ଆଇଏନ୍‌ଏସ୍‌ ବିକ୍ରାନ୍ତର ଆକାର ଦୁଇଟି ଫୁଟବଲ୍ ପଡ଼ିଆ ସହ ସମାନ

Advertisment
ଆଇଏନ୍‌ଏସ୍‌ ବିକ୍ରାନ୍ତର ଆକାର ଦୁଇଟି ଫୁଟବଲ୍ ପଡ଼ିଆ ସହ ସମାନ

ନୂଆଦିଲ୍ଲୀ: ଆଇଏନ୍‌ଏସ୍‌ ବିକ୍ରାନ୍ତ ଦେଶର ପ୍ରଥମ ସ୍ବଦେଶୀ ନିର୍ମିତ ଏବଂ ଭାରତୀୟ ‌ନୌସେନା ଇତିହାସରେ ଏହା ସବୁଠାରୁ ବଡ଼ ବିମାନବାହକ ଯୁଦ୍ଧପୋତ। ଏହାର ଲମ୍ବ ୨୬୨ ମିଟର ଓ ଚଉଡ଼ା ୬୨ ମିଟର।

୨୦ ହଜାର କୋଟି ଟଙ୍କାରେ ଏହି ବିମାନବାହକ ଯୁଦ୍ଧପୋତର ନିର୍ମାଣ ହୋଇଛି। ୪୫ ହଜାର ଟନ୍‌ ଓଜନ ବିଶିଷ୍ଟ ଏହି ଯୁଦ୍ଧଜାହାଜ ବିଶ୍ବର ସପ୍ତମ ବୃହତ୍ତମ।

ଆଇଏନ୍‌ଏସ୍‌ ବିକ୍ରାନ୍ତର ଫ୍ଲାଇଟ ଡେକ୍‌ ୨ଟି ଫୁଟବଲ୍‌ ପଡ଼ିଆ ଭଳି ବଡ଼ ହେବ ଏବଂ ଉଚ୍ଚତା ୧୮ ମହଲା କୋଠା ବିଶିଷ୍ଟ ହେବ।

ଏହି ଯୁଦ୍ଧଜାହାଜ ନିର୍ମାଣ ପାଇଁ ପ୍ରାୟ ଗୋଟିଏ ଦଶନ୍ଧିରୁ ଅଧିକ ସମୟ ଲାଗିଛି। ଏଥିରେ ୨୪୦୦ କମ୍ପାର୍ଟମେଣ୍ଟ୍‌ ଅଛି।

ଏହି ବିମାନବାହକ ଯୁଦ୍ଧଜାହାଜରେ ଏକ ସାଙ୍ଗେ ୧୬ ହଜାର ଜାହାଜ କର୍ମଚାରୀ ରହିପାରିବେ। ଆଇଏନଏସ ବିକ୍ରାନ୍ତ ୩୦ ବିମାନକୁ ବହନ କରିପାରିବ ।

ବିମାନବାହକ ଜାହାଜ ରଖାଯିବା ପାଇଁ ଉଦ୍ଦିଷ୍ଟ ହାଙ୍ଗରଟି ୨ଟି ଅଲିମ୍ପିକ ସାଇଜ୍‌ ପୁଲଠାରୁ ବଡ଼। କିଚେନରେ ଘଣ୍ଟା ପ୍ରତି ୩୦୦୦ ରୁଟି ପ୍ରସ୍ତୁତ ସୁବିଧା ରହିଛି।

ଆଇଏନଏସ ବିକ୍ରାନ୍ତରେ ୧୬ ବେଡ୍‌ ବିଶିଷ୍ଟ ହସ୍ପିଟାଲ ଅଛି ଏବଂ ଏକ ଏମର୍ଜେନ୍ସି ମେଡିକାଲ କେୟାର ୟୁନିଟ୍‌ ଅଛି। ଏଥିସହ ଆଇସିୟୁ, ରେଡିଓଲୋଜି ୱିଙ୍ଗ ଏବଂ ଅନ୍ୟ ମେଡିକାଲ ସୁବିଧା ରହିଛି।

ଜାହାଜରେ ୨୫୦ଟି ଫୁଏଲ ଟ୍ୟାଙ୍କର ରହିଛି।

ଜାହାଜଟି ଘଣ୍ଟା ପ୍ରତି ପ୍ରାୟ ୫୬ କିମି ବେଗରେ ଗତି କରିବ। ଥରକେ ପ୍ରାୟ ୧୪ ହଜାର କିଲୋମିଟର ଯାତ୍ରା କରିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe