ଇନ୍ଦ୍ରାବତୀ ପ୍ରକଳ୍ପ ବିସ୍ଥାପନ ମାମଲା: ଅତିରିକ୍ତ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ତଲବ

Advertisment
ସାପ କାମୁଡ଼ା ମୁତ୍ୟୁ ନେଇ ଏନ୍‌ଏଚ୍‌ଆର୍‌ସିରେ ମାମଲା: କେନ୍ଦ୍ର ଓ ରାଜ୍ୟକୁ ରିପୋର୍ଟ ତଲବ

NewsNation

ନୂଆଦିଲ୍ଲୀ : ଇନ୍ଦ୍ରାବତୀ ପ୍ରକଳ୍ପ ବିସ୍ଥାପନ ମାମଲାରେ ଅତିରିକ୍ତ ରିପୋର୍ଟ ଦାଖଲ କରିବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ରିମାଇଣ୍ଡର ଜାରି କରିଛନ୍ତି। ଏହି ରିପୋର୍ଟ ଛଅ ସପ୍ତାହ ଭିତରେ ଦାଖଲ କରିବାକୁ ନେଇ ରିମାଇଣ୍ଡର ଜାରି କରାଯିବା ସହିତ ନିର୍ଦ୍ଧାରିତ ସମୟ ଅବଧିରେ ରିପୋର୍ଟ ଦାଖଲ କରାନଗଲେ ଆୟୋଗଙ୍କ ନିକଟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡ଼ିବ ବୋଲି ଚେତାବନୀ ଦିଆଯାଇଛି।

ଇନ୍ଦ୍ରାବତୀ ଜଳବିଦ୍ୟୁତ୍ ପ୍ରକଳ୍ପ ଦ୍ବାରା ବିସ୍ଥାପିତ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲ୍‌କାନ୍‌ଗିରି ଓ ରାୟଗଡ଼ା ଜିଲ୍ଲାର ଲୋକମାନଙ୍କ ସମସ୍ୟା ସମ୍ପର୍କରେ ସୁପ୍ରିମ୍‌କୋର୍ଟର ଆଇନଜୀବୀ ତଥା ମାନବାଧିକାରୀ କର୍ମୀ ରାଧାକାନ୍ତ ତ୍ରିପାଠୀ ଏନ୍‌ଏଚ୍‌ଆର୍‌ସିରେ ପିଟିସନ ଦାଖଲ କରିବା ପରେ ଆୟୋଗଙ୍କ ଦ୍ୱାରା ସ୍ୱତନ୍ତ୍ର ରାପୋଟିୟରଙ୍କ ଦ୍ୱାରା ମାମଲାର ତଦନ୍ତ କରାଯାଇଥିଲା। ସ୍ୱତନ୍ତ୍ର ରାପୋଟିୟରଙ୍କ ଦ୍ୱାରା ଯେଉଁସବୁ ସୁପାରିସ କରାଯାଇଥିଲା ତାହାର ଅନୁପାଳନରେ ବିଳମ୍ବକୁ ନେଇ ଶ୍ରୀ ତ୍ରିପାଠୀ ଏକାଧିକ ଥର ଏନ୍‌ଏଚ୍‌ଆର୍‌ସିର ଦୃଷ୍ଟି ଆକର୍ଷଣ କରିଥିଲେ। ସରକାରୀ ସ୍ତରରେ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ରିପୋର୍ଟ ଦାଖଲ କରାଯାଇଥିଲା। ହେଲେ ଏହି ମାମଲାରେ ଅତିରିକ୍ତ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏନ୍‌ଏଚ୍‌ଆର୍‌ସି ରିମାଣ୍ଡର ଜାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe