Sewer Bacteria Found: ଇନ୍ଦୋର ଟ୍ରାଜେଡି ପାଇଁ ଦାୟୀ ନର୍ଦ୍ଦମା ପାଣି, ପରୀକ୍ଷା ପରେ ସାମ୍ନାକୁ ଆସିଲା କାରଣ

Advertisment

ଇନ୍ଦୋରରେ ଏବେ ତାଣ୍ଡବ ରଚୁଛି "ବିଷାକ୍ତ" ପାଣି। ଦୂଷିତ ପାଣି ପିଇ ଗୁରୁତର ହୋଇପଡ଼ିଛନ୍ତି ଏକାଧିକ ଲୋକ। ପାଣିର ପରୀକ୍ଷା କରାଯିବା ପରେ ନିଶ୍ଚିତ ହୋଇଛି ଯେ ଭାଗୀରଥପୁରା ବିପର୍ଯ୍ୟୟର କାରଣ ହେଉଛି ଦୂଷିତ ପାନୀୟ ଜଳରେ ଥିବା ଜୀବାଣୁ ।

ଇନ୍ଦୋରରେ ଏବେ ତାଣ୍ଡବ ରଚୁଛି "ବିଷାକ୍ତ" ପାଣି। ଦୂଷିତ ପାଣି ପିଇ ଗୁରୁତର ହୋଇପଡ଼ିଛନ୍ତି ଏକାଧିକ ଲୋକ। ପାଣିର ପରୀକ୍ଷା କରାଯିବା ପରେ ନିଶ୍ଚିତ ହୋଇଛି ଯେ ଭାଗୀରଥପୁରା ବିପର୍ଯ୍ୟୟର କାରଣ ହେଉଛି ଦୂଷିତ ପାନୀୟ ଜଳରେ ଥିବା ଜୀବାଣୁ ।

Sewer Bacteria

Sewer Bacteria Found In Indore's Contaminated Water Photograph: (sambad.in)

ଇନ୍ଦୋର: ଦେଶର ସବୁଠାରୁ ସଫା ସହର ଭାବେ ଜଣାଶୁଣା ଇନ୍ଦୋର ଉପରେ କାହାର ନଜର ଲାଗିଯାଇଛି। ସଫା ସହରରେ ଏବେ ତାଣ୍ଡବ ରଚୁଛି "ବିଷାକ୍ତ" ପାଣି। ଦୂଷିତ ପାଣି ପିଇ ଏବେ ଗୁରୁତର ହୋଇପଡ଼ିଛନ୍ତି ଏକାଧିକ ଲୋକ। ପାଣିର ପରୀକ୍ଷା କରାଯିବା ପରେ ନିଶ୍ଚିତ ହୋଇଛି ଯେ ଭାଗୀରଥପୁରା ବିପର୍ଯ୍ୟୟର କାରଣ ହେଉଛି ଦୂଷିତ ପାନୀୟ ଜଳ । ଇନ୍ଦୋରରେ ଡାଇରିଆର ପ୍ରକୋପରେ ଅତି କମରେ ୪ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ଏବଂ ୧୪୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା କହିଛି ପ୍ରଶାସନ। ହେଲେ ମୃତକଙ୍କ ସମ୍ପର୍କୀୟଙ୍କ ଅନୁଯାୟୀ ଏପର୍ଯ୍ୟନ୍ତ ୧୩ଜଣଙ୍କ ମୃତ୍ୟୁ ହୋଇସାରିଛି।

ନର୍ଦ୍ଦମା ପାଣିରେ ଥିବା ଜୀବାଣୁ ପାଇଁ ହୋଇଛି ଡାଇରିଆ

ପ୍ରାରମ୍ଭିକ ରିପୋର୍ଟରେ ପାନୀୟ ଜଳ ନମୁନାରେ ସାଧାରଣତଃ ନର୍ଦ୍ଦମା ପାଣିରେ ମିଳୁଥିବା ଜୀବାଣୁର ଉପସ୍ଥିତି ନିଶ୍ଚିତ କରାଯାଇଛି। ପରୀକ୍ଷାରୁ ନିଶ୍ଚିତ ହୋଇଛି ଯେ, ପ୍ରଭାବିତ ଅଞ୍ଚଳରେ ବାନ୍ତି-ଡାଇରିଆ ପ୍ରକୋପ ପାଇଁ ଦୂଷିତ ପାନୀୟ ଜଳରେ ଥିବା ଜୀବାଣୁ ଦାୟୀ। ରିପୋର୍ଟ ଅନୁଯାୟୀ, ପରୀକ୍ଷାରୁ ଦୂଷିତ ପାଣିରେ ଭିବ୍ରିଓ କଲେରା, ସିଗେଲା ଏବଂ ଇ. କୋଲାଇ ଜୀବାଣୁର ଉପସ୍ଥିତି ଚିହ୍ନଟ ହୋଇଛି। ଏହି ରୋଗ ସୃଷ୍ଟିକାରୀ ଜୀବାଣୁଗୁଡ଼ିକ ପାକସ୍ଥଳୀ ସଂକ୍ରମଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ଭାଗୀରଥପୁରାରୁ ପ୍ରଥମେ ଏହି ସମସ୍ୟା ଆରମ୍ଭ ହୋଇଥିଲା। ଡାଇରିଆ ଓ ବାନ୍ତି ହେବା ଭଳି ଲକ୍ଷଣ ଦେଖାଯିବାରୁ ଦୂଷିତ ଜଳ ପାଇଁ ଏଭଳି ହେଉଥିବା ଆଶଙ୍କା କରାଯାଉଥିଲା। ହେଲେ ଏବେ ତାହା ସ୍ପଷ୍ଟ ହୋଇଛି। 

ସାଂସଦଙ୍କ ପ୍ରତିକ୍ରିୟା

ମଧ୍ୟପ୍ରଦେଶ ମନ୍ତ୍ରୀ ‌କୈଲାଶ ବିଜୟବର୍ଗିଅ କହିଥିଲେ ଯେ, "ଆମେ ସମସ୍ତ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେଉଛୁ। ପାଞ୍ଚଟି ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି। ଗତକାଲି ଠାରୁ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି। ଗତକାଲି ରାତିଠାରୁ, ୬୦ଜଣ ରୋଗୀ ଆସିଛନ୍ତି, ଏବଂ ଅଧାରୁ ଅଧିକ ପ୍ରାଥମିକ ଚିକିତ୍ସା ପାଇ ଘରକୁ ଯାଇଛନ୍ତି। ଯେଉଁମାନଙ୍କର ଅବସ୍ଥା ଗୁରୁତର ସେମାନଙ୍କୁ ହସ୍ପିଟାଲକୁ ପଠାଯାଇଛି। ଆମେ ଅରବିନ୍ଦ ହସ୍ପିଟାଲରେ ୧୦୦ ଶଯ୍ୟା ଉପଲବ୍ଧ କରାଇଛୁ ଏବଂ MY ହସ୍ପିଟାଲରେ ସମ୍ପୂର୍ଣ୍ଣ ୧୦୦ ଶଯ୍ୟା ବିଶିଷ୍ଟ ଏକ ୱାର୍ଡ ବଣ୍ଟନ କରିଛୁ। କିଛି ପିଲାଙ୍କୁ ଚାଚା ନେହେରୁ ହସ୍ପିଟାଲକୁ ପଠାଯାଇଛି। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ ପାଇଁ ଆମେ ମାଗଣା ଚିକିତ୍ସା ଦେଉଛୁ। କାହାକୁ ଯେମିତି ଚିକିତ୍ସା ପାଇଁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ତାହା ଆମେ ସୁନିଶ୍ଚିତ କରିଛୁ। ମୁଁ ଏଠାରେ ଅଛି, ଏବଂ ଆମେ ଭାଗିରଥପୁରାରେ ରହିବୁ ଯେପର୍ଯ୍ୟନ୍ତ ଆଉ କୌଣସି ରୋଗୀ ନଆସନ୍ତି, ଏବଂ ଆମେ ସମଗ୍ର ପରିସ୍ଥିତିକୁ ପରିଚାଳନା କରିବୁ।"

ଆହୁରି ପଢ଼ନ୍ତୁ: Chilika No Boat Services Till 11 Am ପୁରୀ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ, ଦିନ ୧୧ଟା ଯାଏ ଚିଲିକାରେ ଚାଲିବନି ଡଙ୍ଗା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe