ଯୌତୁକ ପାଇଁ ଶାଶୂଘର ଲୋକଙ୍କ ଅମାନବୀୟ କାର୍ଯ୍ୟ: ମହିଳାଙ୍କୁ ଘରେ ତାଲା ପକାଇ ସାପ ଛାଡ଼ିଦେଲେ

ଦାବି ଅନୁଯାୟୀ ଯୌତୁକ ନ ଦେବାରୁ କାନପୁରର ଜଣେ ନବବିବାହିତ ମହିଳାଙ୍କୁ ଏକ କୋଠରିରେ ତାଲା ପକାଇ ଶାଶୂଘର ଲୋକେ ତା’ ଭିତରେ ଏକ ସାପ ଛାଡ଼ିଦେଇଥିଲେ। ସାପଟି କାମୁଡ଼ିବା ପରେ ମହିଳାଙ୍କ ଅବସ୍ଥା....

Mother and daughter died of snake bite

କାନପୁର: ଦାବି ଅନୁଯାୟୀ ଯୌତୁକ ନ ଦେବାରୁ କାନପୁରର ଜଣେ ନବବିବାହିତ ମହିଳାଙ୍କୁ ଏକ କୋଠରିରେ ତାଲା ପକାଇ ଶାଶୂଘର ଲୋକେ ତା’ ଭିତରେ ଏକ ସାପ ଛାଡ଼ିଦେଇଥିଲେ। ସାପଟି କାମୁଡ଼ିବା ପରେ ମହିଳାଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା, କିନ୍ତୁ ପରିବାର ଲୋକ ତାଙ୍କୁ ସାହାଯ୍ୟ କରି ନ ଥିଲେ। ତାଙ୍କ ଭଉଣୀ ହସ୍ତକ୍ଷେପ କରିବା ପରେ ଶେଷରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେପ୍ଟେମ୍ବର ୧୮ରେ ସହରର କର୍ଣ୍ଣେଲଗଞ୍ଜରେ ଏହି ଘଟଣା ଘଟିଥିଲା।

ମହିଳାଙ୍କ ଭଉଣୀ ରିଜୱାନା କହିଛନ୍ତି ଯେ, ରେଶମାଙ୍କୁ କୋଠରିରେ ତାଲା ପକାଇ ଦିଆଯାଇଥିଲା ଏବଂ ସାପଟିକୁ ଡ୍ରେନ୍ ଦେଇ ଛାଡ଼ି ଦିଆଯାଇଥିଲା। ବିଳମ୍ବିତ ରାତିରେ ସାପଟି ରେଶମାଙ୍କ ଗୋଡ଼କୁ କାମୁଡ଼ିଥିଲା। ସେ ଯନ୍ତ୍ରଣାରେ ଚିତ୍କାର କରିଥିଲେ, କିନ୍ତୁ ପରିବାର ସଦସ୍ୟ କବାଟ ନ ଖୋଲି ହସି ହସି ବାହାରେ ଠିଆ ହୋଇ ମଜା ଦେଖୁଥିଲେ। କୌଣସି ପ୍ରକାରେ ରେଶମା ରିଜୱାନାଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରିବାରେ ସଫଳ ହୋଇଥିଲେ। ସେଠାରେ ପହଞ୍ଚିବା ପରେ ରିଜୱାନା ଭଉଣୀକୁ ଡାକ୍ତରଖାନା ନେଇଥିଲେ।

ରିଜୱାନା କହିଛନ୍ତି ଯେ, ୨୦୨୧ ମାର୍ଚ୍ଚ ୧୯ ତାରିଖରେ ରେଶମାଙ୍କ ବିବାହର କିଛି ସମୟ ପରେ ଏହି ସମସ୍ୟା ଆରମ୍ଭ ହୋଇଥିଲା। ବିବାହ ପରଠାରୁ ଶାଶୁଘର ଲୋକେ ଯୌତୁକକୁ ନେଇ ତାଙ୍କୁ ଗାଳିଗୁଲଜ କରିବା ଓ ହଇରାଣ କରିବା ଆରମ୍ଭ କରିଥିଲେ। କିଛିଦିନ ପୂର୍ବରୁ ମହିଳାଙ୍କ ପରିବାର ୧.୫ ଲକ୍ଷ ଟଙ୍କା ଦେଇଥିଲେ, କିନ୍ତୁ ଅତିରିକ୍ତ ୫ ଲକ୍ଷ ଟଙ୍କାର ଦାବି ପୂରଣ ହୋଇ ନ ଥିବାରୁ ବିବାଦ ବଢ଼ିଥିଲା। ପୁଲିସ ମହିଳାଙ୍କ ସ୍ବାମୀ ଶାହାନୱାଜ ଓ ଅନ୍ୟମାନଙ୍କ ବିରୋଧରେ ମାମଲା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe