ବେଙ୍ଗାଲୁରୁରେ ପ୍ରବଳ ବର୍ଷା, ଅଣ୍ଡରପାସରେ ବୁଡ଼ିଯାଇଥିବା କାରରେ ଫସି ଯୁବତୀ ମୃତ

Advertisment
ବେଙ୍ଗାଲୁରୁରେ ପ୍ରବଳ ବର୍ଷା, ଅଣ୍ଡରପାସରେ ବୁଡ଼ିଯାଇଥିବା କାରରେ ଫସି ଯୁବତୀ ମୃତ

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ରବିବାର ବଜ୍ରପାତ ସହ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରବଳ ବର୍ଷା ଯୋଗୁଁ  ଅଣ୍ଡରପାସଗୁଡ଼ିକରେ ପାଣି ଭର୍ତ୍ତି ହୋଇଯାଇଥିଲା । ଏପରି ଏକ ଅଣ୍ଡରପାସରେ ବୁଡ଼ି ଜଣେ ଯୁବତୀ ମୃତ୍ୟୁବରଣ କରିଛନ୍ତି ।

ପରିବାର ସହ କାରରେ ଯାଉଥିବା ଏହି ପରିବାର କେଆର ସର୍କଲ ଅଣ୍ଡରପାସ୍ ରେ ଫସି ଯାଇଥିଲେ। କାର୍ ରେ ପାଣି ଭର୍ତ୍ତି ହୋଇଯାଇଥିଲା। ଗଭୀର ପାଣିରେ ଫସି ଯାଇ ଜଣେ ୨୩ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି।

ଭାନୁରେଖା ନାମକ ଏହି ୨୩ ବର୍ଷୀୟ ଯୁବତୀ ଇନଫୋସିସରେ କାମ କରୁଥିଲେ। ସେ କେଆର ସର୍କଲ ନିକଟରେ ଥିବା ଏକ ଅଣ୍ଡରପାସ ଦେଇ ଯାଉଥିବାବେଳେ ଏହି ଦୁଃଖଦ ଘଟଣା ଘଟିଥିଲା । କାରରେ ଭାନୁରେଖାଙ୍କ ସହ ତାଙ୍କ ପରିବାର ଲୋକେ ମଧ୍ୟ ଉପସ୍ଥିତ ଥିଲେ। ଭାନୁରେଖାଙ୍କ ପରିବାର ଲୋକଙ୍କୁ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିଥିଲେ । ମହିଳା ଜଣକ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରୁ ଆଇଟି ରାଜଧାନୀକୁ ଆସିଥିବା ତାଙ୍କ ପରିବାର ସଦସ୍ୟଙ୍କ ସହ ସହର ଭ୍ରମଣରେ ଯାଇଥିଲେ ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ହସ୍ପିଟାଲଯାଇ ମୃତକ ଓ ତାଙ୍କ ପରିବାରକୁ ଭେଟିବା ସହ ମୃତ ମହିଳାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଘଟଣାସ୍ଥଳ ପରିଦର୍ଶନ କରି ସେ କହିଛନ୍ତି ଯେ ପରିବାର ଏକ ଭଡ଼ା ଗାଡ଼ିରେ ବୁଲିବାକୁ ଯାଉଥିଲେ। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଗଣମାଧ୍ୟମକୁ କହିଛନ୍ତି ଯେ ଏହି ପରିବାର ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରୁ ଏକ କାର୍ ଭଡ଼ାରେ ନେଇ ବେଙ୍ଗାଲୁରୁ ବୁଲିବାକୁ ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe