ଛଅ ବର୍ଷ ପରେ ଜେଲ ଛାଡ଼ିଲେ ଇନ୍ଦ୍ରାଣୀ ମୁଖାର୍ଜୀ; କହିଲେ, ‘ମୁଁ ବହୁତ ଖୁସି’...

Advertisment
ଛଅ ବର୍ଷ ପରେ ଜେଲ ଛାଡ଼ିଲେ ଇନ୍ଦ୍ରାଣୀ ମୁଖାର୍ଜୀ; କହିଲେ, ‘ମୁଁ ବହୁତ ଖୁସି’...

Image Courtesy: Et Times

ମୁମ୍ବାଇ: ଶିନା ବୋରା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ପୂର୍ବତନ ଗଣମାଧ୍ୟମ କାର୍ଯ୍ୟନିର୍ବାହୀ ଇନ୍ଦ୍ରାଣୀ ମୁଖାର୍ଜୀ ଶୁକ୍ରବାର ଦିନ ବାଇକୁଲା ଜେଲରୁ ପଦାକୁ ବାହାରିଛନ୍ତି। ମୁମ୍ବାଇର ସିବିଆଇ ଅଦାଲତ ତାଙ୍କୁ ୨ ଲକ୍ଷ ଟଙ୍କାର ନଗଦ ବଣ୍ଡ ପ୍ରଦାନ କରିବା ପରେ ଜେଲରୁ ମୁକ୍ତ କରିବାକୁ ଅନୁମତି ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଇନ୍ଦ୍ରାଣୀ ମୁଖାର୍ଜୀ ଏପ୍ରିଲ ୨୦୧୨ରେ ତାଙ୍କ ଝିଅ ଶିନା ବୋରା (୨୪)ଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହେବାର ଛଅ ବର୍ଷରୁ ଅଧିକ ସମୟ ପରେ ବୁଧବାର ଦିନ ସୁପ୍ରିମ କୋର୍ଟ ମୁଖାର୍ଜୀ (୫୦)ଙ୍କୁ ଜାମିନ ପ୍ରଦାନ କରିଥିଲେ।

publive-image

ଇନ୍ଦ୍ରାଣୀଙ୍କୁ ଜେଲରୁ ଆଣିବା ପାଇଁ ଏକ ଚକୋଲେଟ୍‌ ବ୍ରାଉନ୍‌ ମର୍ସିଡିଜ୍‌ ଜେଲ ପରିସରକୁ ପ୍ରବେଶ କରିଥିଲା। ଇନ୍ଦ୍ରାଣୀ ଜେଲରୁ ବାହାରୁ ଥିବା ଖବର ପ୍ରଚାରିତ ହେବା ପରେ ଜେଲ ବାହାରେ କ୍ୟାମେରାମ୍ୟାନ୍‌ ଏବଂ ସାମ୍ବାଦିକମାନଙ୍କର ପ୍ରବଳ ଭିଡ଼ ଦେଖିବା ପାଇଁ ମିଳିଥିଲା।

ସ୍ୱତନ୍ତ୍ର ସିବିଆଇ ଅଦାଲତ ତାଙ୍କୁ ୨ ଲକ୍ଷ ଟଙ୍କାର ବଣ୍ଡ ବିନିମୟରେ ଜାମିନ ଦେବାର ଗୋଟିଏ ଦିନ ପରେ ଇନ୍ଦ୍ରାଣୀ ମୁଖାର୍ଜୀ ବାଇକୁଲା ଜେଲରୁ ପଦାକୁ ବାହାରିଛନ୍ତି। ଜେଲରୁ ବାହାରି ତାଙ୍କୁ ଆଣିବାକୁ ଯାଇଥିବା ଚକୋଲେଟ୍‌ ବ୍ରାଉନ୍‌ ମର୍ସିଡିଜ୍‌ରେ ବସିବାକୁ ଯାଉଥିବା ବେଳେ ସେ ଅପେକ୍ଷାରତ ସାମ୍ବାଦିକମାନଙ୍କୁ କହିଛନ୍ତି, ‘ମୁଁ ବହୁତ ଖୁସି’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe