ଅନୁପ୍ରବେଶ ମାମଲା: ମମତାଙ୍କ ଅଭିଯୋଗକୁ ଖଣ୍ଡନ କଲା ବିଏସ୍‌ଏଫ୍‌

Advertisment

ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ବାଂଲାଦେଶୀଙ୍କୁ ଭାରତରେ ପ୍ରବେଶ କରିବାକୁ ଅନୁମତି ଦେଉଛି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ବୟାନ ଉପରେ ପ୍ରତିକ୍ରିୟା ରଖି ବିଏସ୍‌ଏଫ୍‌ କହିଛି ଯେ ମମତାଙ୍କ ଅଭିଯୋଗ ଭିତ୍ତିହୀନ

ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ବାଂଲାଦେଶୀଙ୍କୁ ଭାରତରେ ପ୍ରବେଶ କରିବାକୁ ଅନୁମତି ଦେଉଛି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ବୟାନ ଉପରେ ପ୍ରତିକ୍ରିୟା ରଖି ବିଏସ୍‌ଏଫ୍‌ କହିଛି ଯେ ମମତାଙ୍କ ଅଭିଯୋଗ ଭିତ୍ତିହୀନ

fggfbvbvg

ନୂଆଦିଲ୍ଲୀ: ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ବାଂଲାଦେଶୀଙ୍କୁ ଭାରତରେ ପ୍ରବେଶ କରିବାକୁ ଅନୁମତି ଦେଉଛି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ବୟାନ ଉପରେ ପ୍ରତିକ୍ରିୟା ରଖି ବିଏସ୍‌ଏଫ୍‌ କହିଛି ଯେ ମମତାଙ୍କ ଅଭିଯୋଗ ଭିତ୍ତିହୀନ, ସୀମାର ସୁରକ୍ଷା ପାଇଁ ବିଏସ୍‌ଏଫ୍‌ର ସର୍ବୋଚ୍ଚ ପ୍ରାଥମିକତା ରହିଛି। 

ବିଏସ୍‌ଏଫ୍‌ର ଶୀର୍ଷ ଅଧିକାରୀମାନେ କହିଛନ୍ତି ଯେ ଏହାର ପ୍ରାଥମିକତା ହେଉଛି ଲୋକଙ୍କୁ ଅନୁପ୍ରବେଶରୁ ରୋକିବା। ଯେଉଁମାନେ ବେଆଇନ ଭାବେ ବାଂଲାଦେଶ ଯିବାକୁ ଚାହୁଛନ୍ତି ସେମାନଙ୍କୁ ମଧ୍ୟ ଗିରଫ କରିବାକୁ ଏହା ପୁଲିସକୁ ନିର୍ଦ୍ଦେଶ ଦେଇଥାଏ। ଖାଲି ସେତିକି ନୁହେଁ ଯଦି କୌଣସି ଚୋରା ଚାଲାଣ ହୁଏ ତେବେ ଆମେ ଏହାକୁ ମଧ୍ୟ ଅଟକାଇଥାଉ। ଆନୁଷ୍ଠାନିକ ଭାବେ ୨୦୨୩ରେ ୫୪୯୨ ଜଣଙ୍କୁ ବେଆଇନ ଅନୁପ୍ରବେଶ ଓ ଦେଶ ଛାଡ଼ିବାରୁ ରୋକାଯାଇଛି। ୨୦୨୪ରେ ଏହି ସଂଖ୍ୟା ୫୧୩୦ ଥିବା ବେଳେ ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ୧୧୨୭ ଜଣଙ୍କୁ ଅଟକ ରଖାଯାଇଛି। 

‘ସୀମା ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି’

ଅନ୍ୟପକ୍ଷରେ ବିଏସ୍‌ଏଫ୍‌ର ବରିଷ୍ଠ ଅଧିକାରୀମାନେ ସୋମବାର ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ହିଂସା-ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଶାନ୍ତି ଫେରାଇ ଆଣିବା ଓ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଅତିରିକ୍ତ ମହାନିର୍ଦେଶକ (ପୂର୍ବ) ରବି ଗାନ୍ଧୀଙ୍କ ନେତୃତ୍ୱରେ ବିଏସ୍‌ଏଫ୍‌ର ଏକ ପ୍ରତିନିଧି ଦଳ ସୁତି ଓ ସମସେରଗଞ୍ଜ ଥାନା ଅଧୀନରେ ଥିବା ଅନେକ ଅଶାନ୍ତ ଅଞ୍ଚଳ ଓ ଧୁଲିଆନ୍ ପରିଦର୍ଶନ କରିଥିଲେ। ବିଏସ୍ଏଫ୍‌ର ଦକ୍ଷିଣବଙ୍ଗ ସୀମାନ୍ତ ପକ୍ଷରୁ ଜାରି ବିବୃତି ଅନୁଯାୟୀ, ରାହୁଲ ଗାନ୍ଧୀ ଆଜି ସକାଳେ ମାଲଦାରେ ପହଞ୍ଚି ହିଂସା-ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ସେ ଦକ୍ଷିଣବଙ୍ଗ ଫ୍ରଣ୍ଟିୟରର ଇନ୍ସପେକ୍ଟର ଜେନେରାଲ କର୍ଣ୍ଣି ସିଂହ ଶେଖାୱତ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଯାଇଥିଲେ। ରାହୁଲ ପଶ୍ଚିମବଙ୍ଗ ଡିଜିପି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ବୈଠକ କରିଥିଲେ, ଯେଉଁଠାରେ ସେ ହିଂସା ରୋକିବା ଓ ରାଜ୍ୟ ପୁଲିସ ସହିତ ଘନିଷ୍ଠ ସମନ୍ୱୟ ସୁନିଶ୍ଚିତ କରିବା ପାଇଁ ବିଏସ୍‌ଏଫ୍‌ର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe