ଡେଲ୍‌ଟା ପାଇଁ ବ୍ରିଟେନ୍‌ରେ ମାଡ଼ି ଚାଲିଛି ସଂକ୍ରମଣ, ଖୁବ୍‌ଶୀଘ୍ର ଆସିଯିବ ଚତୁର୍ଥ ଲହର

Advertisment

ଅର୍ଦ୍ଧାଧିକ ଜନସଂଖ୍ୟାଙ୍କୁ ସମ୍ପୂର୍ଣ୍ଣ ଟିକାକରଣ କରିସାରିଛି ବ୍ରିଟେନ୍‌, ଭାରତରେ ମାତ୍ର ୫.୨୪% ସମ୍ପୂର୍ଣ୍ଣ ଡୋଜ୍‌ ନେଇଛନ୍ତି

ଅର୍ଦ୍ଧାଧିକ ଜନସଂଖ୍ୟାଙ୍କୁ ସମ୍ପୂର୍ଣ୍ଣ ଟିକାକରଣ କରିସାରିଛି ବ୍ରିଟେନ୍‌, ଭାରତରେ ମାତ୍ର ୫.୨୪% ସମ୍ପୂର୍ଣ୍ଣ ଡୋଜ୍‌ ନେଇଛନ୍ତି

ଡେଲ୍‌ଟା ପାଇଁ ବ୍ରିଟେନ୍‌ରେ ମାଡ଼ି ଚାଲିଛି ସଂକ୍ରମଣ, ଖୁବ୍‌ଶୀଘ୍ର ଆସିଯିବ ଚତୁର୍ଥ ଲହର

Sky News

ନୂଆଦିଲ୍ଲୀ : ଭାରତରେ ସୃ‌ଷ୍ଟ ଡେଲ୍‌ଟା ପ୍ରଜାତି ବ୍ରିଟେନ୍‌ରେ ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି। ବ୍ରିଟେନ୍‌ରେ ଲଗାତାର ସଂକ୍ରମଣ ବଢ଼ିଚାଲିଛି। ଶୁକ୍ରବାର ବ୍ରିଟେନ୍‌‌ରେ ୫୪ ହଜାରରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ବ୍ରିଟେନ୍‌ ସଂକ୍ରମଣରେ ୩୨ ପ୍ରତିଶତ ବୃଦ୍ଧି ହୋଇଛି। ବ୍ରିଟେନ୍‌ରେ ଗତ କିଛି ସପ୍ତାହ ଧରି ଡେଲ୍‌ଟା ଏକ ପ୍ରମୁଖ ପ୍ରଜାତି ଭାବେ କାୟା ବିସ୍ତାର କରି ଚାଲିଛି। ଖୁବ୍‌ ଶୀଘ୍ର ବ୍ରିଟେନ୍‌ରେ ଚତୁର୍ଥ ଲହର ଆସିଯିବା ନେଇ ଚିନ୍ତା ପ୍ରକଟ ହୋଇଛି। ବ୍ରିଟେନ୍‌ରେ ୯୯ ପ୍ରତିଶତ ମାମଲା ଡେଲ୍‌ଟା ପ୍ରଜାତି ବୋଲି ଜଣାପଡ଼ିଛି। ତେବେ ସଂକ୍ରମଣ ବଢ଼ୁଥିଲେ ସୁଦ୍ଧା ବ୍ରିଟେନ୍‌ ଟିକାକରଣ ତ୍ବରାନ୍ବିତ କରିଥିବାରୁ ଏବଂ ଦେଶରେ ଅର୍ଦ୍ଧାଧିକ ଲୋକ ସମ୍ପୂର୍ଣ୍ଣ ଡୋଜ୍‌ ଟିକା ନେଇସାରିଥିବାରୁ ହସ୍ପିଟାଲ୍‌ରେ ରୋଗୀଙ୍କ ସଂଖ୍ୟା କମ୍‌ ରହିଛି ଏବଂ ମୃତ୍ୟୁ ମଧ୍ୟ କମିଛି।

ଟିକାକରଣ ପରେ ବ୍ରିଟେନ୍‌ରେ ହସ୍ପିଟାଲ୍‌ରେ ରୋଗୀଙ୍କ ସଂଖ୍ୟା ଅତି ମାତ୍ରାରେ କମିଯାଇଛି। ଏଥିରୁ ଜଣାପଡ଼ୁଛି ଯେ, ଟିକା ପାଇଁ ବ୍ରିଟେନ୍‌ରେ ଗୁରୁତର ରୋଗୀଙ୍କ ସଂଖ୍ୟା କମିଛି ଏବଂ ଅଧିକ ଲୋକ ସୁରକ୍ଷିତ। ବ୍ରିଟେନ୍‌ ଏହାର ଅର୍ଦ୍ଧାଧିକ ଜନସଂଖ୍ୟାଙ୍କର ଟିକାକରଣ ଶେଷ କରିଛି। ବ୍ରିଟେନ୍‌ରେ ୬୮.୩ ପ୍ରତିଶତ ଲୋକ ପ୍ରଥମ ‌ଡୋଜ୍‌ ଟିକା ନେଇଥିବାବେଳେ ୫୧.୨୦ ପ୍ରତିଶତ ସମ୍ପୂର୍ଣ୍ଣ ଡୋଜ୍‌ ନେଇସାରିଛନ୍ତି। ଇସ୍ରାଏଲ୍‌ରେ ୬୬.୧ ପ୍ରତିଶତ ପ୍ରଥମ ଡୋଜ୍‌ ନେଇଛନ୍ତି ଏବଂ ୫୯.୯୫ ପ୍ରତିଶତଙ୍କର ସମ୍ପୂର୍ଣ୍ଣ ଟିକାକରଣ ସରିଛି। ଆମେରିକାରେ ୫୪.୯ ପ୍ରତିଶତ ଲୋକ ପ୍ରଥମ ଡୋଜ୍‌ ନେଇଥିବାବେଳେ ୪୭.୪୩ ପ୍ରତିଶତ ଲୋକ ଦୁଇଟି ଯାକ ଡୋଜ୍‌ ନେଇଛନ୍ତି। ଜର୍ମାନୀରେ ୫୭.୮ ପ୍ରତିଶତ ପ୍ରଥମ ଡୋଜ୍‌ ଏବଂ ୪୧.୭୮ ପ୍ରତିଶତ ‌ଉଭୟ ଡୋଜ୍‌, କାନାଡ଼ାରେ ୬୯.୩ ପ୍ରତିଶତ ପ୍ରଥମ ଡୋଜ୍‌ ନେଇଥିବାବେଳେ ୪୧.୬୩ ପ୍ରତିଶତ ଲୋକ ସମ୍ପୂର୍ଣ୍ଣ ଡୋଜ୍‌ ନେଇଛନ୍ତି। ଇଟାଲିରେ ୫୭.୮ ପ୍ରତିଶତ ପ୍ରଥମ ଡୋଜ୍‌ ଟିକା ନେଇଛନ୍ତି ଏବଂ ୩୬.୭୭ ପ୍ରତିଶତ ସମ୍ପୂର୍ଣ୍ଣ ଡୋଜ୍‌ ନେଇଛନ୍ତି। ତେବେ ଭାରତ ୨୩.୦ ପ୍ରତିଶତଙ୍କୁ ପ୍ରଥମ ଡୋଜ୍‌ ଦେଇଥିବାବେଳେ ମାତ୍ର ୫.୨୪ ପ୍ରତିଶତଙ୍କର ସମ୍ପୂର୍ଣ୍ଣ ଟିକାକରଣ ସରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe