୬ ରାଜ୍ୟରେ ସଂକ୍ରମଣ ଚିନ୍ତାଜନକ: ଅଧିକ ସକ୍ରିୟ ମାମଲା ଥିବା ଶୀର୍ଷ ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା

Advertisment
ରାଜ୍ୟରେ ୧୧,୦୮୬ ଜଣ କରୋନା ପଜିଟିଭ ଚିହ୍ନଟ: ୧୦୬୧ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ସଂକ୍ରମିତ

long island press

ନୂଆଦିଲ୍ଲୀ: ଦେଶରେ ଆଜି ଦୈନିକ କୋଭିଡ୍‌ ସଂକ୍ରମଣ ମାମଲା ୩ ଲକ୍ଷରୁ ଅଧିକ ରହିଥିବା ବେଳେ ୬ଟି ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ, କେରଳ, ଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି। ଉକ୍ତ ୬ ରାଜ୍ୟରେ କୋଭିଡ୍‌ ସ୍ଥିତି ସମୀକ୍ଷା ପାଇଁ ଏକ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଟିମ୍‌ ପଠାଯାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ୧୧ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା ୫୦ ହଜାରରୁ ଅଧିକ ରହିଛି। ସର୍ବା‌ଧିକ ସକ୍ରିୟ ମାମଲା ଥିବା ଶୀର୍ଷ ୧୦ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଗୁଜରାଟ, ଓଡ଼ିଶା, ଦିଲ୍ଲୀ ଏବଂ ରାଜସ୍ଥାନ ରହିଛି। ୫୧୫ ଜିଲ୍ଲାରେ ସାପ୍ତାହିକ ପଜିଟିଭ୍‌ ହାର ୫ ପ୍ରତିଶତ ଉପରେ ରହିଛି। ମହାରାଷ୍ଟ୍ରରେ ପଜିଟିଭ୍‌ ହାର ୨୨ ପ୍ରତିଶତ ଥିବାବେଳେ କର୍ଣ୍ଣାଟକରେ ପଜିଟିଭ୍‌ ହାର ୧୫ ପ୍ରତିଶତ ରହିଛି। ସେହିପରି ତାମିଲନାଡ଼ୁ ଏବଂ କେରଳରେ ପଜିଟିଭ୍‌ ହାର ଯଥାକ୍ରମେ ୨୦ ଏବଂ ୩୨ ପ୍ରତିଶତ ରହିଛି। ଦିଲ୍ଲୀରେ ପଜିଟିଭ୍‌ ହାର ୩୦ ପ୍ରତିଶତ ଥିବାବେଳେ ଉତ୍ତରପ୍ରଦେଶରେ ୬ ପ୍ରତିଶତରୁ ଅଧିକ ପଜିଟିଭ୍‌ ହାର ରହିଛି।

ଭାରତରେ ଟିକା ଖୁବ୍‌ ଉପକାରୀ ସାବ୍ୟସ୍ତ ହୋଇଛି। ଟିକାକରଣ ପାଇଁ ମୃତ୍ୟୁ କମିଯାଇଛି। ଟିକାକରଣ ତ୍ବରାନ୍ବିତ ହୋଇଥିବାରୁ ତୃତୀୟ ଲହରରେ ଅଧିକାଂଶ ରୋଗୀ ଗୁରୁତର ହୋଇନାହାନ୍ତି। ମୃତ୍ୟୁ ମଧ୍ୟ କମ୍‌ ରହିଛି। ଅନ୍ୟପକ୍ଷେ ଦେଶରେ ଆଜି ୩,୧୭,୫୩୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୩୮୦ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ସକ୍ରିୟ ମାମଲା ୧୯,୨୪,୦୫୧ ରହିଛି। ଦେଶରେ ୧୫-୧୮ ବର୍ଷ ମଧ୍ୟରେ ୫୨ ପ୍ରତିଶତ ପିଲା ଟିକା ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe