ଇନ୍ଦୋର, ଭୋପାଳ ଓ ଚଣ୍ଡୀଗଡ଼ ଭାରତର ସବୁଠୁ ପରିଷ୍କାର ସହର: ସର୍ଭେ

Advertisment
ଇନ୍ଦୋର, ଭୋପାଳ ଓ ଚଣ୍ଡୀଗଡ଼ ଭାରତର ସବୁଠୁ ପରିଷ୍କାର ସହର: ସର୍ଭେ

Image Courtesy of News Nation

ନୂଆଦିଲ୍ଲୀ: କ୍ରମାଗତ ଦ୍ୱିତୀୟ ବର୍ଷରେ ମଧ୍ୟ ଇନ୍ଦୋର ଓ ଭୋପାଳ ଦେଶର ସବୁଠୁ ପରିଷ୍କାର ସହରର ମାନ୍ୟତା ବଜାୟ ରଖିଛନ୍ତି। ଏହି ତାଲିକାର ତୃତୀୟ ସ୍ଥାନରେ ରହିଛି ଚଣ୍ଡୀଗଡ଼।

ବୁଧବାର ଦିନ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ ଘୋଷଣା କରିଥିବା ସାନିଟେସନ୍‌ ସର୍ଭେର ଫଳାଫଳ ଅନୁସାରେ ତିନି ଲକ୍ଷରୁ କମ୍‌ ଜନସଂଖ୍ୟା ଥିବା ମ୍ୟୁନିସ୍‌ପାଲିଟି ଅଞ୍ଚଳରେ ନୂଆଦିଲ୍ଲୀ ମ୍ୟୁନିସ୍‌ପାଲ୍‌ କାଉନ୍‌ସିଲ୍‌ ସବୁଠୁ ପରିଷ୍କାର ସହର ଭାବେ ଚିହ୍ନିତ ହୋଇଛି। ରାଜ୍ୟ ରାଜଧାନୀ ସବୁ ମଧ୍ୟରେ ଗ୍ରେଟର୍‌ ମୁମ୍ବାଇ ସବୁଠୁ ପରିଷ୍କାର ବୋଲି ଘୋଷଣା କରାଯାଇଛି।

ସର୍ଭେ ରିପୋର୍ଟ ଅନୁସାରେ, ଏକ ନିୟୁତରୁ ଅଧିକ ଜନସଂଖ୍ୟା ଥିବା ସହରମାନଙ୍କ ମଧ୍ୟରେ ସବୁଠୁ ପରିଷ୍କାର ହେଉଛି ବିଜୟଓ୍ଵାଡ଼ା ଏବଂ ତିନି ଲକ୍ଷରୁ ଏକ ନିୟୁତ ଜନସଂଖ୍ୟା ଥିବା ସହରମାନଙ୍କ ମଧ୍ୟରେ ସବୁଠୁ ପରିଷ୍କାର ହେଉଛି ମହୀଶୂର।

publive-image

ସ୍ୱଚ୍ଛ ସର୍ବେକ୍ଷଣ ସମୟରେ ସରକାର କହିଥିଲେ ଯେ ଦେଶର ୪, ୨୦୩ ପୌରାଞ୍ଚଳରୁ ୩୭. ୬୬ ଲକ୍ଷ ନାଗରିକ ସେମାନଙ୍କର ମତାମତ ଦେଇଥିଲେ। ୨୦୧୭ ବର୍ଷରେ ଏକ ଲକ୍ଷ କିଂବା ତା’ଠାରୁ ଅଧିକ ଜନସଂଖ୍ୟା କେବଳ ୪୩୪ଟି ପୌରାଞ୍ଚଳ ସ୍ୱାସ୍ଥ୍ୟକର ମାନକ ଅନୁସାରେ ସ୍ଥାନିତ ହୋଇଥିଲେ।

ଏହି ସର୍ଭେ ଏକ ସ୍ୱାଧୀନ ଏଜେନ୍‌ସି ଦ୍ୱାରା କରାଯାଇ ତଥ୍ୟ ସଂଗୃହ କରାଯାଇଥିଲା। ସେବା ସ୍ତରୀୟ ଅଗ୍ରଗତି, ବିଭିନ୍ନ କ୍ଷେତ୍ରକୁ ସିଧାସଳଖ ଯାଇ ଲକ୍ଷ୍ୟ କରିବା ଏବଂ ନାଗରିକମାନଙ୍କ ମତାମତ ସଂଗ୍ରହ କରାଯାଇ ତାହାକୁ ଅନୁଶୀଳନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe