ବାପାଙ୍କୁ ଲିଭର ଦେବାକୁ ଝିଅ ଆଗେଇ ଆସିଥିବା ବେଳେ ଡାକ୍ତରଙ୍କ ରହିଛି ଏଭଳି ପ୍ରତିକ୍ରିୟା

Advertisment
ବାପାଙ୍କୁ ଲିଭର ଦେବାକୁ ଝିଅ ଆଗେଇ ଆସିଥିବା ବେଳେ ଡାକ୍ତରଙ୍କ ରହିଛି ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ଖଣ୍ଡପୀଠ ଇନ୍ଦୋରର ଏକ ଘରୋଇ ହସ୍ପିଟାଲକୁ ଗମ୍ଭୀର ରୋଗରେ ପୀଡ଼ିତ ୪୨ବର୍ଷୀୟ ଚାଷୀଙ୍କ ଆବେଦନର ରିପୋର୍ଟ ମାଗିଛନ୍ତି।

ଆବେଦନକାରୀ ଶିବନାରାୟଣ ବାଥମଙ୍କ ଓକିଲ ନୀଲେଶ ମନୋରେ କହିଛନ୍ତି, ‘ହାଇକୋର୍ଟର ବିଚାରପତି ବିନୋଦ କୁମାର ଦ୍ବିବେଦୀ ଏକ ଘ‌ରୋଇ ହସ୍ପିଟାଲକୁ ଦୁଇଦିନ ଭିତରେ ରିପୋର୍ଟ ମାଗିଛନ୍ତି। ଏହି ଘଟଣାର ଆଗାମୀ ଶୁଣାଣି ଜୁନ ୨୦ ତାରିଖ‌ରେ କରାଯିବ।

ଓକିଲ ମନୋରେ କହିଛନ୍ତି, ଶିବନାରାୟଣ ବାଥମ ଅନେକ ଦିନ ହେବ ଲିଭର ରୋଗରେ ପୀଡ଼ିତ ଅଛନ୍ତି। ସେ ସ୍ତ୍ରୀ ଓ ତାଙ୍କର ୫ଜଣ ଝିଅଙ୍କ ସହିତ ବସବାସ କରନ୍ତି। ବାପାଙ୍କ ଲିଭର ନଷ୍ଟ ହୋଇଯାଇଥିବା କଥା ୫ଜଣ ଝିଅ ଜାଣିବା ପରେ  ବଡ଼ ଝିଅ ଯାହାଙ୍କ ବୟସ ୧୭ବର୍ଷ ୧୦ମାସ ରହିଛି। ସେ ତାଙ୍କ ଲିଭର ବାପାଙ୍କୁ ଦାନ କରିବାକୁ ଆଗେଇ ଆସିଛନ୍ତି । କିନ୍ତୁ ୧୮ବର୍ଷ ହୋଇ ନଥିବାରୁ ଡାକ୍ତର ତାଙ୍କ ଲିଭର  ଟ୍ରାନ୍ସପ୍ଲାଣ୍ଟ ପାଇଁ ମନା କରି ଦେଇଛନ୍ତି।

ଏଥିସହିତ ଡାକ୍ତର ଏହା ବି କହିଛନ୍ତି କି ଆଗାମୀ ୧୫ଦିନ ମଧ୍ୟରେ ଶିବନାରାୟଣଙ୍କ ଲିଭର ପ୍ରତିରୋପଣ ନହେଲେ ତାଙ୍କର ଅନ୍ୟ ଅଙ୍ଗ ବି ନଷ୍ଟ ହୋଇଯିବାର ଅନେକ ସମ୍ଭାବନା ରହିଛି।  ଏଥିସହିତ ତାଙ୍କ ଜୀବନ ବି ଚାଲିଯାଇପାରେ। ଏପରି କ୍ଷେତ୍ରରେ ପରିବାର, ରୋଗୀ ଓ ବଡ଼ ଝିଅ କିଛି ଉପାୟ ନପାଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe