ନୂଆଦିଲ୍ଲୀ: ଭାରତୀୟ ନୌସେନା ପାଇଁ ରୁଷନିର୍ମିତ ଯୁଦ୍ଧ ଜାହାଜ ଆଇଏନଏସ ତୁଶିଲ ସୋମବାର ଋଷର ଉପକୂଳବର୍ତ୍ତୀ ସହର କାଲିନିନଗ୍ରାଡରେ କାର୍ଯ୍ୟକ୍ଷମ ହୋଇଛି । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ନୌସେନା ମୁଖ୍ୟ ଆଡମିରାଲ ଦୀନେଶ ତ୍ରିପାଠୀଙ୍କ ସମେତ ଅନେକ ବରିଷ୍ଠ ଭାରତୀୟ ନୌସେନା ଅଧିକାରୀ ଉପସ୍ଥିତ ଥିଲେ। ଭାରତ ମହାସାଗରରେ ଯେକୌଣସି ମିସନକୁ ପୂରଣ କରିବା ପାଇଁ ଆଇଏନଏସ ତୁଷିଲ ସକ୍ଷମ । ଏହି ଯୁଦ୍ଧ ଜାହାଜ ସାହାଯ୍ୟରେ ଭାରତ ଭାରତ ମହାସାଗରରେ ଶତ୍ରୁ ପକ୍ଷର ଏକ ଜାହାଜକୁ ସହଜରେ ଧ୍ୱଂସ କରିପାରିବ ।
୨.୫ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଚୁକ୍ତି ଅନୁଯାୟୀ ରୁଷିଆରେ ଏହି ଯୁଦ୍ଧ ଜାହାଜ ନିର୍ମାଣ କରାଯାଇଛି । ତୁଶୀଲକୁ ଏକ ଷ୍ଟେଲଥ ଫ୍ରିଗେଟ୍ କୁହାଯାଉଛି, କାରଣ ଏହାକୁ ଶତ୍ରୁପକ୍ଷର ରାଡାର, ସୋନାର ଆଦି ଚିହ୍ନଟ କରିପାରିବ ନାହିଁ ।
୨.୫ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଚୁକ୍ତି ଅନୁଯାୟୀ ରୁଷିଆରେ ଏହି ଜାହାଜ ନିର୍ମାଣ କରାଯାଇଛି । ତୁଶୀଲକୁ ଏକ ଷ୍ଟେଲଥ ଫ୍ରିଗେଟ୍ କୁହାଯାଉଛି, କାରଣ ଏହାକୁ ଶତ୍ରୁପକ୍ଷର ରାଡାର, ସୋନାର ଆଦି ଚିହ୍ନଟ କରିପାରିବ ନାହିଁ । ଅର୍ଥାତ ଶତ୍ରୁପକ୍ଷର ଅଗୋଚରରେ ଏହା ପହଞ୍ଚି ଆକ୍ରମଣ କରିପାରିବ । ଆଇଏନଏସ ତୁଶୀଲର ଶକ୍ତି ହେଉଛି ଏହାର ବେଗ । ଏହା ସମୁଦ୍ରରେ ଘଣ୍ଟାପ୍ରତି ୩୦ ନଟିକାଲ ମାଇଲ ବେଗରେ ଗତି କରିପାରିବ। ଏଥିରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇପାରିବ। ତୁଶିଲ ଗୋଟିଏ ଥରରେ ୩୦୦୦ କିଲୋମିଟର ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିପାରିବ । ଏହାର ଓଜନ ୩୯୦୦ ଟନ୍ । ଏହା ବୁଡ଼ାଜାହାଜ ନିରୋଧୀ ଯୁଦ୍ଧରେ ବିଶେଷଜ୍ଞ। ଶତ୍ରୁ ପକ୍ଷର ବୁଡ଼ାଜାହାଜ ଆକ୍ରମଣକୁ ରୋକିବା ପାଇଁ ଏହାକୁ ବିଶେଷ ଭାବେ ଡିଜାଇନ୍ କରାଯାଇଛି। ଶତ୍ରୁ ପକ୍ଷର ବୁଡ଼ାଜାହାଜ ଆକ୍ରମଣର ମୁକାବିଲା ପାଇଁ ଏହି ଯୁଦ୍ଧ ଜାହାଜରେ ଆଣ୍ଟି-ସବମେରିନ ରକେଟ୍ ଏବଂ ଟର୍ପିଡୋ ମଧ୍ୟ ରହିଛି। ଏହି ଯୁଦ୍ଧ ଜାହାଜରେ ଏକ ହେଲିକପ୍ଟର ମଧ୍ୟ ମୁତୟନ କରାଯାଇପାରିବ ।
Follow Us