୨୦୨୩-୨୪ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି କମିଛି,ସହରୀ-ଗ୍ରାମୀଣସ୍ତରରେ ଚାହିଦା ବୃଦ୍ଧି ପାଇଛି

ଅର୍ଥନୈତିକ ସର୍ଭେ ୨୦୨୪

୨୦୨୩-୨୪ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି କମିଛି,ସହରୀ-ଗ୍ରାମୀଣସ୍ତରରେ ଚାହିଦା ବୃଦ୍ଧି ପାଇଛି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ୨୦୨୩-୨୪ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ଲୋକସଭାରେ ଉପସ୍ଥାପନ କରିଛନ୍ତି। ସର୍ବେକ୍ଷଣ ଅନୁଯାୟୀ ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତର ମୁଦ୍ରାସ୍ଫୀତି ହ୍ରାସ ପାଇଛି। ଅର୍ଥନୈତିକ ସର୍ବେକ୍ଷଣ ଅନୁଯାୟୀ କରୋନା ମହାମାରୀ, ବିଶ୍ବସ୍ତରରେ ସଙ୍କଟ ସୃଷ୍ଟି କରିବା ସହିତ ଯୋଗାଣ ଶୃଙ୍ଖଳାକୁ ବ୍ୟାଘାତ କରିଥିଲା। ଅନିୟମିତ ମୌସୁମୀ କାରଣରୁ ମୁଦ୍ରାସ୍ଫୀତିର ବୃଦ୍ଧି ଘଟିଥିଲା।

ଅନ୍ତର୍ଜାତୀୟ ଯୁଦ୍ଧ ଏବଂ ଖରାପ ପାଗ ଯୋଗୁ ଖାଦ୍ୟ ସାମଗ୍ରୀ ମହଙ୍ଗା ହୋଇଥିଲା। ଯେଉଁଥି ପାଇଁ ଭାରତରେ ସାମଗ୍ରୀ ଏବଂ ସେବା ମହଙ୍ଗା ହେବାରେ ଲାଗିଥିଲା । କିନ୍ତୁ ପ୍ରଶାସନିକ ଏବଂ ମୁଦ୍ରା ନୀତି କାର୍ଯ୍ୟ ମାଧ୍ୟମରେ ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାରେ ସଫଳତା ହାସଲ କରାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର ୬.୭ ପ୍ରତିଶତରୁ ୨୦୨୩-୨୪ ଆର୍ଥିକ ବର୍ଷରେ ୫,୪ ପ୍ରତିଶତକୁ ହ୍ରାସ କରିବାରେ ସଫଳତା ହାସଲ କରାଯାଇଛି ।

ସେହିପରି ସହରୀ-ଗ୍ରାମୀଣସ୍ତରରେ ଚାହିଦା ବୃଦ୍ଧି ହୋଇଛି। ଅର୍ଥନୈତିକ ସର୍ଭେରେ ଉଲ୍ଲେଖ କରାଯାଇଛି ଜିଡିପି ଅଭିବୃଦ୍ଧି ପାଇଁ ବ୍ୟକ୍ତିଗତ ବ୍ୟବହାରରେ ବୃଦ୍ଧି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୨୦୨୩-୨୪ ଆର୍ଥିକ ବର୍ଷରେ ଘରୋଇ ପାଇଲ ବ୍ୟବହାର ଖର୍ଚ୍ଚ (ପିଏଫସିଇ) ୪ ପ୍ରତିଶତ ହାରରେ ବୃଦ୍ଧି ପାଇଛି। ସହରାଞ୍ଚଳରେ ଚାହିଦା ବୃଦ୍ଧି ବେଶ୍ ସଶକ୍ତ ରହିଛି। ଘରୋଇ ଯାତ୍ରୀବାହୀ ଯାନ ବିକ୍ରୟ ଏବଂ ବିମାନ ଯାତ୍ରୀ ପରିବହନ ସହିତ ସହରୀ ବ୍ୟବହାର ସୂଚକାଙ୍କ ଦ୍ୱାରା ପ୍ରତିଫଳିତ ହୋଇଛି।

ଆର୍ଥିକ ବର୍ଷର ଚତୁର୍ଥ ତ୍ରୟ ମାସିକରେ, ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଗ୍ରାମାଞ୍ଚଳରେ ମଧ୍ୟ ବ୍ୟବହାରର ଗତି ଫେରି ଆସୁଥିବା ଜଣାପଡିଛି । ଏଫଏଡିଏ ଅନୁଯାୟୀ ଦୁଇ ଚକିଆ ଯାନ, ତିନି ଚକିଆ ଯାନ ଏବଂ ଯାତ୍ରୀବାହୀ ଯାନ ବିକ୍ରିରେ ବୃଦ୍ଧି ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe