ଏକାଠି ୨୪ ଜଣ କିନ୍ନର ବିଷ ପିଇବା ଘଟଣା ପଛର କାରଣ କହିଲେ ନେହା

ଘଟଣା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରି ନେହା ନାମକ ଜଣେ କିନ୍ନର କହିଛନ୍ତି,‘ କିନ୍ନର ସମ୍ପ୍ରଦାୟର ଦୁଇଟି ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିଥିଲା। ଏହାପରେ ଦୁଇଜଣ ସାମ୍ବାଦିକ ଅକ୍ଷୟ ଏବଂ ପଙ୍କଜ ଘରକୁ ଯିବା ଆସିବା କରିବାକୁ ଲାଗିଥିଲେ। ଏ ସମୟରେ ସେମାନେ ତାଙ୍କୁ ବ୍ଲାକମେଲ୍ କରି ଦୁଷ୍କର୍ମ କରିଥିଲେ। 

Untitled-17 (3)

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରର ନନ୍ଦଲାଲପୁରାରେ ୨୪ ଜଣ କିନ୍ନର ଏକାଠି ବିଷ ପିଇବା ଘଟଣା ଘଟଣା ସାରା ସହରରେ ଆଲୋଡ଼ନ ସୃଷ୍ଟି କରିଛି। 

ଦୁଇଜଣ ଗଣମାଧ୍ୟମ କର୍ମଚାରୀଙ୍କ ଉପରେ ଦୁଷ୍କର୍ମ ଏବଂ ହତ୍ୟା ଧମକ ଅଭିଯୋଗ ହୋବର କିଛି ଘଣ୍ଟା ପରେ ୨୪ ଜଣ କିନ୍ନର ଏଭଳି ଏକ ବିପଦଜନକ ପଦକ୍ଷେପ ନେଇଥିଲେ। 

ଘଟଣା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରି ନେହା ନାମକ ଜଣେ କିନ୍ନର କହିଛନ୍ତି,‘ କିନ୍ନର ସମ୍ପ୍ରଦାୟର ଦୁଇଟି ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିଥିଲା। ଏହାପରେ ଦୁଇଜଣ ସାମ୍ବାଦିକ ଅକ୍ଷୟ ଏବଂ ପଙ୍କଜ ତାଙ୍କ ଘରକୁ ଯିବା ଆସିବା କରିବାକୁ ଲାଗିଥିଲେ। ଏ ସମୟରେ ସେମାନେ ତାଙ୍କୁ ବ୍ଲାକମେଲ୍ କରି ଦୁଷ୍କର୍ମ କରିଥିଲେ। ଏହି ଘଟଣା କିନ୍ନର ଗୋଷ୍ଠୀକୁ ଆଘାତ ଦେଇଥିଲା। ସେଥିପାଇଁ ୨୪ଜଣ କିନ୍ନର ଏକାଠି ବିଷ ପାଇବାକୁ ବାଧ୍ୟ ହୋଇଥିଲେ।

ଆଜିର ସମାଜ ଏପରି ଏକ ସ୍ଥାନରେ ପହଞ୍ଚିଛି ଯେଉଁଠାରେ କିନ୍ନରମାନେ ମଧ୍ୟ ସୁରକ୍ଷିତ ନୁହଁନ୍ତି। ଅକ୍ଷୟ ଏବଂ ପଙ୍କଜ ଅପରାଧ କରିଛନ୍ତି। ସେମାନଙ୍କୁ ଦଣ୍ଡ ମିଳିବା ଉଚିତ। ସେମାନେ କିନ୍ନରମାନଙ୍କଠାରୁ ୧.୫ ଲକ୍ଷ ଟଙ୍କା ମଧ୍ୟ ନେଇଥିଲେ। 

ଗତ କିଛି ମାସ ଧରି ପାୟଲ ଗୁରୁ ଏବଂ ସୀମା ଗୁରୁଙ୍କ ମଧ୍ୟରେ ସମ୍ପତ୍ତି ବିବାଦ ଚାଲିଛି। ଏହି ବିବାଦ ପୁଲିସ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଥିଲା । ଏହାପରେ ପୁଲିସ ଏକ ସ୍ୱତନ୍ତ୍ର ତଦନ୍ତ ଦଳ ଗଠନ କରି ତଦନ୍ତ କରୁଥିଲା। କିନ୍ତୁ ଜଣେ ବରିଷ୍ଠ ଅଧିକାରୀଙ୍କୁ ସ୍ଥାନାନ୍ତର କରାଯିବା ପରେ ଏସଆଇଟି ନୀରବ ହୋଇଯାଇଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe