ଫରାସୀ ଗବେଷକଙ୍କ ଅଭିନବ ନିର୍ଯାସ: କରୋନା ଭୂତାଣୁକୁ ପ୍ରତିରୋଧ କରେ ନିକୋଟିନ୍

ଫରାସୀ ଗବେଷକଙ୍କ ଅଭିନବ ନିର୍ଯାସ: କରୋନା ଭୂତାଣୁକୁ ପ୍ରତିରୋଧ କରେ ନିକୋଟିନ୍

https://www.africatembelea.com/

ପ୍ୟାରିସ: ସାରା ବିଶ୍ବରେ ସମ୍ପ୍ରତି ଲକ୍ଷେ ୯୨ ହଜାର ମୃତ୍ୟୁର କାରଣ ସାଜିବା ସହ ସାଢେ଼ ୨୭ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିଥିବା ମହାମାରୀ କୋଭିଡ୍–୧୯ର ସଂକ୍ରମଣକୁ ଯଥାସମ୍ଭବ ରୋକିବା ହିଁ ଏବେ ବିଶ୍ବବ୍ୟାପୀ ସମୟର ଆହ୍ବାନ ପାଲଟିଛିା ବିଶେଷ କରି ସଂକ୍ରମଣଠାରୁ ଦୂରେଇ ରହିବା ପୂର୍ବକ ଜଣେ ପୀଡି଼ତ ସହ ସଂସ୍ପର୍ଶରେ ନ ଆସିବା ପାଇଁ ବିଭିନ୍ନ ଦେଶ ଭିନ୍ନ ଭିନ୍ନ କୌଶଳ ଆପଣାଉଥିବା ବେଳେ ଏ ଦିଗରେ ଫରାସୀ ଗବେଷକମାନଙ୍କ ନୂତନ ଅନୁଧ୍ୟାନ ଏକ ନିଆରା ବାର୍ତ୍ତା ଆଣିଛିା କରୋନାଭୂତାଣୁଠାରୁ ନିକୋଟିନ୍ ହିଁ ସୁରକ୍ଷା ଦେଇପାରିବ ବୋଲି ସେମାନଙ୍କ ସଦ୍ୟ ଅନୁଧ୍ୟାନରୁ ଜଣାପଡି଼ଛିା ପ୍ୟାରିସ୍‌ ସ୍ଥିତ ପିଟି–ସାଲପେଟ୍ରିୟର୍ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ୩୪୩ ଜଣ କୋଭିଡ୍–୧୯ ପୀଡି଼ତଙ୍କୁ ନେଇ ଗବେଷଣା ଚଳାଇଥିବା ଏହି ବିଶେଷଜ୍ଞମାନେ ଏପରି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତିା

publive-image The Independent

ସାଧାରଣତଃ ଧୂଆଁପତ୍ରରେ ପ୍ରାକୃତିକ ଭାବେ ଉପଲବ୍ଧ ଏହି ନିକୋଟିନ୍ ନାମକ ଉଦ୍ଦୀପନା ଜାଗ୍ରତକାରୀ ରାସାୟନିକ ପଦାର୍ଥକୁ ସିଗାରେଟ୍ ବା ଚରସ୍‌ ସେବନ ପରି ଧୂମ୍ରପାନ ମାଧ୍ୟମରେ ଜଣେ ନିଜ ଶରୀରକୁ ଆହରଣ କରିଥାଏା ଏଣେ ଅତ୍ୟାଧୁନିକ ଦେଶ ଫ୍ରାନ୍ସ ଜନସଂଖ୍ୟାର ୩୫ ପ୍ରତିଶତ ହିଁ ଧୂମ୍ରପାନ କରିଥାନ୍ତିା ତେବେ ଡାକ୍ତରଖାନାରେ ଗବେଷଣା ଅନ୍ତର୍ଭୁକ୍ତ ଥିବା ୩୪୩ ଜଣ କୋଭିଡ୍–୧୯ ପୀଡି଼ତଙ୍କ ମଧ୍ୟରୁ ମାତ୍ର ୫ ପ୍ରତିଶତ ହିଁ ଧୂମ୍ରପାନ କରୁଥିଲେ ବୋଲି ଜଣାଯାଇଛିା ସୁତରାଂ ଧୂମ୍ରପାନକାରୀଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ମାତ୍ରା ଯଥେଷ୍ଟ କମ୍ ବୋଲି ଅନ୍ୟତମ ଗବେଷକ ଜାହିର ଆମୌରା କହିଛନ୍ତିା ସେହିପରି ଗତମାସରେ ନ୍ୟୁ ଇଂଲାଣ୍ତ୍ ଜର୍ଣ୍ଣାଲ୍ ଅଫ୍ ମେଡିସିନ୍ ନାମକ ସ୍ବାସ୍ଥ୍ୟଭିତ୍ତିକ ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଚୀନ୍ର କୋଭିଡ୍–୧୯ ସଂକ୍ରମିତ ହଜାରେ ଲୋକଙ୍କ ମଧ୍ୟରେ ମାତ୍ର ୧୨.୬ ପ୍ରତିଶତ ହିଁ ଧୂମ୍ରପାନକାରୀ ଥିଲୋ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ)ର ତଥ୍ୟ ମୁତାବକ, ଚୀନ୍ର ମୋଟ ଜନସଂଖ୍ୟାର ୨୬ ପ୍ରତିଶତ ଲୋକ ଧୂମ୍ରପାନ କରୁଥିବା ବେଳେ ସେହି ତୁଳନାରେ ଖୁବ୍ କମ୍ ସଂଖ୍ୟକଙ୍କୁ କୋଭିଡ୍ ସଂକ୍ରମଣ କରିଥିବା ଏଥିରୁ ସ୍ପଷ୍ଟ ହୋଇଛିା ଏ ପ୍ରସଙ୍ଗରେ ଅନ୍ୟତମ ସହଗବେଷକ ସ୍ନାୟୁବିତ୍ ଜିନ୍–ପିୟର ଚେଞ୍ଜକ୍ସଙ୍କ ବିଜ୍ଞାନସମ୍ମତ ବ୍ୟାଖାନ ହେଲା, ମନୁଷ୍ୟ ଜୀବକୋଷର ପ୍ରାପକ(ରିସିପ୍ଟର) ସହିତ ନିକୋଟିନ୍ ଲାଖି ରହିଥିବାରୁ ତାହା କୋଷ ଭିତରକୁ କରୋନା ଭୂତାଣୁ ସାର୍ସ–କୋଭ୍–୨ର ପ୍ରବେଶକୁ ପ୍ରତିରୋଧ କରୁଛିା ତେବେ ଏହାକୁ ଭିତ୍ତି କରି ସେମାନଙ୍କ ଆବଶ୍ୟକ ନୈଦାନିକ ପ୍ରୟୋଗ ଫ୍ରାନ୍ସ ସରକାରଙ୍କ ଅନୁମୋଦନକୁ ଅପେକ୍ଷା କରିଛି ବୋଲି ସେ କହିଛନ୍ତିା ଏହି ଗବେଷକମାନେ ନିକୋଟିନ୍ ପଟି ବ୍ୟବହାର କରାଇ ସଂକ୍ରମଣ ମାତ୍ରା ନିରୀକ୍ଷଣ କରିବାକୁ ଲକ୍ଷ୍ୟ ରଖିଛନ୍ତିା ତେବେ ଏ ଦିଗରେ ଆହୁରି ଅଧିକ ପରୀକ୍ଷାନିରୀକ୍ଷା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe