ଭାରତରେ ସଂକ୍ରମଣ ସାଂଘାତିକ ହେବନାହିଁ

ଏବେ ଚୀନ୍‌ର ପାଳି ଆସିଛି, ଭାରତର ପାଳି ସରିଯାଇଛି

ଓଡ଼ିଶାରେ କରୋନାର ଏକ ନୂଆ ସବ୍ ଲିନିଏଜ୍ ଭୂତାଣୁ ଚିହ୍ନଟ

ନୂଆଦିଲ୍ଲୀ : ଚୀନ୍‌ ଏବେ ଓମିକ୍ରନ୍‌ର ବିଏଫ୍‌.୭ ପ୍ରଜାତିର ଭୟାନକ ସଂକ୍ରମଣ ଲହରକୁ ସାମ୍ନା କରୁଛି। ତେବେ ଏହି ପ୍ରଜାତି ଭାରତରେ କୌଣସି ସାଂଘାତିକ ସ୍ଥିତି ସୃଷ୍ଟି କରିବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଯେତେବେଳେ ଭାରତ ସମେତ ଅନେକ ରାଷ୍ଟ୍ର ଭୂତାଣୁ ସହ ବଞ୍ଚି ଶିଖିବାକୁ ନିଷ୍ପତ୍ତି ନେଲେ ସେତେବେଳେ ଚୀନ୍‌ ଭିନ୍ନ ନୀତି ଅବଲମ୍ବନ କରିଥିଲା। ଚୀନ୍‌ରେ କଡ଼ାକଡ଼ି ଲକ୍‌ଡାଉନ୍ ଯୋଗୁ ମୃତ୍ୟୁହାର କମ୍ ରହିଲା ଏବଂ ସେଠାରେ ପ୍ରତି ନିୟୁତ ଜନସଂଖ୍ୟାରେ ଚୀନ୍‌ରେ ମାତ୍ର ୩ ଜଣ ମରିଥିବା ବେଳେ ଆମେରିକାରେ ୩୦୦୦ ଓ ଇଂଲଣ୍ଡରେ ୨୪୦୦ ଜଣ ମୃତ୍ୟୁବରଣ କରିଛନ୍ତି। ଏହି କାରଣରୁ ଚୀନ୍‌ର ଅଧିକାଂଶ ଲୋକ ଅନ୍ୟ ଦେଶ ପରି ଭୂତାଣୁ ସଂସ୍ପର୍ଶରେ ଆସିଲେନାହିଁ। ତେଣୁ ସେମାନଙ୍କ ରୋଗନିରୋଧକ କ୍ଷମତା କମ୍ ରହିଲା। ଦେଶବ୍ୟାପୀ ଜିରୋ କୋଭିଡ୍ ନୀତି ଓ ଜିନ୍‌ପିଙ୍ଗ ସରକାର ବିରୋଧରେ ବିଦ୍ରୋହ ଦେଖାଯିବାରୁ ସରକାର କଟକଣା ଉଠାଇବାକୁ ବାଧ୍ୟ ହେଲେ। ଏହାଫଳରେ ଦେଶସାରା ବର୍ତ୍ତମାନ ସଂକ୍ରମଣ, ଡାକ୍ତରଖାନାରେ ଭର୍ତ୍ତି ଓ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

publive-image Business Today

ତେବେ ଭାରତରେ କୋଭିଡ୍‌ ସଂକ୍ରମଣର କୌଣସି ବଡ଼ ଲହର ସମ୍ଭାବନା ନାହିଁ । କାରଣ ଭାରତ ଏହା ପୂର୍ବରୁ କୋଭିଡ୍‌-୧୯ର ଅନେକ ଲହର ଓ ଭୂତାଣୁଙ୍କ ଅନେକ କିସମ ଦେଖିଆସିଛି। ତେଣୁ ଭାରତରେ କୋଭିଡ୍ ସଂକ୍ରମଣ ଆଉ ପୂର୍ବ ପରି ଭୟାନକ ରୂପ ନେବ ନାହିଁ ବୋଲି ବିଶେଷଜ୍ଞ ଡ. ଅନୁରାଗ ଅଗ୍ରୱାଲ କହିଛନ୍ତି। ଭାରତରେ ଉଭୟ ଡେଲ୍‌ଟା ଓ ଓମିକ୍ରନ୍‌ର ବ୍ୟାପକ ସଂକ୍ରମଣ ଯୋଗୁ ଲୋକଙ୍କ ଭିତରେ ପ୍ରାକୃତିକ ଭାବେ ନିରୋଧକ କ୍ଷମତା ବୃଦ୍ଧି ପାଇଛି। ଏଥିସହ ଭାରତର ବ୍ୟାପକ ଟିକାକରଣ କାର୍ଯ୍ୟକ୍ରମ ଯୋଗୁ କୋଭିଡ୍ ସଂକ୍ରମଣ ଆଉ ବେଶି ପ୍ରଭାବ ପକାଇବାର ସମ୍ଭାବନା ମଧ୍ୟ ନାହିଁ ବୋଲି ଡ ଅଗ୍ରୱାଲ କହିଛନ୍ତି।

ଏନ୍‌ଟିଏଜିଆଇ ମୁଖ୍ୟ ଏନ୍‌କେ ଆରୋଡ଼ା କହିଛନ୍ତି ଆମ ସ୍ବାସ୍ଥ୍ୟ ବିଭାଗ ସଦା ଜାଗ୍ରତ ଥିବାରୁ ଭୟ କରିବାର କୌଣସି କାରଣ ନାହିଁ। ଟିକାକରଣ ପାଇଁ ଆମେ ଯେଉଁ ଖର୍ଚ୍ଚ କରିଛୁ, ତାହା ମାଧ୍ୟମରେ ଆମେ ମୂଲ୍ୟ ଦେଇସାରିଛୁ। କୋଭିଡ୍ ସଂକ୍ରମଣ ପାଇଁ ଆମକୁ ଆଉ ମୂଲ୍ୟ ଦେବାକୁ ପଡ଼ିବ ନାହିଁ। ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି, ଦେଶରେ କୌଣସି ବଡ଼ ସଂକ୍ରମଣ ସମ୍ଭାବନା ନାହିଁ ଏବଂ ଚୀନ୍‌ ତୁଳନାରେ ଭାରତର ‌ସ୍ଥିତି ବହୁତ ଭଲ ଅଛି। କୋଭିଡ୍‌କୁ ନେଇ ଆମକୁ କେବଳ ସାଧାରଣ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe