୫ ମାସ ତଳେ ମସ୍କଙ୍କ ପିଲାକୁ ଜନ୍ମ ଦେଇଛନ୍ତି ବୋଲି ଦାବି ଆଣିଲେ ସୋସିଆଲ୍‌ ମିଡିଆ ଇନ୍‌ଫ୍ଲୁଏନ୍ସର୍‌

ପୁଣି ଥରେ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି ଟେସ୍‌ଲାର ସିଇଓ ଏଲୋନ୍‌ ମସ୍କ। ଜଣେ ସୋସିଆଲ୍‌ ମିଡିଆ ଇନ୍‌ଫ୍ଲୁଏନ୍ସର୍‌ ଆସ୍‌ଲେ ସେଣ୍ଟ୍‌ କ୍ଲେୟାର୍‌ ଦାବି କରିଛନ୍ତି କି ଗତ ପାଞ୍ଚ ମାସ ପୂର୍ବରୁ ସେ ଏଲୋନ ମସ୍କଙ୍କ ସନ୍ତାନକୁ ଜନ୍ମ ଦେଇଛନ୍ତି।

www.indiatoday.in

ନୂଆଦିଲ୍ଳୀ: ପୁଣି ଥରେ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି ଟେସ୍‌ଲାର ସିଇଓ ଏଲୋନ୍‌ ମସ୍କ। ଜଣେ ସୋସିଆଲ୍‌ ମିଡିଆ ଇନ୍‌ଫ୍ଲୁଏନ୍ସର୍‌ ଆସ୍‌ଲେ ସେଣ୍ଟ୍‌ କ୍ଲେୟାର୍‌ ଦାବି କରିଛନ୍ତି କି ଗତ ପାଞ୍ଚ ମାସ ପୂର୍ବରୁ ସେ ଏଲୋନ ମସ୍କଙ୍କ ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି କଥା ଏବେ ସୋସିଆଲ୍‌ ମିଡିଆରେ ଏକ ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଛି। 

ଏକ୍ସରେ ଏକ ପୋଷ୍ଟ କରି, ୩୧ ବର୍ଷୀୟ ସେଣ୍ଟ କ୍ଲେୟାର ଲେଖିଛନ୍ତି: "ପାଞ୍ଚ ମାସ ପୂର୍ବରୁ ମୁଁ ଦୁନିଆକୁ ଏକ ନୂତନ ଶିଶୁକୁ ସ୍ୱାଗତ କରିଛି। ଏଲୋନ ମସ୍କ ହେଉଛନ୍ତି ତା’ର ପିତା।" ସେ ଏହାର କ୍ୟାପସନରେ ଲାଟିନ୍ ବାକ୍ୟାଂଶ ପ୍ରୟୋଗ କରି ଏପରି ଲେଖିଛନ୍ତି।

ସେଣ୍ଟ କ୍ଲେୟାର କହିଛନ୍ତି ଯେ ସେ ପ୍ରଥମେ ତାଙ୍କ ପିଲାର ସୁରକ୍ଷା ପାଇଁ ଏହି ଘଟଣାକୁ ଗୋପନ ରଖିବାକୁ ବାଛିଥିଲେ। ତଥାପି ସେ ଅଭିଯୋଗ କରିଥିଲେ ଯେ ଟାବଲଏଡ୍ ମିଡିଆ ଏହି କାହାଣୀକୁ ଜାଣିପାରିଛି ଏବଂ ପରିଣାମକୁ ଖାତିର ନକରି ଏହାକୁ ପ୍ରକାଶ କରିବାକୁ ଯୋଜନା କରୁଛି।

"ମୁଁ ଆମ ପିଲାକୁ ଏକ ସାଧାରଣ ଏବଂ ସୁରକ୍ଷିତ ପରିବେଶରେ ବଢ଼ିବାକୁ ଦେବାକୁ ଚାହୁଁଛି। ସେଥିପାଇଁ ମୁଁ ଅନୁରୋଧ କରୁଛି ଯେ ଗଣମାଧ୍ୟମ ଆମ ପିଲାର ଗୋପନୀୟତାକୁ ସମ୍ମାନ ଦେଉ ଏବଂ ଆକ୍ରମଣାତ୍ମକ ରିପୋର୍ଟିଂରୁ ନିବୃତ୍ତ ରହୁ,’’ ବୋଲି ସେ ନିବେଦନ କରିଛନ୍ତି।

ଏହା ଯଦି ସତ୍ୟ ହୁଏ ତେବେ  ସେଣ୍ଟ କ୍ଲେୟାର ଏବେ ଚତୁର୍ଥ ମହିଳା; ଯିଏକି କୋଟିପତି ଉଦ୍ୟୋଗୀଙ୍କ ସନ୍ତାନର ମାଆ ବୋଲି ନିଜକୁ ଦାବି କରିଛନ୍ତି। ଯାହା ଫଳରେ ମସ୍କଙ୍କ ସମୁଦାୟ ସନ୍ତାନ ସଂଖ୍ୟା ୧୩ ହେବ। ତେବେ ମସ୍କ ଏନେଇ ଏଯାଏ କିଛି ମତ ରଖିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe