ଖୁସିରେ ମସ୍‌ଗୁଲ୍‌ ନିବେଶକ: ବୃଦ୍ଧି ପାଇଲା ଭାରତୀୟ ସେୟାର୍‌ ବଜାର

ଭାରତୀୟ ସେୟାଜ୍‌ ବଜାର ପାଇଁ ଆଜିର ମଙ୍ଗଳବାର ବି ଶୁଭ ସାବ୍ୟସ୍ତ ହୋଇଛି। ନିବେଶକଙ୍କ ପାଇଁ ଖୁସି ଖବର। କାରଣ ଭାରତର ଷ୍ଟକ୍‌ ମାର୍କେଟ ଆଜି ସବୁଜ ଜୋନ୍‌ରୁ ଆରମ୍ଭ ହୋଇଛି। 

market

ମୁମ୍ବାଇ: ଭାରତୀୟ ସେୟାଜ୍‌ ବଜାର ପାଇଁ ଆଜିର ମଙ୍ଗଳବାର ବି ଶୁଭ ସାବ୍ୟସ୍ତ ହୋଇଛି। ନିବେଶକଙ୍କ ପାଇଁ ଖୁସି ଖବର। କାରଣ ଭାରତର ଷ୍ଟକ୍‌ ମାର୍କେଟ ଆଜି ସବୁଜ ଜୋନ୍‌ରୁ ଆରମ୍ଭ ହୋଇଛି। 

ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ୩୦ ସେୟାର୍‌ଯୁକ୍ତ ସେନ୍‌ସେକ୍ସ (ବିଏସ୍‌ଇ ସେନ୍‌ସେକ୍ସ) ଖୋଲିବାର ପରେ ପରେ ହିଁ ତୋଫାନ ବେଗରେ ବୃଦ୍ଧି ପାଇଁ ୪୦୦ ପଏଣ୍ଟ୍‌ ପାର୍‌ କରିଥିଲା। ସେହିପରି ସେନ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ନିଫ୍‌ଟି (ଏନ୍‌ଏସ୍‌ଇ ନିଫ୍‌ଟି) ବି ୧୨୦ ପଏଣ୍ଟ୍‌ର ବୃଦ୍ଧିକୁ ନେଇ କାରବାର ଆରମ୍ଭ କରିଛି।

ମଙ୍ଗଳବାର ଦିନ ଷ୍ଟକ୍ ବଜାରରେ କାରବାର ଆରମ୍ଭ ହେବା ମାତ୍ରେ, ବିଏସ୍‌ଇ ସେନସେକ୍ସ ଏହାର ପୂର୍ବ ବନ୍ଦ ୮୦,୨୧୮.୩୭ ତୁଳନାରେ ୮୦,୩୯୬.୯୨ ସ୍ତରରେ ଖୋଲିଥିଲା। ଏହାର କିଛି ସମୟ ପରେ ହିଁ ୪୫୦ ପଏଣ୍ଟ୍‌ ବୃଦ୍ଧି ପାଇ ୮୦, ୬୬୧.୩୧ରେ ଟ୍ରେଡ୍‌ କରିବାର ନଜର ଆସିଥିଲା। ସେନସେକ୍ସ ପରି ଏନ୍‌ଏସ୍‌ଇ ନିଫ୍ଟି ମଧ୍ୟ ଗ୍ରୀନ୍ ଜୋନରେ ୨୪,୩୭୦.୭୦ରେ ଖୋଲିଥିଲା।

ମିଶ୍ରିତ ବିଶ୍ୱ ସଙ୍କେତ ମଧ୍ୟରେ, ପ୍ରାୟ ୧୬୮୦ କମ୍ପାନିର ଷ୍ଟକ୍ ବଜାର ଆରମ୍ଭରେ ଲାଭ ସହିତ ଗ୍ରୀନ୍ ଜୋନରେ କାରବାର ଆରମ୍ଭ କରିଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe