ଆଶା ଦେଖାଉଛି ୨୭ ଜିଲ୍ଲା, ଲକ୍‌ଡାଉନ୍‌ ଓ କର୍ଫ୍ୟୁ ପାଇଁ ସଂକ୍ରମଣ କମିଛି

Advertisment
ଆଶା ଦେଖାଉଛି ୨୭ ଜିଲ୍ଲା, ଲକ୍‌ଡାଉନ୍‌ ଓ କର୍ଫ୍ୟୁ ପାଇଁ ସଂକ୍ରମଣ କମିଛି

ନୂଆଦିଲ୍ଳୀ : ଭାରତରେ କୋଭିଡ୍‌ ସଂକ୍ରମଣ ଯେଉଁଭଳି ବଢ଼ିଚାଲିଛି ତାହା ସମଗ୍ର ବିଶ୍ବ ପାଇଁ ଚିନ୍ତାର କାରଣ ହୋଇଛି। ଏଭଳି ଜଟିଳ ସ୍ଥିତି ସମୟରେ ଏକ ଆଶାର ଆଲୁଅ ଦେଖିବାକୁ ମିଳିଛି। ଦେଶର ୨୭ଟି ଜିଲ୍ଲାରେ ଲଗାତାର ସଂକ୍ରମଣ କମୁଥିବାରୁ ଏହା ନୂଆ ଆଶା ସଞ୍ଚାର କରିଛି। ଏହି ୨୭ ଜିଲ୍ଲା ମଧ୍ୟରେ ମୁମ୍ବାଇ , ଦିଲ୍ଲୀ ସମେତ ଅନେକ ପ୍ରମୁଖ ସହର ରହିଛନ୍ତି। ବିଗତ ୨ ସପ୍ତାହ ଧରି ୧ ହଜାରରୁ ଅଧିକ ଦୈନିକ ସଂକ୍ରମଣ ମାମଲା ରହୁଥିବା ୫୨ ଟି ଜିଲ୍ଲାରୁ ୨୭ଟି ଜିଲ୍ଲାରେ ସ୍ଥିତି ସୁଧୁରୁଛି। ଏହି ସବୁ ଜିଲ୍ଲାମାନଙ୍କ‌ରେ ନୂଆ ସଂକ୍ରମଣ କମୁଛି।

ଏହି ୨୭ଟି ଜିଲ୍ଲା ଭିତରେ ଦିଲ୍ଲୀ, ଲକ୍ଷ୍ନୌ, ବାରଣାସୀ, ପ୍ରୟାଗରାଜ, ଯୋଧପୁର, ପାଟନ‌ା, ପୁନେ, ନାଗପୁର, ଥାନେ, ମୁମ୍ବାଇ, ନାଶିକ, ରାୟଗଡ଼, ଲାଟୁର, ନାଣ୍ଡେଡ୍‌, ଅହମଦନଗର, ଔରଙ୍ଗାବାଦ୍‌, ଚନ୍ଦ୍ରପୁର, ପଲ୍‌ଘର, ଭଣ୍ଡାରା, ବିଡ୍‌ ଏବଂ ଜଲ୍‌ଗାଓଁ ପ୍ରମୁଖ ରହିଛି। ଏହି ୨୭ଟି ଜିଲ୍ଲାରେ ଗତ ୧୦ ଦିନ ପୂର୍ବେ ଦେଶର ମୋଟ୍ ସଂକ୍ରମଣ ମାମଲାର ପ୍ରାୟ ୪୪ ପ୍ରତିଶତ ମାମଲା ରହୁଥିଲା। କିନ୍ତୁ ଏବେ ଏହା ୨୩ ପ୍ରତିଶତକୁ ଖସି ଆସିଛି।

୧୩ ଏପ୍ରିଲ୍‌ରେ ଏହି ୨୭ଟି ଜିଲ୍ଲାରେ ମୋଟ୍‌ ସଂକ୍ରମଣ ମାମଲାର ୪୪.୯ ପ୍ରତିଶତ ମାମଲା ଥିଲା। ୧୪ ଏପ୍ରିଲ୍‌ରେ ଏହା ୪୨.୮, ୧୫ ଏପ୍ରିଲ୍‌ରେ ୪୦.୬ , ୧୬ ଏପ୍ରିଲ୍‌ରେ ୩୯.୭, ୧୭ ଏପ୍ରିଲ୍‌ରେ ୩୮.୫, ୧୮ ଏପ୍ରିଲ୍‌ରେ ୩୬.୬, ୧୯ ଏପ୍ରିଲ୍‌ରେ ୩୬.୪, ୨୦ ଏପ୍ରିଲ୍‌ରେ ୩୨.୮, ୨୧ ଏପ୍ରିଲ୍‌ରେ ୩୨.୨, ୨୨ ଏପ୍ରିଲ୍‌ରେ ୩୦.୨ , ୨୩ ଏପ୍ରିଲ୍‌ରେ ୨୮.୫, ୨୪ ଏପ୍ରିଲ୍‌ରେ ୨୭.୬, ୨୫ ଏପ୍ରିଲ୍‌ରେ ୨୬.୧ ଏବଂ ୨୬ ଏପ୍ରିଲ୍‌ରେ ଏହି ସବୁ ଜିଲ୍ଲାମାନଙ୍କରେ ୨୩.୧ ପ୍ରତିଶତ ମାମଲା ରହିଛି। ଲକ୍‌ଡାଉନ୍‌ ଏବଂ କର୍ଫ୍ୟୁ ପାଇଁ ଏହି ସବୁ ଜିଲ୍ଲାମାନଙ୍କରେ ସଂକ୍ରମଣ କମିଛି। ଆଗକୁ ମଧ୍ୟ କଟକଣା ଲାଗୁ କରି ସଂକ୍ରମଣ କମାଇବା ଏବେ ସବୁଠାରୁ ବଡ଼ ବିକଳ୍ପ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe