ମଝି ସମୁଦ୍ରରେ ଭୟଙ୍କର ନିଆଁ: ପାଣି ପାଟିରୁ, ନିଆଁ ଆଁରୁ ୫୬୦ ଜୀବନ ବଞ୍ଚାଇଦେଲେ ଉଦ୍ଧାରକାରୀ ଦଳ

560

ଇଣ୍ଡୋନେସିଆ: ପାଣି ଉପରେ ଭୟଙ୍କର ନିଆଁ.. ଆଉ ନିଆଁ ଆଁରେ ଜୀବନ । ମଝି ସମୁଦ୍ରରେ ଯେତେବେଳେ ହଠାତ୍ ଜାହାଜରେ ଲାଗିଗଲା ନିଆଁ । ସେତେବେଳେ ଜୀବନ ବିକଳରେ ସମୁଦ୍ରକୁ ଡେଇଁ ପଡିଥିଲେ ଯାତ୍ରୀ । ଇଣ୍ଡୋନେସିଆରେ ଘଟିଥିବା ଭୟଙ୍କର ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ସମୁଦ୍ର ଭିତରେ ନିଆଁ କେତେ ଯେ ଭୟଙ୍କର ଥିଲା ତାହା ଅନୁମାନ କରିହେଉଛି ।
 
ତେବେ ଶତାଧିକ ଯାତ୍ରୀଙ୍କୁ ନେଇ ନେଇ ଯାଉଥିବା ଜାହାଜରେ ନିଆଁ ଲାଗିଯିବାରୁ ଇତି ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଉଦ୍ଧାରକାରୀ ଦଳ ସ୍ପଷ୍ଟ କରିଥିବା ବେଳେ ୫୬୦ ଜଣଙ୍କୁ ନିଆଁ ଆଁରୁ ଏବଂ ପାଣି ପାଟିରୁ ଉଦ୍ଧାର କରାଯାଇଥିବା କହିଛନ୍ତି । 

ଦୁର୍ଘଟଣାର ଶିକାର ହୋଇଥିବା ଜାହାଜର ନାମ କେଏମ ବାର୍ସିଲୋନା । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଜାହାଜରେ ନିଆଁ ଲାଗିଯାଇଥିବା ବେଳେ କଳା ଧୂଆଁର ଆସ୍ତରଣ ଛାଇ ଯାଇଛି । ହଠାତ୍ ନିଆଁ ଦେଖି ଜୀବନ ବିକଳରେ କିଛି ଲୋକ ଲାଇଫ ଜ୍ୟାକେଟ ପିନ୍ଧି ସମୁଦ୍ର ଭିତରକୁ ଡେଇଁପଡୁଛନ୍ତି । ଆଉ କିଛି ଲୋକ ଟ୍ୟୁବ ସହାୟତାରେ ସମୁଦ୍ରରେ ପହଁରି କୂଳକୁ ଆସିବାକୁ ଉଦ୍ୟମ କରୁଛନ୍ତି ।

ଅଘଟଣର ଖବର ପାଇବା ପରେ ତୁରନ୍ତ ପ୍ରଶାସନ ପକ୍ଷରୁ ଉଦ୍ଧାର କାମକୁ ଜୋରଦାର କରାଯାଇଥିଲା । ଉଦ୍ଧାର ୬ଟି ଜାହାଜ ମୁତୟନ ହୋଇଥିଲା । ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଉଦ୍ଧାର କାମରେ ସ୍ଥାନୀୟ ମତ୍ସ୍ୟଜୀବୀ ବି ସାହାଯ୍ଯ କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe