୫ ରାଜ୍ୟରେ ସଂକ୍ରମଣ ବଢ଼ିଲା, ଦେଶରେ ଦିନକରେ ୨୧ ହଜାର ସଂକ୍ରମଣ

Advertisment

ଆରୋଗ୍ୟ ହାର ୬୦.୭୩% ଛୁଇଁଲା

ଆରୋଗ୍ୟ ହାର ୬୦.୭୩% ଛୁଇଁଲା

୫ ରାଜ୍ୟରେ ସଂକ୍ରମଣ ବଢ଼ିଲା, ଦେଶରେ ଦିନକରେ ୨୧ ହଜାର ସଂକ୍ରମଣ

The Hindu

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ପାଇଁ ଦିନକରେ ପ୍ରାୟ ୨୧ ହଜାର ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟା‌ ମଧ୍ୟରେ ଦେଶରେ ୨୦ ହଜାର ୯୦୩ଟି ନୂଆ ସଂକ୍ରମଣ ମାମଲା ରିପୋର୍ଟ କରାଯାଇଛି ଏବଂ ୩୭୯ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ୍‌ ସଂକ୍ରମଣ ମାମଲା ଦେଶରେ ୬ ଲକ୍ଷ ୨୫ ହଜାର ୫୪୪ରେ ପହଞ୍ଚିଥିବା ବେଳେ ୧୮ ହଜାର ୨୧୩ ଜଣଙ୍କ ମୃତ୍ୟୁ ହୋଇଛି। କିନ୍ତୁ ସଂକ୍ରମଣ ବଢ଼ିଥିଲେ ମଧ୍ୟ ଦେଶରେ ଆରୋଗ୍ୟ ହାର ୬୦ ପ୍ରତିଶତ ଟପିଛି। ମୋଟ୍‌ ୬୦.୭୩ ପ୍ରତିଶତ ଲୋକ ଦେଶରେ କରୋନାରୁ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷେ ଦେଶରେ ସକ୍ରିୟ ମାମଲା ୨ ଲକ୍ଷ ୨୭ ହଜାର ୪୩୯ ରହିଛି।

ଦେଶରେ ୫ ଟି ରାଜ୍ୟରେ ଦୈନିକ ସଂକ୍ରମଣ ବଢ଼ି ଚାଲିଛି। ମହାରାଷ୍ଟ୍ର, ତାମିଲନାଡ଼ୁ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରେ ଦୈନିକ ସଂକ୍ରମଣ ଆଜି ସର୍ବାଧିକ ରହିଛି। ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ମାମଲା ୬ ହଜାର ଟପିଯାଇଛି। ରାଜ୍ୟରେ ଗତ ୨୪ ଘଣ୍ଟ‌ା ମଧ୍ୟରେ ୬,୩୨୮ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ତାମିଲନାଡ଼ୁରେ ପ୍ରଥମ ଥର ପାଇଁ ସଂକ୍ରମଣ ମାମଲା ୪ ହଜାର ଟପି ଯାଇଛି। ତାମିଲନାଡ଼ୁରେ ଗତକାଲି ୪,୩୪୩ ମାମଲା ରେକର୍ଡ କରାଯାଇଛି। ତେବେ କେବଳ ‌ଚେନ୍ନାଇରେ ରାଜ୍ୟର ମୋଟ୍‌ ମାମଲାରୁ ୬୩.୬ ପ୍ରତିଶତ ରେକର୍ଡ କରାଯାଇଛି। ସେହିପରି ତେ‌ଲେଙ୍ଗାନା ଏବଂ କର୍ଣ୍ଣାଟକରେ ଯଥାକ୍ର‌ମେ ୧୨୧୩ ଏବଂ ୧୫୦୨ ନୂଆ ମାମଲା ଚିହ୍ନଟ ହୋଇଛି। ବେଙ୍ଗାଲୁରୁରେ ଗତ କିଛିଦିନ ମଧ୍ୟରେ ସଂକ୍ରମଣ ବଢ଼ିଚାଲିଛି। ଆନ୍ଧ୍ରପ୍ରଦେଶରେ ୮୪୫ ନୂଆ ମାମଲା ଚିହ୍ନଟ ହୋଇଛି। ଦୈନିକ ସଂକ୍ରମଣ ମାମଲାକୁ ବିଚାରକୁ ନେ‌ଲେ ଏହା ଜଣାପଡ଼ୁଛି ଯେ, ଦକ୍ଷିଣ ଭାରତରେ ଲଗାତାର ସଂକ୍ରମଣ ବଢ଼ି ଚାଲିଛି। ଗତକାଲି ତେଲେଙ୍ଗାନା ହାଇକୋର୍ଟ ତେଲେଙ୍ଗାନା ସରକାରଙ୍କ ବିଫଳତା ନେଇ ବର୍ଷିଥିଲେ। ରାଜ୍ୟ ସରକାର କରୋନା ମୁକାବିଲା ଦିଗରେ ବିଫଳ ଏବଂ ଲୋକମାନଙ୍କୁ ଅନ୍ଧାରରେ ରଖିଛନ୍ତି ବୋଲି ହାଇକୋର୍ଟ କହିଥିଲେ। କେରଳରେ ଗତକାଲି ୧୬୦ ମାମଲା ରେକର୍ଡ କରାଯାଇଛି ଏବଂ ରାଜ୍ୟରେ ଗତକାଲି ସର୍ବାଧିକ ୨୦୨ ଜଣ ଆରୋଗ୍ୟ ହୋଇଛନ୍ତି। ଦେଶରେ ଟେଷ୍ଟିଂ କ୍ରମାଗତ ଭାବେ ବଢ଼ିଚାଲିଛି। ଆଇସିଏମ୍‌ଆର କହିଛି ଯେ ଜୁଲାଇ ୨ ସୁଦ୍ଧା ଦେଶରେ ୯୨ ଲକ୍ଷ ୯୭ ହଜାର ୭୪୯ ନମୁନା ଟେଷ୍ଟ୍‌ କରାଯାଇଛି। ଏଥି ମଧ୍ୟରୁ ୨ ଲକ୍ଷ ୪୧ ହଜାର ୫୭୬ ନମୁନା ଗତକାଲି ଟେଷ୍ଟ୍‌ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe