ଅମ୍ବାନୀଙ୍କ ଘର ଆଗରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ରଖି ଦୁର୍ବୃତ୍ତମାନେ ଫେରାର ହୋଇଥିବା ଇନୋଭା ଗାଡ଼ିକୁ ଠାବ କଲା ପୁଲିସ

Advertisment
ଅମ୍ବାନୀଙ୍କ ଘର ଆଗରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ରଖି ଦୁର୍ବୃତ୍ତମାନେ ଫେରାର ହୋଇଥିବା ଇନୋଭା ଗାଡ଼ିକୁ ଠାବ କଲା ପୁଲିସ

ndtv

ମୁମ୍ବାଇ: ଗୁରୁବାର ରିଲାଏନ୍ସ ଇଣ୍ଟଷ୍ଟ୍ରିଜ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ବାସଭବନ ଆଣ୍ଟିଲିଆ ତଳୁ ଏକ ବିସ୍ଫୋରକ ଭର୍ତ୍ତିି ଗାଡ଼ି ଜବତ କରାଯାଇଥିଲା। ଜବତ ହୋଇଥିବା ଏସୟୁଭିରୁୁ ୨୦ଟି ଜିଲୋଟିନ ମିଳିବା ପରେ ଖବର ପାଇ ମୁମ୍ବାଇ ପୁଲିସର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଘଟଣା ପରେ ଅମ୍ବାନୀଙ୍କ ଘର ବାହାରେ ସୁୁରକ୍ଷାକୁ କଡ଼ାକଡ଼ି କରିଦିଆଯାଇଥିଲା। ଏବେ ଏହି ଘଟଣା ସହ ଜଡ଼ିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିସ୍ଫୋରକ ଭର୍ତ୍ତି ଗାଡ଼ି ରଖି ଚାଳକଜଣଙ୍କ ଯେଉଁ ଧଳା ରଙ୍ଗର ଇନୋଭା ଗାଡ଼ିରେ ବସି ଫେରାର ହୋଇଯାଇଥିଲେ, ସେହି ଗାଡ଼ିକୁ ଠାବ କରିଛି ପୁଲିସ।

ସିସିଟିଭି ଯାଞ୍ଚ ପରେ ଗାଡ଼ିଟି ଥାନେ-ମୁଲୁଣ୍ଡ ଟୋଲ ପ୍ଲାଜାରେ ଟୋଲ ଦେଇ ଥାନେ ଅଭିମୁଖେ ଯାଇଥିବା ଦେଖାଯାଇଛି। ସିସିଟିଭି ଫୁଟେଜରେ ଗାଡ଼ିଟି ଗୁରୁବାର ସକାଳ ୩ଟାରେ ଥାନେ-ମୁଲୁଣ୍ଡ ଟୋଲ ପ୍ଲାଜା ଦେଇ ଥାନେ ଯାଇଥିଲା। ଏହାର କିଛି ଘଣ୍ଟା ପରେ ଅମ୍ବାନୀଙ୍କ ଘର ଆଗରୁ ବିସ୍ଫୋରକ ଭର୍ତ୍ତି ଗାଡ଼ି ମିଳିଥିଲା।

publive-image indiatoday

ସୂଚନା ମୁତାବକ, ବିସ୍ଫୋରକ ଭର୍ତ୍ତି ଗାଡ଼ି ମିଳିବା ପରେ ପୁଲିସ ଅମ୍ବାନୀଙ୍କ ଘର ବାହାରର ସିସିଟିଭି ଯାଞ୍ଚ କରିଥିଲା। ଏହା ପରେ ଦୁଇଟି ଗାଡ଼ିରେ କିଛି ଯୁବକ ଆସି ଅମ୍ବାନୀଙ୍କ ଘର ଆଗରେ ପହଞ୍ଚିବା ସହ ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ଘର ବାହାରେ ରଖି ଦେଇ ସମସ୍ତେ ଧଳା ରଙ୍ଗର ଇନୋଭାରେ ବସି ଚାଲିଯାଇଥିଲେ। ଧଳା ରଙ୍ଗର ଇନୋଭା ବିଷୟରେ ଜଣାପଡ଼ିବା ପରେ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଆଜି ସକଳେ ଧଳା ଇନୋଭା ବିଷୟରେ ମୁମ୍ବାଇ ପୁଲିସକୁ ସୂଚନା ମିଳିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe