ନୌସେନାରେ ସାମିଲ ହେଲା ବୁଡ଼ାଜାହାଜ ଆଇଏନ୍‌ଏସ୍‌ ‘କରଞ୍ଜ’

Advertisment
ନୌସେନାରେ ସାମିଲ ହେଲା ବୁଡ଼ାଜାହାଜ ଆଇଏନ୍‌ଏସ୍‌ ‘କରଞ୍ଜ’

Image Courtesy of Zee News

ମୁମ୍ବାଇ: ବୁଧବାର ଦିନ ମୁମ୍ବାଇସ୍ଥିତ ମାଜାଗାଓଁ ଡକ୍‌ ସିପ୍‌ବିଲ୍‌ଡର୍ସ ଲିମିଟେଡ୍‌ ଠାରେ ଭାତୀୟ ନୌବାହିନୀରେ ସାମିଲ କରାଯାଇଛି ତୃତୀୟ ସ୍କର୍ପିନ୍‌ ଶ୍ରେଣୀୟ ବୁଡ଼ାଜାହାଜ ‘କରଞ୍ଜ’।

୧୯୬୯ ମସିହା ସେପ୍ଟେମ୍ବର ମାସ ୪ ତାରିଖରେ ପୁରୁଣା ‘କରଞ୍ଜ’ ନୌବାହିନୀରେ ସାମିଲ କରାଯାଇଥିଲା। ତାହା ୨୦୦୩ ମସିହା ଅଗଷ୍ଟ ପହିଲା ଦିନ ଅବସର ଗ୍ରହଣ କରିଥିଲା। ତାହା ଦେଶ ପାଇଁ ଦୀର୍ଘ ୩୪ ବର୍ଷ ସେବା କରିବା ସହ ୧୯୭୧ ମସିହା ଯୁଦ୍ଧ ଅଭିଯାନରେ ଭାଗ ନେଇଥିଲା।

ଆଜି ତାହା ନୂଆ ଅବତାର ଗ୍ରହଣ କରିଛି। ‘କରଞ୍ଜ’ ପ୍ରଥମ ଥର ପାଇଁ ଜଳରେ ପ୍ରବେଶ କରିବା ପୂର୍ବରୁ ଡକ୍‌ୟାର୍ଡରେ ଅଥର୍ବ ବେଦ ପାଠ କରାଯାଇଥିଲା।

ଏଥିର ଥିବା ଆଧୁନିକ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରେ ରହିଛି ଛପି ରହିବାର ଉନ୍ନତ କୌଶଳ ଏବଂ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଭେଦୀ ଅସ୍ତ୍ର କ୍ଷେପଣ କ୍ଷମତା। ପାଣିରେ ଡୁବି ରହିଥିବା ବେଳେ କିଂବା ଭାସମାନ ଅବସ୍ଥାରେ ଥିବାବେଳେ ଏଥିରୁ ଟର୍ପେଡୋରେ ଆକ୍ରମଣ କରି ହେବ।

ଏଇ ବୁଡ଼ାଜାହାଜର ହାରାହାରି ଲମ୍ବ ୬୭. ୫ ମିଟର ଲମ୍ବ ଏବଂ ଉଚ୍ଚତା ପ୍ରାୟ ୧୨. ୩ ମିଟର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe