୧୮ ରାଜ୍ୟ ପାଇଁ ଆଶ୍ବସ୍ତିର ସଙ୍କେତ ଖସୁଛି ସଂକ୍ରମଣ, ଦୈନିକ ସଂକ୍ରମିତଙ୍କ ଅପେକ୍ଷା ଅଧିକ ସୁସ୍ଥ

Advertisment

ଓଡ଼ିଶା ସମେତ ୧୬ ରାଜ୍ୟରେ ସଂକ୍ରମଣ ବଢ଼ୁଛି

ଓଡ଼ିଶା ସମେତ ୧୬ ରାଜ୍ୟରେ ସଂକ୍ରମଣ ବଢ଼ୁଛି

କମୁଛି ସଂକ୍ରମଣ, ବଢ଼ୁଛି ମୃତ୍ୟୁ: ଦିନକରେ ୩,୧୧,୧୭୦ ସଂକ୍ରମିତ, ୪,୦୭୭ ମୃତ

Business Today

ନୂଆଦିଲ୍ଲୀ: ଗତକାଲି ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ତଳକୁ ଖସି ଆସି ସାମାନ୍ୟ ଆଶ୍ବସ୍ତି ଆଣିଥିବା ବେଳେ ଆଜି ସଂକ୍ରମଣରେ ପୁଣି ସୁଧାର ଆସି ଏହି ସଂଖ୍ୟା ତିନି ଲକ୍ଷ ଆଡ଼କୁ ଖସି ଆସିବା ଖୁସିର ଖବର ହୋଇଛି। ଅପରପକ୍ଷେ, ବିଗତ ଦୁଇମାସ ଭିତରେ ପ୍ରଥମ ଥର ପାଇଁ ଦୈନିକ ନୂତନ ସଂକ୍ରମିତଙ୍କ ଅପେକ୍ଷା ଅଧିକ ସଂଖ୍ୟକ କୋଭିଡ୍‌ ପୀଡ଼ିତ ଆରୋଗ୍ୟଲାଭ କରିବା ଘଟଣା ଶୁଭ ସୂଚନା ଆଣିଛି। ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ୧୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳରେ ଦୈନିକ ସଂକ୍ରମଣ ଲଗାତାର କମୁଛି। ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ତେଲେଙ୍ଗାନା, ଚଣ୍ଡିଗଡ଼, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ହରିୟାଣା, ଛତିଶଗଡ଼, ବିହାର ଏବଂ ଗଜୁରାଟରେ ସଂକ୍ରମଣ ଲଗାତାର କମିବା ଆଶ୍ବସ୍ତିର ସଙ୍କେତ ଦେଉଛି। ତେବେ ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଦୈନିକ ସଂକ୍ରମଣ ବଢ଼ିବାରେ ଲାଗିଛି। ସଂକ୍ରମଣ ବଢ଼ୁଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା, କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ, ପଶ୍ଚିମବଂଗ, ପଂଜାବ, ଆସାମ, ହିମାଚଳ ପ୍ରଦେଶ, ମେଘାଳୟ ଏବଂ ତ୍ରିପୁରା ଆଦି ରାଜ୍ୟ ରହିଛି।

ମଙ୍ଗଳବାର ସକାଳ ୮ଟା ସୁଦ୍ଧା ଦେଶରେ ମୋଟ ୩,୨୯,୯୪୨ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହାକୁ ମିଶାଇ ଦେଶରେ ଅଦ୍ୟାବଧି ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୨୯,୯୨,୫୧୭ ହୋଇଛି। ସେହିପରି ଏହି ସମୟ ଭିତରେ ୩,୮୭୬ ଜଣ ପୀଡ଼ିତଙ୍କର ମୃତ୍ୟୁ ଘଟିଥିବା ବେଳେ ଦେଶରେ ମୋଟ କୋଭିଡ୍‌-୧୯ ମୃତକଙ୍କ ସଂଖ୍ୟା ୨,୪୯,୯୯୨ରେ ପହଞ୍ଚିଛି। ଅପରପକ୍ଷେ, ଏହି ଦିନକ ଭିତରେ ୩,୫୬,୦୮୨ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଦେଶରେ ଅଦ୍ୟାବଧି ମୋଟ ୧,୯୦,୨୭,୩୦୪ ଜଣ କୋଭିଡ୍‌ ପୀଡ଼ିତ ସୁସ୍ଥ ହୋଇଥିବା ଜଣାଯାଇଛି। ତଥାପି ଦେଶରେ ଅଦ୍ୟାବଧି ୩୭,୧୫,୨୨୧ଟି ସକ୍ରିୟ ମାମଲା ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାରୁ ଜଣାଯାଇଛି। ୧୭ଟି ରାଜ୍ୟରେ ସକ୍ରିୟ ମାମଲା ୫୦ ହଜାରରୁ କମ୍‌ ରହିଥିବା ବେଳେ ୧୩ଟି ରାଜ୍ୟରେ ୧ ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe