ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ କରୋନା ଭାଇରସ୍ରେ ସଂକ୍ରମିତ ହୋଇଥିବା ଜଣେ ୬୨ ବର୍ଷୀୟ ଡାକ୍ତର ଆଜି ସକାଳେ ପ୍ରାଣ ହରାଇଛନ୍ତି। ଏହା ସହିତ ସହରରେ କରୋନା ମୃତ୍ୟୁ ସଂଖ୍ୟା ୨୨ରେ ପହଞ୍ଚିଯାଇଛି। ମୁଖ୍ୟ ଚିକିତ୍ସା ଏବଂ ସ୍ବାସ୍ଥ୍ୟ ଅଧିକାରୀ ଡ. ପ୍ରବୀଣ ଜାଦିୟା କହିଛନ୍ତି ଯେ ୬୨ ବର୍ଷୀୟ ଡାକ୍ତର ଶତ୍ରୁଘ୍ନ ପଂଜୱାନିଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। କିଛିଦିନ ତଳେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ତାଙ୍କ ସଂସ୍ପର୍ଶରେ ଅନେକ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ ଆସିଥିବାରୁ ସେମାନଙ୍କୁ ମଧ୍ୟ ଏବେ କ୍ବାରାଣ୍ଟିନ୍ରେ ରଖାଯାଇଛି। ରାଜ୍ୟରେ କରୋନାରେ ସଂକ୍ରମିତ ହୋଇ କୌଣସି ଡାକ୍ତରଙ୍କ ମୃତ୍ୟୁ ଘଟିବା ପ୍ରଥମ ଘଟଣା। ୨ ଦିନ ମଧ୍ୟରେ ଇନ୍ଦୋରରେ ୪୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ସହରର ବିଭିନ୍ନ ଅଂଚଳ ସିଲ କରି ବ୍ୟାପକ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଉଛି।
ଇନ୍ଦୋରରେ କରୋନା ସଂକ୍ରମିତ ଡାକ୍ତରଙ୍କ ମୃତ୍ୟୁ
Advertisment
Follow Us