ପେପ୍‌ସିରୁ ଇସ୍ତଫା ଦେବେ ଇନ୍ଦ୍ରା ନୁୟି

Advertisment
ପେପ୍‌ସିରୁ ଇସ୍ତଫା ଦେବେ ଇନ୍ଦ୍ରା ନୁୟି

ନ୍ୟୁୟର୍କ : ବିଶ୍ୱର ଅନ୍ୟତମ ଅଗ୍ରଣୀ କଂପାନି ପେପ୍‌ସି କୋ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ୧୨ ବର୍ଷ କାମ କରିବା ପରେ ଭାରତରେ ଜନ୍ମିତ ଇନ୍ଦ୍ରା ନୁୟି ଇସ୍ତଫା ଦେବାକୁ ଯାଉଛନ୍ତି। ଅକ୍ଟୋବର ୩ରେ ସେ ଇସ୍ତଫା ଦେବେ। ତାଙ୍କ ସ୍ଥାନରେ ଏବେ କଂପାନିର ସଭାପତି ଭାବେ କାମ କରୁଥିବା ରାମନ୍‌ ଲଗୁଆର୍ତାଙ୍କୁ ନୂଆ ସିଇଓ ଭାବେ ଚୟନ କରାଯାଇଛି। ୬୨ ବର୍ଷୀୟ ନୁୟି ଦୀର୍ଘ ୨୪ ବର୍ଷ ହେଲାଣି ପେପ୍‌ସି ପାଇଁ କାମ କରୁଛନ୍ତି। ସେଥି ମଧ୍ୟରୁ ୧୨ ବର୍ଷ ସିଇଓ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଚେନ୍ନାଇରେ ଜନ୍ମ ଗ୍ରହଣ କରି ବିଶ୍ୱ ବିଜୟିନୀ ହୋଇଥିବା ନୁୟି କେଉଁ କାରଣ ପାଇଁ ଇସ୍ତଫା ଦେବାକୁ ଯାଉଛନ୍ତି ତାହା ଜଣାପଡ଼ିନାହିଁ। ଅବଶ୍ୟ, ୨୦୧୯ ପର୍ଯ୍ୟନ୍ତ ନୁୟି ପେପ୍‌ସିକୋର ଅଧ୍ୟକ୍ଷ ଭାବେ କାମ କରିବେ। ପେପ୍‌ସିର ୫୩ ବର୍ଷର ଇତିହାସ ଭିତରେ ନୁୟି ଥିଲେ ପ୍ରଥମ ବିଦେଶୀ ଓ ପ୍ରଥମ ମହିଳା ସିଇଓ। ତାଙ୍କ ଅମଳରେ ପେପ୍‌ସି ଅନେକ ସଫଳତା ହାସଲ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe