ସାମୁଦ୍ରିକ ଯାତ୍ରାରେ ସମଗ୍ର ବିଶ୍ୱ ପ୍ରଦିକ୍ଷଣ କରିବା ପରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲା ଆଇଏନଏସ ତରଙ୍ଗିଣୀ

Advertisment
ସାମୁଦ୍ରିକ ଯାତ୍ରାରେ ସମଗ୍ର ବିଶ୍ୱ ପ୍ରଦିକ୍ଷଣ କରିବା ପରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲା ଆଇଏନଏସ ତରଙ୍ଗିଣୀ

ନୂଆଦିଲ୍ଲୀ: ଭାରତୀୟ ନୌସେନାର ନୌକା ପ୍ରଶିକ୍ଷଣ ଜାହାଜ ଆଇଏନଏସ ତରଙ୍ଗିଣୀ ସାମୁଦ୍ରିକ ଯାତ୍ରାରେ ସମଗ୍ର ବିଶ୍ୱ ପ୍ରଦିକ୍ଷଣ କରିବା ପରେ ସଫଳତା ପୂର୍ବକ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛି। ଦୀର୍ଘ ୭ ମାସର ସାମୁଦ୍ରିକ ଯାତ୍ରା ପରେ ତରଙ୍ଗିଣୀ ଯେତେବେଳେ ଗତ ଅକ୍ଟୋବର ୩୦ ଅପରାହ୍ଣରେ କୋଚି ସ୍ଥିତ ନୌସେନା ବେସରେ ପହଞ୍ଚିଲା, ସେତେବେଳେ ଏହାକୁ ଭାରତୀୟ ନୌସେନା ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା।

ଉଲ୍ଲେଯୋଗ୍ୟ, ‘ଲୋକାୟନ ୧୮’ ନାମରେ ନାମିତ ଏହି ସମୁଦ୍ରିକ ଯାତ୍ରାକୁ ଗତ ୨୦୧୮ ଏପ୍ରିଲ ୧୦ରେ କୋଚି ନୌସେନା ବେସ୍‌ରୁ ଶୁଭାରମ୍ଭ କରାଯାଇ ଥିଲା। ସାମୁଦ୍ରିକ ଯାତ୍ରା ସମୟରେ ଏହି ଜାହାଜ ୧୩ଟି ଦେଶର ୧୫ଟି ବନ୍ଦରରେ ଭାରତର ବିବିଧ ସଂସ୍କୃତିର ପ୍ରଦର୍ଶନ କରିଥିଲା। ସ୍ୱଦେଶ ଅଭିମୁଖେ ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଆଇଏନଏସ ତରଙ୍ଗିଣୀ ଆରବ ସାଗର, ଲୋହିତ ସାଗର, ସୁଏଜ କେନାଲ, ଭୂମଧ୍ୟ ସାଗର, ଜିବ୍ରାଲେଟର, ଉତ୍ତର ଆଟଲାଣ୍ଟିକ ମହାସାଗର, ଇଂଲିଶ ଚ୍ୟାନେଲ ଏବଂ ଉତ୍ତର ସାଗର ଦେଇ ନରେଓ୍ଵ ପର୍ଯ୍ୟନ୍ତ ଆସିଥିଲା।

publive-image

ଆଇଏନଏସ ତରଙ୍ଗିଣୀ ହେଉଛି ୩ ମାସ୍ତୁଲ ବାଲା ଜାହାଜ ଯାହାକି ମୋଟରେ ୨୦ଟି ନୌକାକୁ ବହନ କରିଥାଏ। ଆଇଏନଏସ ତରଙ୍ଗିଣୀ ଭାରତୀୟ ନୌସେନାର ପ୍ରଥମ ନୌକା ପ୍ରଶିକ୍ଷଣ ଜାହାଜ ଏବଂ ୧୯୯୭ ନଭେମ୍ବର ୧୧ରେ ଏହାର ଜଳବତରଣ କରାଯାଇଥିଲା। ବିଗତ ୨୧ ବର୍ଷ ମଧ୍ୟରେ ଆଇଏନଏସ ତରଙ୍ଗିଣୀ ଏପର୍ଯ୍ୟନ୍ତ ସମଗ୍ର ବିଶ୍ୱର ମହାସାଗର ମାନଙ୍କରେ ୨,୨୦,୦୦୦ ସାମୁଦ୍ରିକ ମାଇଲରୁ ମଧ୍ୟ ଅଧିକ ଦୀର୍ଘ ଯାତ୍ରା ପୂରଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe