ବ୍ୟାଡମିଣ୍ଟନ ଖେଳୁଥିବା ସମୟରେ ସାଙ୍ଗକୁ ଏଭଳି କଥା କହି ଟଳି ପଡ଼ିଲେ ବ୍ୟବସାୟୀ

Advertisment

ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ବ୍ୟବସାୟୀଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ ବ୍ୟବସାୟୀଙ୍କ ନାମ ଅମିତ ଚେଲାୱତ ଓ ବୟସ ୪୫ବର୍ଷ ଥିବା ଜଣାପଡ଼ିଛି।

ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ବ୍ୟବସାୟୀଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ ବ୍ୟବସାୟୀଙ୍କ ନାମ ଅମିତ ଚେଲାୱତ ଓ ବୟସ ୪୫ବର୍ଷ ଥିବା ଜଣାପଡ଼ିଛି।

ewr

er

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ବ୍ୟବସାୟୀଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ ବ୍ୟବସାୟୀଙ୍କ ନାମ ଅମିତ ଚେଲାୱତ ଓ ବୟସ ୪୫ବର୍ଷ ଥିବା ଜଣାପଡ଼ିଛି।

ମୃତ ପରେ ବ୍ୟବସାୟୀଙ୍କ ପରିବାରଲୋକ ଅମିତଙ୍କ ଆଖି ଏବଂ ଚର୍ମ ଦାନ କରି ଦେଇଛନ୍ତି। କୁହାଯାଏ ଯେ ଜୈନ ଧର୍ମରେ ସକାଳ ୮ ପୂର୍ବରୁ କିଛି ଖିଆ ଯାଇ ନଥାଏ । ଅମିତ ଜଣେ ଜୈନଧର୍ମୀ ଥିଲେ।  ଖେଳୁଥିବା ସମୟରେ ଅସୁସ୍ଥତା ଅନୁଭବ କରିବା ସତ୍ତ୍ବେ ଅମିତ ଔଷଧ ଖାଇ ନଥିଲେ। 

ପ୍ରାପ୍ତ ସୂଚନା ଅନୁଯାୟୀ, ଅମିତ ଚେଲାୱତ ଜୈନ ଧର୍ମର ଜଣେ ଅନୁଗାମୀ ଥିଲେ ଏବଂ ନବକାର୍ଷି ପରମ୍ପରା ପାଳନ କରୁଥିଲେ। ଅସୁସ୍ଥା ଅନୁଭବ କରିବା ସମୟରେ ଯେତେବେଳେ ତାଙ୍କ ବନ୍ଧୁମାନେ ତାଙ୍କୁ ଔଷଧ ଦେବାକୁ ଚେଷ୍ଟା କରିଥିଲେ, ସେ ୮ ପୂର୍ବରୁ କିଛି ଖାଇ ପାରିବେ ନାହିଁ କହି ମନା କରିଦେଇଥିଲେ। ଏହି ସମୟ ମଧ୍ୟରେ ତାଙ୍କର ଦ୍ୱିତୀୟ ହୃଦଘାତ ହୋଇଥିଲା ଏବଂ ସେ ଚେତାଶୂନ୍ୟ ହୋଇ ପଡ଼ି ଯାଇଥିଲେ।

ସାଥୀମାନେ ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ, ହେଲେ ଦୁଃଖର ବିଷୟ ଡାକ୍ତର ଅମିତ ଚେଲାୱତଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।  ଅମିତଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଏବଂ ଦୁଇ ଝିଅ ଅଛନ୍ତି। ବଡ଼ ଝିଅ ଆଚମି ଆମେରିକାରେ ପାଠପଢ଼ୁଛନ୍ତି।  ସାନ ଝିଅ ମାନ୍ୟା ଏକାଦଶ ଶ୍ରେଣୀର ଛାତ୍ରୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe