ଲକ୍‌ଡାଉନ୍‌ ଯୋଗୁ ସଂକ୍ରମଣ, ମୃତ୍ୟୁ ରୋକାଯାଇ ପାରିଛି: ହର୍ଷବର୍ଦ୍ଧନ

Advertisment
ଲକ୍‌ଡାଉନ୍‌ ଯୋଗୁ ସଂକ୍ରମଣ, ମୃତ୍ୟୁ ରୋକାଯାଇ ପାରିଛି: ହର୍ଷବର୍ଦ୍ଧନ

The Economic Times

ନୂଆଦିଲ୍ଳୀ: ୪ ମାସର ଲକ୍‌ଡାଉନ୍‌ ଯୋଗୁଁ ଦେଶରେ ପ୍ରାୟ ୧୪ -୨୯ ଲକ୍ଷ ସଂକ୍ରମଣ ଏବଂ ୩୭-୮୦ ହଜାର ମୃତ୍ୟୁକୁ ରୋକି ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ଏହି ୪ ମାସରେ ଅତିରିକ୍ତ ସ୍ବାସ୍ଥ୍ୟ ଭିତ୍ତିଭୂମି ସୃଷ୍ଟି କରାଯାଇଛି। ଭାରତରେ ପିପିଇ କିଟ୍‌, ଏନ୍‌-୯୫ ମାସ୍କ ଏବଂ ଭେଣ୍ଟିଲେଟର ମଧ୍ୟ ପ୍ରସ୍ତୁତ କରାଯାଇଛି। ତେବେ ମାର୍ଚ୍ଚ ମାସରେ ଦେଶରେ ଥିବା ଡେଡିକେଟେଡ୍‌ ଆଇସୋଲେସନ୍‌ ବେଡ୍‌ ସଂଖ୍ୟା ଏବେ ପ୍ରାୟ ୩୬.୩ ଗୁଣା ଏବଂ ଆଇସିୟୁ ବେଡ୍‌ ସଂଖ୍ୟା ୨୪.୬ ଗୁଣା ବୃଦ୍ଧି ପାଇଛି। ସେହିପରି ପ୍ରତି ୧୦ ଲକ୍ଷରେ ଭାରତରେ ମୃତ୍ୟୁସଂଖ୍ୟା ୫୫ ଏବଂ ସଂକ୍ରମଣ ୩,୩୨୮ରେ ସୀମିତ ରଖାଯାଇପାରିଛି।

ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଦିଲ୍ଲୀ, ପଶ୍ଚିମବଙ୍ଗ, ବିହାର, ତେଲେଙ୍ଗାନା, ଓଡ଼ିଶା, ଆସାମ, କେରଳ ଏବଂ ଗୁଜରାଟରୁ ସର୍ବାଧିକ ସଂକ୍ରମଣ ମାମଲା ଏବଂ ମୃତ୍ୟୁସଂଖ୍ୟା ରେକର୍ଡ କରାଯାଇଛି। ହର୍ଷବର୍ଦ୍ଧନ କହିଛନ୍ତି, ସରକାର କରୋନା ନିୟନ୍ତ୍ରଣ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ସେପ୍ଟେମ୍ବର ୧୨ ସୁଦ୍ଧା ଦେଶରେ ୧୫ ହଜାର ୨୮୪‌ କୋଭିଡ୍‌ ଚିକିତ୍ସା କେନ୍ଦ୍ରରେ ‌ରୋଗୀଙ୍କ ଚିକିତ୍ସା କରାଯାଉଛି। ଦେଶରେ ୧୩ ଲକ୍ଷ ୧୪ ହଜାର ୬୪୬ ଡେଡିକେଟେଡ୍‌ ଆଇସୋଲେସନ୍‌ ବେଡ୍‌ ଥିବାବେଳେ ମୋଟ୍‌ ୨ ଲକ୍ଷ ୩୧ ହଜାର ୯୩ ଅକ୍ସିଜେନ୍‌ ସପୋର୍ଟ ଥିବା ଆଇସୋଲେସନ୍‌ ବେଡ୍‌ ଏବଂ ୬୨,୭୧୭ ଆଇସିୟୁ ବେଡ୍‌ ସୃଷ୍ଟି କରାଯାଇଛି। ଏଥିମଧ୍ୟରେ ୩୨ ହଜାର ୫୭୫ ଭେଣ୍ଟିଲେଟର ବେଡ୍‌ ମଧ୍ୟ ଅନ୍ତର୍ଭୁକ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe