Image Courtesy of NDTV
ନୂଆଦିଲ୍ଲୀ: ଝିଅ ଶୀନା ବୋରାଙ୍କ ହତ୍ୟାକାରିଣୀ ବୋଲି ଆଗତ ଅଭିଯୋଗ ଆଧାରରେ ୨୦୧୫ରୁ ଜେଲ୍ରେ ଥିବା ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଆଜି ସୁପ୍ରିମ୍ କୋର୍ଟ ଜାମିନ ମଞ୍ଜୁର କରିଛନ୍ତି।
ଏହି ମାମଲାର ରାୟ ଶୁଣାଇ ସୁପ୍ରିମ୍ କୋର୍ଟ କହିଛନ୍ତି, ଆମେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ ମଞ୍ଜୁର କରୁଛୁ। ଜେଲ୍ରେ ସାଢ଼େ ୬ ବର୍ଷ ଅତିବାହିତ କରିବା ଯଥେଷ୍ଟ ହେଲାଣି।
ଶୀନା ବୋରା ହତ୍ୟାକାଣ୍ଡରେ ପୂର୍ବତନ ‘ମିଡିଆ ଏକ୍ଜିକ୍ୟୁଟିଭ୍’ ଇନ୍ଦ୍ରାଣୀ ମୁଖାର୍ଜୀଙ୍କର ୨୦୧୨ରୁ ବିଚାର ଚାଲିଛି। ଗୋଟାଏ ‘ଥ୍ରିଲର୍ ସିନେମା’ ପରି ଏହି ହତ୍ୟାକାଣ୍ଡ ସେତେବେଳେ ସମଗ୍ର ଦେଶରେ ଚହଳ ପକାଇଥିଲା।
Image Courtesy of India Todayସୁପ୍ରିମ୍ କୋର୍ଟ ଆହୁରି ମଧ୍ୟ କହିଛନ୍ତି, ଦୀର୍ଘ ସମୟ ଜେଲ୍ରେ ଅତିବାହିତ କରିସାରିଥିବାରୁ ସେ ଜାମିନ ପାଇବାକୁ ହକ୍ଦାର୍। କିନ୍ତୁ, ତାଙ୍କୁ ସସର୍ତ୍ତ ଜାମିନ ମିଳିବ। ବିଚାରକୁ ପ୍ରଭାବିତ କରିବାର ସମ୍ଭାବନା ଥିବାରୁ ଉକ୍ତ ମାମଲାର ଯଥାର୍ଥତା ଉପରେ ଆମେ କୌଣସି ମତବ୍ୟକ୍ତ କରୁନାହୁଁ।
ସୁପ୍ରିମ୍ କୋର୍ଟ ଦର୍ଶାଇଛନ୍ତି ଯେ, ଏତେ ଶୀଘ୍ର ଏହି ମାମଲାର ବିଚାର ଶେଷ ହେବ ନାହିଁ। ଏ ପର୍ଯ୍ୟନ୍ତ ୫୦% ସାକ୍ଷୀଙ୍କର ବୟାନ ରେକର୍ଡ ଶେଷ ହୋଇନାହିଁ। ଏହି ମାମଲା ପାରିପାର୍ଶ୍ବିକ ପ୍ରମାଣ ଆଧାରିତ ବୋଲି ବିଚାରପତିମାନେ ଗୁରୁତ୍ବାରୋପ କରି କହିଛନ୍ତି।
Follow Us