National Hearld
ବେଙ୍ଗାଲୁରୁ: କରୋନା ମହାମାରୀ ପାଇଁ ଏବେ ଅନ୍ତର୍ଜାତୀୟ ବିମାନର ଉଡ଼ାଣ ବନ୍ଦ ରହିଛି। ଅନ୍ୟପକ୍ଷରେ କର୍ମଚାରୀମାନଙ୍କ ଭିସା ଅବଧି ମଧ୍ୟ ଶେଷ ହୋଇଯାଇଛି। ଏପରି ସ୍ଥିତିରେ ଆମେରିକାରେ ଅଟକି ରହିଥିବା ୨୦୦ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଇନ୍ଫୋସିସ୍ ସ୍ବତନ୍ତ୍ର ବିମାନ ଯୋେଗ ବେଙ୍ଗାଲୁରୁକୁ ଆଣିଛି। ସୋମବାର ସକାଳେ ଏହି ବିମାନ ବେଙ୍ଗାଲୁରୁ ବିମାନ ବନ୍ଦରରେ ଅବତରଣ କରିଛି। ଏମାନେ ବେଙ୍ଗାଲୁରୁ ଏବଂ ଭାରତର ଅନ୍ୟାନ୍ୟ ସେଣ୍ଟରରୁ ଏବେ ଇନ୍ଫୋସିସ୍ ପାଇଁ କାର୍ଯ୍ୟ କରିବେ। ଏହି ପରିପ୍ରେକ୍ଷୀରେ ଇନ୍ଫୋସିସ୍ର ସହପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ନନ୍ଦନ ନିଲେକାନୀ ମଧ୍ୟ ଏକ ଟ୍ବିଟ୍ କରିଛନ୍ତି। ‘ଇନ୍ଫୋସିସ୍: କାମରେ ସହାନୁଭୂତିଶୀଳ ପୁଞ୍ଜିବାଦ’ ବୋଲି ତାଙ୍କ ଟ୍ବିଟ୍ରେ ନିଲେକାନୀ ଉଲ୍ଲେଖ କରିଛନ୍ତି।
Follow Us