ସ୍ବଦେଶୀ ସମ୍ଭାବନାର ପ୍ରତୀକ ‘ଆଇଏନ୍‌ଏସ୍‌ ବିକ୍ରାନ୍ତ’ ‌ଭାରତରେ ନୂଆ ଆତ୍ମବିଶ୍ବାସ ସୃଷ୍ଟି କରିଛି: ପ୍ରଧାନମନ୍ତ୍ରୀ ମୋଦୀ

ସ୍ବଦେଶୀ ସମ୍ଭାବନାର ପ୍ରତୀକ ‘ଆଇଏନ୍‌ଏସ୍‌ ବିକ୍ରାନ୍ତ’ ‌ଭାରତରେ ନୂଆ ଆତ୍ମବିଶ୍ବାସ ସୃଷ୍ଟି କରିଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସ୍ବଦେଶୀ ସମ୍ଭାବନାର ପ୍ରତୀକ ‘ଆଇଏନ୍‌ଏସ୍‌ ବିକ୍ରାନ୍ତ’ ‌ଭାରତରେ ନୂଆ ଆତ୍ମବିଶ୍ବାସ ସୃଷ୍ଟି କରିଛି ବୋଲି  ପ୍ରଧାନମନ୍ତ୍ରୀ ମ‌ୋଦୀ କହିଛନ୍ତି।

ଆଜି କୋଚିରେ ‘କୋଚିନ୍‌ ସିପ୍‌ୟାର୍ଡ ଲିମିଟେଡ୍‌’ରେ ଭାରତରେ ନିର୍ମିତ ପ୍ରଥମ ଲଢୁଆବିମାନବାହୀ ଯୁଦ୍ଧପୋତ ‘ଆଇଏନ୍‌ଏସ୍‌ ବିକ୍ରାନ୍ତ’କୁ ନୌସେନାରେ ସାମିଲ କରିବା ଅବସରରେ ପ୍ରଧାନମନ୍ତ୍ରୀ ଉପରୋକ୍ତ କଥା କହିବା ସହିତ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ହେଉଛି ଏକବିଂଶ ଶତାବ୍ଦୀ ଭାରତର ଉଦ୍ୟମ ଓ ମେଧାର ପ୍ରମାଣ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ନୌସେନାର ନୂତନ ‘ପ୍ରତୀକ’ (ଏନ୍‌ସାଇନ୍‌) ମଧ୍ୟ ଉଦ୍‌ଘାଟନ କରିଥିଲେ। ଏହି ‘ପ୍ରତୀକ’ ଛତ୍ରପତି ଶିବାଜୀଙ୍କ ମୋହରଦ୍ବାରା ପ୍ରେରିତ ହୋଇଛି। ଏହି ଉତ୍ସବରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ରାଜ୍ୟପାଳ ଆରିଫ୍‌ ମହମ୍ମଦ୍‌ ଖାଁ, ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ୍‌ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

publive-image Image Courtesy of NDTV

ଉଦ୍‌ଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ସ୍ବଦେଶୀ ଜ୍ଞାନକୌଶଳରେ ବିମାନବାହୀ ବିରାଟ ଯୁଦ୍ଧପୋତ ନିର୍ମାଣ କରୁଥିବା ଦେଶମାନଙ୍କ ସହ ଆଜି ଭାରତ ଯୋଗ ଦେଇଛି।

‘ଆଇଏନ୍‌ଏସ୍‌’ ବିକ୍ରାନ୍ତକୁ ଭାରତ ଆତ୍ମନିର୍ଭରଶୀଳ ହେବାର ଅଭିନବ ପ୍ରତିଫଳନ ବୋଲି କହିବା ସହ ସେ ଆହୁରି ମଧ୍ୟ କହିଛନ୍ତି, ଯଦି ଲକ୍ଷ୍ୟ ସବୁ ଚଞ୍ଚଳ ଥିବ ତେବେ ଯାତ୍ରା ଦୀର୍ଘତର ହେବା ସହ ସମୁଦ୍ର ଓ ଆହ୍ବାନ ସବୁ ମଧ୍ୟ ଅସୀମ ହୋଇଥିବ। ଏଥିପାଇଁ ଭାରତର ଉତ୍ତର ହେଉଛି ‘ବିକ୍ରାନ୍ତ’।

ଏତେ ବଡ଼ ପ୍ରକଳ୍ପକୁ ସଫଳ କରିଥିବା ସମସ୍ତଙ୍କୁ ପ୍ରଶଂସା କରି ସେ କହିଲେ, ‘ବିକ୍ରାନ୍ତ’ ହେଉଛି ପ୍ରକାଣ୍ଡ, ଅତିକାୟ। ‘ବିକ୍ରାନ୍ତ’ ଅଭିନବ, ‘ବିକ୍ରାନ୍ତ’ ସ୍ବତନ୍ତ୍ର। ଏଇଟା କେବଳ ଯୁଦ୍ଧପୋତ ନୁହେଁ, ଆମ କଠିନ ଶ୍ରମ, ମେଧା, ପ୍ରଭାବ ଓ ଏକବିଂଶତମ ଭାରତର ପ୍ରତିବଦ୍ଧତାର ଦସ୍ତାବିଜ୍।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଆଇଏନ୍‌ଏସ୍‌ ବିକ୍ରାନ୍ତ’ ହେଉଛି ବାସ୍ତବରେ ସ୍ବଦେଶୀ ସମ୍ଭାବନାର ପ୍ରତୀକ। କାରଣ ଏହାର ପ୍ରତ୍ୟେକ ଯନ୍ତ୍ରାଂଶରେ ନିଜସ୍ବ ଗୁଣ, ସାମର୍ଥ୍ୟ ଏବଂ ନିଜସ୍ବ ବିକାଶର ଯାତ୍ରା ନିହିତ ରହିଛି। ଏହା ହେଉଛି ସ୍ବଦେଶୀ ସମ୍ଭାବନା, ସ୍ବଦେଶୀ ସମ୍ବଳ ଏବଂ ସ୍ବଦେଶୀ ଦକ୍ଷତାର ପ୍ରତୀକ। ଏହାର ବିମାନଘାଟିରେ ଲାଗିଥିବା ଲୌହ ମଧ୍ୟ ସ୍ବଦେଶୀ ଅଟେ।

ଏହା ପୂର୍ବରୁ କୋଚିନ୍‌ ସିପ୍‌ୟାଡ୍‌ ଲିମିଟେଡ୍‌ରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଗାର୍ଡ ଅଫ୍‌ ଅନର୍‌’ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe