ଶୌଚାଳୟ ଭିତରେ ମହିଳାଙ୍କ ଭିଡିଓ କରି ଧରାପଡ଼ିଲେ ଇଞ୍ଜିନିୟର୍‌

Advertisment

ବେଙ୍ଗାଲୁରୁର ଇନ୍‌ଫୋସିସ୍‌ରେ କାର୍ଯ୍ୟରତ ଥିବା ଜଣେ ଇଞ୍ଜିନିୟର୍‌ଙ୍କୁ ତାଙ୍କ କଳା କାରନାମା ପାଇଁ ଗିରଫ କରାଯାଇଛି। ଯନ୍ତ୍ରୀ ମହାଶୟ ଜଣକ ଅଫିସ ଶୌଚାଳୟ ଭିତରେ ଜଣେ ମହିଳାଙ୍କ ଭିଡିଓ ରେକର୍ଡିଂ କରୁଥିବାର ଅଭିଯୋଗ ହୋଇଛି। 

ବେଙ୍ଗାଲୁରୁର ଇନ୍‌ଫୋସିସ୍‌ରେ କାର୍ଯ୍ୟରତ ଥିବା ଜଣେ ଇଞ୍ଜିନିୟର୍‌ଙ୍କୁ ତାଙ୍କ କଳା କାରନାମା ପାଇଁ ଗିରଫ କରାଯାଇଛି। ଯନ୍ତ୍ରୀ ମହାଶୟ ଜଣକ ଅଫିସ ଶୌଚାଳୟ ଭିତରେ ଜଣେ ମହିଳାଙ୍କ ଭିଡିଓ ରେକର୍ଡିଂ କରୁଥିବାର ଅଭିଯୋଗ ହୋଇଛି। 

New Project (3)

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଇନ୍‌ଫୋସିସ୍‌ରେ କାର୍ଯ୍ୟରତ ଥିବା ଜଣେ ଇଞ୍ଜିନିୟର୍‌ଙ୍କୁ ତାଙ୍କ କଳା କାରନାମା ପାଇଁ ଗିରଫ କରାଯାଇଛି। ଯନ୍ତ୍ରୀ ମହାଶୟ ଜଣକ ଅଫିସ ଶୌଚାଳୟ ଭିତରେ ଜଣେ ମହିଳାଙ୍କ ଭିଡିଓ ରେକର୍ଡିଂ କରୁଥିବାର ଅଭିଯୋଗ ହୋଇଛି। 

ଇନଫୋସିସରେ ଜଣେ ବରିଷ୍ଠ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା ଅଭିଯୁକ୍ତ ନାଗେଶ ସ୍ୱପ୍ନିଲ ମାଲି ସୋମବାର ଦିନ ମହିଳା କର୍ମଚାରୀ ହାତରେ ଧରାପଡ଼ିଥିଲେ।

ତାଙ୍କ ବିରୋଧରେ ଦାୟର ହୋଇଥିବା ଏଫଆଇଆରରେ ମହିଳା ଜଣକ କହିଛନ୍ତି ଯେ ସେ ତାଙ୍କ ପାଖରେ ଥିବା ଶୌଚାଳୟକୁ ଯାଇଥିଲେ। ହେଲେ ସେଠାରେ ନାଗେଶ ତାଙ୍କର ଭିଡିଓ କରୁଥିବାର ସେ ଦେଖିଥିଲେ।

ସେହି କ୍ଷଣି ମହିଳା ଜଣକ ତୁରନ୍ତ ଆଲାର୍ମ ବଜାଇବାରୁ ଅଫିସ୍‌ର ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ମାଲିଙ୍କୁ ଧରି ପକାଇଲେ। ତାଙ୍କ ମୋବାଇଲ ଫୋନରେ ଭିଡିଓ ଫୁଟେଜ୍ ଥିବା ଦେଖିବାକୁ ମିଳିଥିଲା। ଯାହାକୁ ପରେ ମହିଳାଙ୍କ ଉପସ୍ଥିତିରେ ମାନବ ସମ୍ବଳ କର୍ମଚାରୀମାନେ ଡିଲିଟ୍ କରିଦେଇଥିଲେ।

ସେ ପୂର୍ବରୁ ଏପରି କାଣ୍ଡ କରିଛନ୍ତି କି ଏହା ତାଙ୍କର ପ୍ରଥମ କାଣ୍ଡ ତାହା ଜାଣିବା ପାଇଁ ପୁଲିସ୍‌ ତାଙ୍କ ଫୋନ୍‌ରୁ ଡିଲିଟ୍‌ ହୋଇଥିବା ସମସ୍ତ ଭିଡିଓକୁ ପୁନରୁଦ୍ଧାର କରି ଯାଞ୍ଚ୍‌ କରିବ। ତାଙ୍କ ମୋବାଇଲ ଫୋନକୁ ଏକ ଫୋରେନସିକ୍ ଲ୍ୟାବକୁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe