କଂଗ୍ରେସ ନେତା କନ୍ହୈୟା କୁମାରଙ୍କୁ ପ୍ରଦର୍ଶନକାରୀ କଂଗ୍ରେସ ଅଫିସରେ ହିଁ ଫିଙ୍ଗିଲେ ତରଳ ରାସାୟନିକ !

କଂଗ୍ରେସ ନେତା କନ୍ହୈୟା କୁମାରଙ୍କୁ ପ୍ରଦର୍ଶନକାରୀ କଂଗ୍ରେସ ଅଫିସରେ ହିଁ ଫିଙ୍ଗିଲେ ତରଳ ରାସାୟନିକ !

ଲକ୍ଷ୍ନୌ: କଂଗ୍ରେସ ନେତା ତଥା ଜେଏନୟୁର ପୂର୍ବତନ ଛାତ୍ରନେତା କନ୍ହୈୟା କୁମାରଙ୍କୁ ମଙ୍ଗଳବାର ଲକ୍ଷ୍ନୌ କଂଗ୍ରେସର ମୁଖ୍ୟାଳୟରେ ତରଳ ରାସାୟନିକ ଫିଙ୍ଗାଯାଇଥିବାର ଅଭିଯୋଗ ହୋଇଛି। କନ୍ହୈୟା ଓ ତାଙ୍କର ସମର୍ଥକମାନେ କହିଛନ୍ତି ତାଙ୍କ ଶରୀରରେ ଜ୍ଵଳନ ଅନୁଭବ ହେଉଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ ଯେ ଏହା ରାସାୟନିକ ଥିଲା ନା ଆଉ କଣ ?

କନ୍ହୈୟାଙ୍କୁ କିଛି ଯୁବକ ମିଳିତ ହୋଇ ତରଳ ପଦାର୍ଥ ଫିଙ୍ଗିଥିବା ବେଳେ ସେମାନଙ୍କ ମଧ୍ୟରୁ ତରଳ ପଦାର୍ଥ ଫିଙ୍ଗିଥିବା ଦେବାଂଶ ବାଜପେୟୀକୁ ଲୋକମାନେ ସେଠାରେ ଧରିବାକୁ ସମର୍ଥ ହୋଇଛନ୍ତି। ଦେବାଂଶ କହିଛି କନ୍ହୈୟା ଦେଶଦ୍ରୋହୀ ଅଟେ । ସେ କନ୍ହୈୟାଙ୍କୁ ଲକ୍ଷ୍ୟ କରି କହିଛି ତାର କାର୍ଯ୍ୟକ୍ରମ ଲକ୍ଷ୍ନୌରେ କାହିଁକି ହେବା ଉଚିତ। ଯିଏ ଦେଶର ହୋଇପାରିଲା ନାହିଁ ସେ ଆମର କେମିତି ହେବ।

କନ୍ହୈୟା ଆସନ୍ତା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରଚାର ପାଇଁ ଲକ୍ଷ୍ନୌ ଗସ୍ତରେ ଅଛନ୍ତି। କନ୍ହୈୟା କୁମାର କଂଗ୍ରେସ ନେତାଙ୍କ ପାଇଁ ଲକ୍ଷ୍ନୌରେ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରୁଥିଲେ।

କଂଗ୍ରେସ ଅଭିଯୋଗ କରିଛି ଏବିଭିପିର କର୍ମକର୍ତ୍ତା ଏହି ତରଳ ପଦାର୍ଥ ଫିଙ୍ଗିଛନ୍ତି। ବିଜେପି କହିଛି ସଭାରେ ଅଧିକ ଲୋକ ଆସି ନଥିବାରୁ କଂଗ୍ରେସ ନାଟକ କରୁଛି।

publive-image

କନ୍ହୈୟା କୁମାର ନିଜ ବାର୍ତ୍ତାରେ କହିଛନ୍ତି, ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ନେତୃତ୍ଵରେ ରାଜ୍ୟରେ ବିଧାନସଭା ନିର୍ବାଚନ ବଡ ଧରଣର ହେବାକୁ ଯାଉଛି। ହାଥରସ୍, ଉନ୍ନାଓ, ଲଖିମପୁର ଖେରି ମାମଲା ପରେ କଂଗ୍ରେସ ନ୍ୟାୟ ପାଇଁ ସଡକକୁ ଓହ୍ଲାଇଛି। ଯେଉଁମାନେ ଦେଶକୁ ନିର୍ମାଣ କରି ନଥିଲେ ସେମାନେ ଦେଶକୁ ବିକ୍ରି କରୁଛନ୍ତି। କଂଗ୍ରେସ ଦେଶକୁ ନିର୍ମାଣ କରିଛି ତେଣୁ କଂଗ୍ରେସ ଦେଶକୁ ଦେଶ ନିର୍ମାଣ କରି ନଥିବା ଲୋକଙ୍କ ଠାରୁ ରକ୍ଷା କରୁଛି ବୋଲି କନ୍ହୈୟା କୁମାର କହିଛନ୍ତି।

୨୦୧୮ରେ ମଧ୍ୟ ପ୍ରଦେଶର ଗ୍ଵାଲିଅରରେ କଂଗ୍ରେସ ନେତା ଜିଗ୍ନେଶ୍ ମେଓ୍ନାନି ଓ କନ୍ହୈୟା କୁମାରଙ୍କ ଉପରକୁ କାଳି ଫିଙ୍ଗାଯାଇଥିଲା। ସେତେବେଳେ ଏହି ଦୁଇ ନେତା ଗ୍ଵାଲିଅରର ଚ୍ୟାମ୍ଵର ଅଫ୍ କମର୍ସ୍ ଭବନକୁ ‘ସମ୍ବିଧାନ ବଞ୍ଚାଓ’ ଅଭିଯାନରେ ଏକ ସମ୍ମିଳନୀରେ ଭାଷଣ ଦେବାକୁ ଯାଇଥିଲେ। ପୁଲିସ ଅନୁସାରେ, ସେମାନେ ସମ୍ମିଳନୀରେ ଭାଷଣ ଦେବାକୁ ଯାଉଥିବା ବେଳେ ହିନ୍ଦୁ ସେନାର ମୁକେଶ ପଲ୍ ନାମକ ଜଣେ ଲୋକ ସେମାନଙ୍କ ଉପରକୁ କାଳି ଫିଙ୍ଗିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe