ଷା ଆୟୋଗ ମଧ୍ୟ ତଦନ୍ତ କରୁଛନ୍ତି ବୋଲି ଶ୍ରୀୱିଜୟ ପକ୍ଷରୁ କୁହାଯାଇଛି।

ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ଅକ୍ଟୋବର ୨୦୧୮ରେ, ଏକ ଲାୟନ ଏୟାରଲାଇନ୍ସର ବୋଇଙ୍ଗ ୭୩୭ ମାକ୍ସ ଜେଟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ଉଡ଼ାଣର ୧୨ମିନିଟ ପରେ ଜାଭା ସାଗରରେ ଖସିପଡ଼ିବାରୁ ୧୮୯ଜଣଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe