ଗର୍ଭବତୀ ଥିବା ସମୟରେ ସ୍କାନ କରାଇବା ପାଇଁ ପହଞ୍ଚିଲେ ମହିଳା, ନିଜ ଶରୀରର ଅଙ୍ଗ ସହ ପେଟ ଭିତରେ ପିଲାଟି ଖେଳୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଡ଼ାକ୍ତର

Advertisment
ଗର୍ଭବତୀ ଥିବା ସମୟରେ ସ୍କାନ କରାଇବା ପାଇଁ ପହଞ୍ଚିଲେ ମହିଳା, ନିଜ ଶରୀରର ଅଙ୍ଗ ସହ ପେଟ ଭିତରେ ପିଲାଟି ଖେଳୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଡ଼ାକ୍ତର

filipinotimes.net

ନୂଆଦିଲ୍ଲୀ: ଇଂଲଣ୍ଡର ଏକ ଡ଼ାକ୍ତରଖାନାରେ ଘଟିଥିବା ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ମହିଳା ଗର୍ଭବତୀ ଥିବା ବେଳେ ଡ଼ାକ୍ତରଖାନାକୁ ନିଜ ଗର୍ଭରେ ଥିବା ପିଲାର ସ୍ଥିତି ଜାଣିବା ପାଇଁ ପହଞ୍ଚିଥିଲେ । ସ୍କାନ କରାଯିବା ପରେ ପେଟ ଭିତରେ ଶିଶୁଟି ନିଜ ଶରୀରର ଅଙ୍ଗ ସହ ଖେଳୁଥିବା ଦେଖି ଡ଼ାକ୍ତର ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଶିଶୁଟି ପେଟ ଭିତରେ ନିଜ ଶରୀର ବାହାରେ ଥିବା ହୃଦୟ ସହ ଖେଳୁଥିବାର ଦେଖିଥିଲେ ଡ଼ାକ୍ତର । ଯାହା ଦେଖି ଜନ୍ମ ହେବା ପରେ ଶିଶୁଟିର ବଞ୍ଚିବାର ଆଶଙ୍କା କମ ବୋଲି କହି ସାରିଥିଲେ ଡ଼ାକ୍ତର । କିନ୍ତୁ ଜନ୍ମ ହେବାର ବର୍ଷକ ପରେ ଏବେ ଶିଶୁଟଠି ସୁସ୍ଥ ହୋଇ ଘରକୁ ଫେରିଥିବା ଜଣା ପଡ଼ିଛି ।

publive-image ABSFreePic

ସୂଚନା ମୁତାବକ, ଇଂଲଣ୍ଡର ଲିସେଷ୍ଟରରେ ରହୁଥିବା ନାଓମି ଗତ ବର୍ଷ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । କିନ୍ତୁ ଜନ୍ମ ହେବା ପୂର୍ବରୁ ଶିଶୁଟିର ହୃଦୟ ବାହାରକୁ ଥିବା ସହ ଓଜନ କମ ହେବ ବୋଲି ଡ଼ାକ୍ତର ଜଣାଇ ଦେଇଥିଲେ । ଶିଶୁଟି ଜନ୍ମ ହେବା ପରେ ଠିକ୍‌ ତାହା ଘଟିଥିଲା । ଜନ୍ମ ହେବା ପରେ ଶିଶୁଟିର ଓଜନ ୧.୫କିଲୋଗ୍ରାମ୍‌ ଥିଲା । ବଞ୍ଚିବାର ଆଶଙ୍କା ନଥିବା ସତ୍ତ୍ୱେ ୫୦ଜଣିଆ ଡ଼ାକ୍ତରୀ ଟିମ୍‌ ଶିଶୁଟିକୁ ବଞ୍ଚାଇବା ପାଇଁ ଚେଷ୍ଟା ଆରମ୍ଭ କରିଥିଲେ । ଅସ୍ତ୍ରୋପଚାର କରାଯାଇ ହୃଦୟକୁ ଭିତରକୁ ନିଆଯିବା ସହ ବର୍ଷେ ପର୍ଯ୍ୟନ୍ତ ଡ଼ାକ୍ତରଖାନାରେ ଚିକିତ୍ସିତ ହୋଇଥିଲା ନବଜାତକ । ଏବେ ବର୍ଷେ ପରେ ଶିଶୁଟି ସୁସ୍ଥ ହୋଇ ଘରକୁ ଫେରିଥିବା ଜଣା ପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe