ଯୋଗାଣ ନିଗମ ଅଧିକାରୀଙ୍କ ଘରେ ଚଢ଼ାଉ ପାଇଁ ଲୋକାୟୁକ୍ତଙ୍କ ଟିମ୍ ପହଞ୍ଚିବା ମାତ୍ରେ, ମହିଳାମାନେ ଟଙ୍କା ଭର୍ତ୍ତି ବ୍ୟାଗ ବାହାରକୁ ଫିଙ୍ଗି ଦେଲେ

Advertisment
ଯୋଗାଣ ନିଗମ ଅଧିକାରୀଙ୍କ ଘରେ ଚଢ଼ାଉ ପାଇଁ ଲୋକାୟୁକ୍ତଙ୍କ ଟିମ୍ ପହଞ୍ଚିବା ମାତ୍ରେ, ମହିଳାମାନେ ଟଙ୍କା ଭର୍ତ୍ତି ବ୍ୟାଗ ବାହାରକୁ ଫିଙ୍ଗି ଦେଲେ

photo-news18odia

ଇନ୍ଦୋର: ଖାଦ୍ୟ ଓ ଯୋଗାଣ ନିଗମର ଅଧିକାରୀ ସଲମାନ ହାଇଦରଙ୍କ କୋଟି କୋଟି ଟଙ୍କାର କଳାଧନ ରଖିଥିବା ଜାଣିବାପରେ ଲୋକାୟୁକ୍ତଙ୍କ ଟିମ୍ ତାଙ୍କର ଇନ୍ଦୋର ଓ କଟନୀ ସ୍ଥିତ ବାସଭବନ ସମେତ ଚାରିଟି ଜାଗାରେ ଏକ କାଳୀନ ଚଢାଉ କରିଥିଲେ । ପ୍ରାୟ ୫୦ ଜଣିଆ ଟିମ୍ ହାଇଦରଙ୍କ ଇନ୍ଦୋର ସ୍ଥିତ ୪ଟି ଘରେ ଚଢାଉ କରିଥିଲେ।

ଲୋକାୟୁକ୍ତଙ୍କ ଦଳ ପଲସିକର ଛକ ପାଖ ବାର୍ଗଲ ଆପାର୍ଟମେଣ୍ଟରେ ଫ୍ଲାଟ ନମ୍ବର ୨୦୨, ଛତ୍ରିପୁରାରେ କୋଠା ନମ୍ବର ୨୩, କାଗଦିପୁରାର ମୁସ୍କାନ ଆପାର୍ଟମେଣ୍ଟରେ ଫ୍ଲାଟ ନମ୍ବର ୨୦୧ ଓ ୨୦୨ ଏବଂ ମାଣିକବାଙ୍ଗ ରୋଡ୍ ନନ୍ଦନବନ ଘରେ ଚଢାଉ କରିଥିଲେ। ଚଢ଼ାଉ କରିବାକୁ ଆସିଥିବା ଅଧିକାରୀ ନ୍ୟାୟାଳୟର ସର୍ଚ୍ଚ ଓ୍ଵାରେଣ୍ଟ ଦେଖାଇବା ମାତ୍ରେ , ଘରେ ଥିବା ମହିଳାମାନେ ଟଙ୍କା ଭର୍ତ୍ତି ବ୍ୟାଗଗୁଡିକୁ ଝରକା ପଟେ ବାହାରକୁ ଫିଙ୍ଗି ଦେଇଥିଲେ।

publive-image photo-britanica.com

ଏଠାରେ ସୂଚନାଯୋଗ୍ୟ ଯେ ତାଙ୍କର ଅନେକ ଘର, ପ୍ଲଟ, ବ୍ୟାଙ୍କ ଖାତା ବିଷୟରେ ଜଣା ପଡି ସାରିଛି। ହାଇଦର ପୂର୍ବରୁ ମଧ୍ୟ ପ୍ରଦେଶର ଇନ୍ଦୋରରେ କାର୍ଯ୍ୟରତ ଥିଲେ ଏବଂ ଏବେ କଟନୀରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe