ଆଜି ନୌସେନାରେ ସାମିଲ ହେବ ଆଇଏନ୍‌ଏସ୍ ବିକ୍ରାନ୍ତ

Advertisment
ଆଜି ନୌସେନାରେ ସାମିଲ ହେବ ଆଇଏନ୍‌ଏସ୍ ବିକ୍ରାନ୍ତ

Swarajya

ନୂଆଦିଲ୍ଲୀ : ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ବିମାନବାହୀ ଯୁଦ୍ଧପୋତ ଆଇଏନ୍‌ଏସ୍ ବିକ୍ରାନ୍ତକୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୌସେନାରେ ସାମିଲ କରିବେ। ଏହି ଯୁଦ୍ଧପୋତ ନିର୍ମାଣ ପାଇଁ ଭାରତର ଅନେକ ବୃହତ୍ ଶିଳ୍ପସଂସ୍ଥା ସମେତ ୧୦୦ରୁ ଅଧିକ ଏମ୍‌ଏସ୍‌ଏମ୍‌ଇ ଯନ୍ତ୍ରାଂଶ ଯୋଗାଇଥିଲେ।

ବିକ୍ରାନ୍ତ ହେଉଛି ଭାରତର ପ୍ରଥମ ସ୍ବଦେଶୀ ବିମାନବାହୀ ଜାହାଜ ଏବଂ ଭାରତର ନୌସେନା ଇତିହାସରେ ଏହା ସବୁଠାରୁ ବଡ଼। କୋଚିନଠାରେ ପ୍ରଧାନମନ୍ତ୍ରୀ ଏହାକୁ ନୌସେନାରେ ସାମିଲ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ନୂତନ ନାଭାଲ୍ ଏନ୍‌ସାଇନ୍ (ନିଶାଣ) ଉନ୍ମୋଚନ କରିବେ। ବିକ୍ରାନ୍ତକୁ ନୌସେନାରେ ସାମିଲ କରାଯିବା ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଆତ୍ମନିର୍ଭରଶୀଳତା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରତିରକ୍ଷା ବିଭାଗର ମୁଖପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe